Posted inଖେଳ

ଆଇପିଏଲ୍‌-୧୩: ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି

କୋଲକାତା, ୧୨।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବର ୧୯ରେ କୋଲକାତାରେ ଅନୁଷ୍ଠିତ ହେବ। ନିଲାମ ପ୍ରକ୍ରିୟା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଓ ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ୍‌ ଉପରେ ୯୯୧ଜଣ ନାମ ରେଜିଷ୍ଟ୍ରେଶନ କରିଥିଲେ। କିନ୍ତୁ ଆଇପିଏଲ୍‌ ମ୍ୟାନେଜମେଣ୍ଟ ନିଲାମ ପ୍ରକ୍ରିୟା ଲାଗି ଚୂଡ଼ାନ୍ତ ଖେଳାଳି ତାଲିକାକୁ ୩୩୨ରେ ସୀମିତ ରଖିଛନ୍ତି। ଏହି ତାଲିକାରେ ୧୯ ଜଣ ଭାରତୀୟ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ସେହିଭଳି ୨୪ଜଣଙ୍କୁ ନିଲାମରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜର କେସରିକ ଓ୍ବିଲିୟମ୍ସ, ଅଷ୍ଟ୍ରେଲିଆର ଡାନ୍‌ କ୍ରିଷ୍ଟିଆନ, ଆଡାମ ଜାମ୍ପା ଓ ବାଂଲାଦେଶର ମୁସଫିକର ରହିମ ପ୍ରମୁଖ ରହିଛନ୍ତି। ଓରିଜିନାଲ ତାଲିକାରେ ଏହି ୨୪ ଖେଳାଳିଙ୍କୁ ସାମିଲ କରାଯାଇ ନ ଥିଲା। କିନ୍ତୁ ଫ୍ରାଞ୍ଚାଇଜମାନଙ୍କ ଅନୁରୋଧ ପରେ ଆଇପିଏଲ୍‌ ମ୍ୟାନେଜମେଣ୍ଟ ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରିଛି।
ବ୍ୟାଟ୍ସମ୍ୟାନଙ୍କଠାରୁ ନିଲାମ ଆରମ୍ଭ ହେବ। ଏହାପରେ ପର୍ଯ୍ୟାୟକ୍ରମେ ଅଲ୍‌ରାଉଣ୍ଡର, ଉଇକେଟ୍‌କିପର, ଦ୍ରୁତ ବୋଲର ଓ ସ୍ପିନରଙ୍କ ନାମ ନିଲାମରେ ଡକାଯିବ। ଏହି ନିଲାମରେ ମୋଟ୍‌ ୭୩ଟି ସ୍ଥାନ ଲାଗି ୩୩୨ ଖେଳାଳିଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଗ୍ଲେନ ମ୍ୟାକ୍ସଓ୍ବେଲ, କ୍ରିସ ଲିନ୍‌, ପ୍ୟାଟ୍‌ କୁମିନ୍ସ, ଜୋଶ ହାଜେଲଉଡ୍‌, ମିଚେଲ ଷ୍ଟାର୍କ, ଡେଲ୍‌ ଷ୍ଟେଇନ ଓ ଆଞ୍ଜେଲୋ ମାଥ୍ୟୁସଙ୍କ ପରି ଖେଳାଳିଙ୍କୁ ବେସ୍‌ ପ୍ରାଇସ ୨ କୋଟି ରଖାଯାଇଛି। ନିଲାମରେ ସାମିଲ ଥିବା ଭାରତର ୧୯ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ରବିନ୍‌ ଉଥାପ୍ପା, ଜୟଦେନ ଉନାଡକଟ ରହିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ଉଥାପ୍ପାଙ୍କୁ ରିଲିଜ କରିଥିଲା। ତାଙ୍କର ବେସ୍‌ ପ୍ରାଇସ ୧.୫ କୋଟି ଓ ଉନାଡକଟଙ୍କ ୧ କୋଟି ମୂଲ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri