ଆଇନଜ୍ଞ ରାଜ୍ୟପାଳ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ରାଷ୍ଟ୍ରପତି ଭବନ ପକ୍ଷରୁ ଜୁଲାଇ ୨୦ରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ନାଗାଲାଣ୍ଡ ଏବଂ ତ୍ରିପୁରାରେ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ସୁପ୍ରିମକୋର୍ଟ ଆଇନଜୀବୀ ତଥା ଭାଜପା ନେତା ଜଗଦୀପ ଧାଙ୍ଖରଙ୍କ ନାମ ସ୍ଥାନ ପାଇଛି। କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିଭିନ୍ନ ଦିଗରୁ ଶୀତଳଯୁଦ୍ଧ ଲାଗି ରହିଥିବାରୁ କେଶରୀନାଥ ତ୍ରିପାଠୀଙ୍କ ପରେ କେଉଁ ବ୍ୟକ୍ତିଙ୍କୁ ରାଜ୍ୟପାଳ କରାଯିବ, ସେଥିନେଇ ସବୁ ମହଲରୁ ଉତ୍ସୁକତା ପ୍ରକାଶ ପାଉଥିଲା। ଜଗଦୀପଙ୍କ ନାମ ଘୋଷଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ତାଙ୍କୁ ସ୍ବାଗତ କରିଛନ୍ତି। ଜୁଲାଇ ଶେଷରେ କେଶରୀନାଥଙ୍କ କାର୍ଯ୍ୟକାଳ ପୂରିବା ପରେ ଜଗଦୀପ ଦାୟିତ୍ୱ ଗ୍ରହଣ କରିବେ।
ଜଗଦୀପ ଧାଙ୍ଖର ରାଜସ୍ଥାନର ଝୁନ୍‌ଝୁନୁ ଜିଲା କିଥାନା ଗ୍ରାମରେ ୧୮ ମେ ୧୯୫୧ରେ ଜନ୍ମଗ୍ରହଣ କରିଥିଲେ। ଜୟପୁରସ୍ଥିତ ୟୁନିଭର୍ସିଟି ଅଫ୍‌ ରାଜସ୍ଥାନରୁ ବିଜ୍ଞାନ ଓ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଉଚ୍ଚଶିକ୍ଷା ସମାପ୍ତ ପରେ ସେ ଆଇନ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ୧୯୭୭ରେ ରାଜସ୍ଥାନ ହାଇକୋର୍ଟରେ ସେ ପ୍ରାକ୍ଟିସ୍‌ ଆରମ୍ଭ କରି ଖୁବ୍‌ଶୀଘ୍ର ଜଣେ ପେସାଦାର ଆଇନଜୀବୀ ପାଲଟିଥିଲେ। ୧୯୮୬ରେ ସେ ରାଜସ୍ଥାନ ହାଇକୋର୍ଟ ବାର୍‌ ଆସୋସିଏଶନର ସର୍ବକନିଷ୍ଠ ସଭାପତି ହେବାର ମଧ୍ୟ ଗୌରବ ଅର୍ଜନ କରିଥିଲେ। ଆଇସିସି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନର ସଦସ୍ୟ ଥିବା ଜଗଦୀପ ସୁପ୍ରିମକୋର୍ଟର ସିନିୟର ଓକିଲ ଭାବେ ଜଣାଶୁଣା। ତେବେ ପିଲାଟି ବେଳୁ ନେତୃତ୍ୱ ନେବାର ଦକ୍ଷତା ତାଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରିଥିଲା। ୧୯୮୯ରୁ ୯୧ ଯାଏ ସେ ଜନତା ଦଳ ଟିକେଟରୁ ରାଜସ୍ଥାନର ଝୁନ୍‌ଝୁନୁ ଲୋକ ସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ କିଶାନଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତି ରାଜସ୍ଥାନ ବିଧାନସଭାରେ ସଦସ୍ୟ ହୋଇଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ମର୍ଯ୍ୟାଦାକୁ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି କରିଥିବାରୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୦୩ରେ ଧାଙ୍ଖର ଭାଜପାରେ ଯୋଗ ଦେଇଥିବା କହିଥାଆନ୍ତି। ଏଥିସହିତ ମରୁଭୂମିପୂର୍ଣ୍ଣ ରାଜ୍ୟରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦର୍ଶନ କରାଯିବା ତାଙ୍କୁ ଭାଜପା ପ୍ରତି ଆକୃଷ୍ଟ କରିଥିବା ଅନେକ ସମୟରେ କହିଆସିଛନ୍ତି।
ରାଜସ୍ଥାନରେ ଜାଠଙ୍କ ସଂରକ୍ଷଣ ପ୍ରସଙ୍ଗରେ ଜଗଦୀପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଜାଠ ମହାସଭା ସଂରକ୍ଷଣ କମିଟିର ପୂର୍ବତନ ମୁଖପାତ୍ର ଥିବା ବେଳେ ସମ୍ପ୍ରଦାୟର ଉତ୍ଥାନ ଦିଗରେ ତାଙ୍କର ଅନେକ ଅବଦାନ ରହିଆସିଛି। ତେଣୁ ଜାଠ ସମ୍ପ୍ରଦାୟକୁ ଖୁସି କରିବା ଉଦ୍ଦେଶ୍ୟରେ ତାଙ୍କୁ ରାଜ୍ୟପାଳ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ଆଲୋଚନା ହେଉଛି। ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ତାଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଦେବ ବୋଲି ସମୀକ୍ଷକମାନେ ମତ ଦେଲେଣି। ସେଠାକାର ତୃଣମୂଳ କଂଗ୍ରେସ ସରକାର ସହ ତାଙ୍କ ସମନ୍ବୟ ଆଗକୁ କିଭଳି ରହିବ ତାହା ଦାୟିତ୍ୱ ଗ୍ରହଣ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri