Posted inଖେଳ

ଆଇପିଏଲ୍‌-୧୩: ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି

କୋଲକାତା, ୧୨।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବର ୧୯ରେ କୋଲକାତାରେ ଅନୁଷ୍ଠିତ ହେବ। ନିଲାମ ପ୍ରକ୍ରିୟା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଓ ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ୍‌ ଉପରେ ୯୯୧ଜଣ ନାମ ରେଜିଷ୍ଟ୍ରେଶନ କରିଥିଲେ। କିନ୍ତୁ ଆଇପିଏଲ୍‌ ମ୍ୟାନେଜମେଣ୍ଟ ନିଲାମ ପ୍ରକ୍ରିୟା ଲାଗି ଚୂଡ଼ାନ୍ତ ଖେଳାଳି ତାଲିକାକୁ ୩୩୨ରେ ସୀମିତ ରଖିଛନ୍ତି। ଏହି ତାଲିକାରେ ୧୯ ଜଣ ଭାରତୀୟ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ସେହିଭଳି ୨୪ଜଣଙ୍କୁ ନିଲାମରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜର କେସରିକ ଓ୍ବିଲିୟମ୍ସ, ଅଷ୍ଟ୍ରେଲିଆର ଡାନ୍‌ କ୍ରିଷ୍ଟିଆନ, ଆଡାମ ଜାମ୍ପା ଓ ବାଂଲାଦେଶର ମୁସଫିକର ରହିମ ପ୍ରମୁଖ ରହିଛନ୍ତି। ଓରିଜିନାଲ ତାଲିକାରେ ଏହି ୨୪ ଖେଳାଳିଙ୍କୁ ସାମିଲ କରାଯାଇ ନ ଥିଲା। କିନ୍ତୁ ଫ୍ରାଞ୍ଚାଇଜମାନଙ୍କ ଅନୁରୋଧ ପରେ ଆଇପିଏଲ୍‌ ମ୍ୟାନେଜମେଣ୍ଟ ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରିଛି।
ବ୍ୟାଟ୍ସମ୍ୟାନଙ୍କଠାରୁ ନିଲାମ ଆରମ୍ଭ ହେବ। ଏହାପରେ ପର୍ଯ୍ୟାୟକ୍ରମେ ଅଲ୍‌ରାଉଣ୍ଡର, ଉଇକେଟ୍‌କିପର, ଦ୍ରୁତ ବୋଲର ଓ ସ୍ପିନରଙ୍କ ନାମ ନିଲାମରେ ଡକାଯିବ। ଏହି ନିଲାମରେ ମୋଟ୍‌ ୭୩ଟି ସ୍ଥାନ ଲାଗି ୩୩୨ ଖେଳାଳିଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଗ୍ଲେନ ମ୍ୟାକ୍ସଓ୍ବେଲ, କ୍ରିସ ଲିନ୍‌, ପ୍ୟାଟ୍‌ କୁମିନ୍ସ, ଜୋଶ ହାଜେଲଉଡ୍‌, ମିଚେଲ ଷ୍ଟାର୍କ, ଡେଲ୍‌ ଷ୍ଟେଇନ ଓ ଆଞ୍ଜେଲୋ ମାଥ୍ୟୁସଙ୍କ ପରି ଖେଳାଳିଙ୍କୁ ବେସ୍‌ ପ୍ରାଇସ ୨ କୋଟି ରଖାଯାଇଛି। ନିଲାମରେ ସାମିଲ ଥିବା ଭାରତର ୧୯ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ରବିନ୍‌ ଉଥାପ୍ପା, ଜୟଦେନ ଉନାଡକଟ ରହିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ଉଥାପ୍ପାଙ୍କୁ ରିଲିଜ କରିଥିଲା। ତାଙ୍କର ବେସ୍‌ ପ୍ରାଇସ ୧.୫ କୋଟି ଓ ଉନାଡକଟଙ୍କ ୧ କୋଟି ମୂଲ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri