ଆଇପିଏସ୍‌ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଉତ୍ତରପ୍ରଦେଶ ପୋଲିସର ଉଚ୍ଚ ଅଧିକାରୀ ସ୍ତରରେ ଏକପ୍ରକାର କୁତ୍ସିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ନୋଏଡା ପୋଲିସ ମୁଖ୍ୟ ବୈଭବ କ୍ରିଷ୍ଣା ରାଜ୍ୟରେ ପୋଲିସ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିରେ ଅସାଧୁ କାରବାର ହୋଇଥିବା ଅଭିଯୋଗ କରିଛନ୍ତି। ରାଜ୍ୟର ଗୃହସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତରେ ସେ ଲିଖିତ ଅଭିଯୋଗ କରି ରାଜ୍ୟ ଜିଲା ପୋଲିସ ମୁଖ୍ୟ ଓ ଏସ୍‌ଏଚ୍‌ଓ (ଥାନା ଅଧିକାରୀ)ମାନଙ୍କ ନିଯୁକ୍ତି ତଥା ବଦଳି କ୍ଷେତ୍ରରେ ବ୍ୟାପକ ନଗଦ କାରବାର ହୋଇଛି ବୋଲି ଦାବି କରିଛନ୍ତି। ଏହାକୁ ନେଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଓ ଉତ୍ସୁକତା ପ୍ରକାଶ ପାଇଛି। କିଛିମାସ ପୂର୍ବେ ବିପୁଳ ଅର୍ଥ କାରବାର କରି ଏହି ନିଯୁକ୍ତି ଓ ବଦଳିକୁ ସଂଚାଳନ କରିଥିବା ଅଭିଯୋଗରେ ନୋଏଡା ପୋଲିସ ତିନିଜଣ ସାମ୍ବାଦିକ ଓ ଆଉ କେତେଜଣଙ୍କୁ ଗିରଫ କରିଥିଲା। ଏହି ସାମ୍ବାଦିକମାନେ ମଧ୍ୟ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ମଧ୍ୟସ୍ଥତା କରିଥିଲେ ବୋଲି ଅଭିଯୋଗ ଆସିଥିଲା। ଆଶ୍ଚର୍ଯ୍ୟର କଥା କ୍ରିଷ୍ଣା ନିଜେ ଭାଇରାଲ ହୋଇଥିବା କିଛି ସେକ୍ସ ଚାଟ୍‌ ଭିଡିଓକୁ ନେଇ ବିବାଦୀୟ ହୋଇପଡିଛନ୍ତି। କେତେକ ଆଇପିଏସ ଅଫିସର ଆକ୍ରୋଶମୂଳକ ଭାବେ ତାଙ୍କୁ ବଦନାମ କରିବା ଲାଗି ଏଭଳି ଚକ୍ରାନ୍ତ କରିଥିବା ସେ କହିଛନ୍ତି। ଏବେ ଯୋଗୀ ଆଦିତ୍ୟନାଥ ସରକାର ଏହି ନିଯୁକ୍ତି ଓ ବଦଳି ର଼୍ୟାକେଟ ଉପରେ ସିବିଆଇ ତଦନ୍ତ କରିବା ଉଚିତ ବୋଲି ସ୍ବର ଉଠିଲାଣି।
ଏୟାର ଇଣ୍ଡିଆ ସଙ୍କଟ
ଋଣରେ ବୁଡି ଯାଇଥିବା ଜାତୀୟ ବିମାନ ପରିବହନ ସଂସ୍ଥା ଏୟାର ଇଣ୍ଡିଆ ଲାଗି ନିବେଶକଙ୍କ ଆଗ୍ରହକୁ ପରଖିବା ପାଇଁ ନିକଟରେ ସିଙ୍ଗାପୁର ଓ ଲଣ୍ଡନରେ ଅନୁଷ୍ଠିତ ରୋଡ୍‌ଶୋରେ ବିଶେଷ ଆଗ୍ରହ ଦେଖିବାକୁ ମିଳିନାହିଁ। କିନ୍ତୁ ଏହି ଏୟାରଲାଇନ୍‌ର ଘରୋଇକରଣ ନିମନ୍ତେ ସରକାର କରିଥିବା ଯୋଜନାରେ ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ। ୨୦୧୮ରେ ସରକାର ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ଘୋଷଣା କରିଥିଲେ ବି ଏହାକୁ କିଣିବାକୁ କେହି ବିଶେଷ ଆଗ୍ରହ ପ୍ରକାଶ କରି ନ ଥିଲେ। ତଥାପି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଏହାକୁ ନେଇ ଆଶାବାଦୀ ରହିଛନ୍ତି। ଇତିମଧ୍ୟରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ତଥା ମହାନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ ଫେସ୍‌ବୁକ ମାଧ୍ୟମରେ ସୂଚାଇ ଦେଇଛନ୍ତି ଯେ, ବିକ୍ରି ହେବା ଯାଏ ଏୟାର ଇଣ୍ଡିଆ ବଞ୍ଚି ରହିବା ଦରକାର। ଲୋହାନୀ ଜଣେ ବିଶ୍ୱସ୍ତ ଅଧିକାରୀ, ଯିଏ ଏୟାର ଇଣ୍ଡିଆର ଋଣଭାର କମ୍‌ କରିବା ଲାଗି ଗୃହୀତ ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବତନ ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ତଥା ଦ୍ୱିତୀୟ ଥର ପାଇଁ ଏୟାର ଇଣ୍ଡିଆର ମୁଖ୍ୟ ହୋଇଥିବା ଲୋହାନୀ ବହୁ ସମୟରେ ସୋସିଆଲ ମଡିଆ ମାଧ୍ୟମରେ ଲୋକ ଓ କର୍ମଚାରୀଙ୍କ ସହ ଯୋଗାଯୋଗ ରଖୁଛନ୍ତି। ଲୋହାନୀ କହିଛନ୍ତି ଯେ, ଆମୂଳ ପରିବର୍ତ୍ତନ ଆଶାକରିବା ଅବାସ୍ତବ। ଏଥିରୁ ସ୍ପଷ୍ଟ ବାର୍ତ୍ତା ମିଳୁଛି ଯେ, ଏୟାର ଇଣ୍ଡିଆକୁ ବଞ୍ଚାଇ ରଖିବାକୁ ହେଲେ ଏହାକୁ ବିକ୍ରି କରିବା ଛଡ଼ା ଅନ୍ୟ ବାଟ ନାହିଁ।
ଏମ୍‌ଇଏର ସଜବାଜ
ଭାରତର ନୂଆ ବହିର୍ବ୍ୟାପାର ସଚିବ ଭାବେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ନିଯୁକ୍ତି ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ)ରେ ଆଉ କେତେକ ପରିବର୍ତ୍ତନ ଘଟିବ। ଭାରତର ବୈଦେଶିକ ମିଶନଗୁଡ଼ିକରେ ଅନେକ ପଦ ଖାଲି ରହିଛି ଓ ସେଥିରୁ କିଛି ମୁଖ୍ୟପଦ ୨୦୨୦ରେ ପୂରଣ କରାଯିବ। ସରକାର ଶ୍ରୀଙ୍ଗଲାଙ୍କ ନାମ ଘୋଷଣା କରିବାକୁ ସମୟ ନେଇଥିଲେ ଓ ଏହି କାରଣରୁ ଉକ୍ତ ନିଯୁକ୍ତିଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏବେ ସେହିସବୁ ନିଯୁକ୍ତି ଲାଗି ପଦକ୍ଷେପ ନିଆଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଆଗାମୀ ମାସଗୁଡ଼ିକରେ ଲଣ୍ଡନ, ଓ୍ବାଶିଂଟନ, କାଠମାଣ୍ଡୁ, କଲମ୍ବୋ, ଆଙ୍କାରା ଏବଂ ନ୍ୟୁୟର୍କରେ ଥିବା ଭାରତର ସ୍ଥାୟୀ ମିଶନରେ ନିଯୁକ୍ତ କୂଟନୀତିଜ୍ଞମାନଙ୍କ କାର୍ଯ୍ୟକାଳ ପୂରଣ ହେବା କିମ୍ବା ସେମାନେ ଅବସର ନେବାକୁ ଯାଉଥିବାରୁ ଉକ୍ତ ପଦଗୁଡ଼ିକ ଖାଲି ହେବ। ଏବେ ପାକିସ୍ତାନ ଓ କାନାଡାରେ ଭାରତର କୌଣସି ପ୍ରତିନିଧି ନାହାନ୍ତି। ଅଜୟ ବିସାରିୟାଙ୍କୁ ଇସ୍‌ଲାମାବାଦ ଫେରାଇ ଦେଇଥିବା ବେଳେ ବିକାଶ ସ୍ବରୂପଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଫେରାଇ ଅଣାଯାଇଛି। ଶ୍ରୀଙ୍ଗଲା ଏକ ବଢିଆ କ୍ୟାରିୟର ହାସଲ କରିଛନ୍ତି। ସେ ଇଂଲଣ୍ଡରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ରୁଚି ଘନଶ୍ୟାମ (୧୯୮୨), ମିଳିତ ଜାତିସଂଘ ଜେନେଭାରେ ଭାରତର ସ୍ଥାୟୀ ମିଶନରେ ନିଯୁକ୍ତ ଭାରତର ପ୍ରତିନିଧି ରାଜୀବ ଚନ୍ଦର (୧୯୮୩) ଓ ଚିଲିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅମିତା ନାୟାର (୧୯୮୩)ଙ୍କୁ ପଛରେ ପକାଇ ବିଦେଶ ସଚିବ ପଦରେ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଆସନ୍ତା ମାସରେ ବିଜୟ ଗୋଖଲେ ଅବସର ନେବା ପରେ ଦୁଇବର୍ଷ ଲାଗି ଶ୍ରୀଙ୍ଗଲା ଏହି ପଦରେ ରହିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri