ଅସୁସ୍ଥ ରାଜନୀତି

ମାୟାଧର ନାୟକ

ଗୌତମ ବୁଦ୍ଧଙ୍କଠାରୁ ମହାମତ୍ା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ହିଂସାହୀନ ବିଶ୍ୱ ଚାହଁୁଥିଲେ। ବୌଦ୍ଧଧର୍ମ ଏକ ଜୀବନ୍ତ ଧର୍ମ ଭାବେ ପୃଥିବୀରେ ପରିବ୍ୟାପ୍ତ ହୋଇ ରହିଛି। ଏହି ମହାନ୍‌ ବିଚାର ଭାରତରୁ ଉଦ୍ଭବ ହୋଇ ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ବିଚାରଠାରୁ ଦୂରେଇଯିବାରୁ ଆଜି ଦେଶରେ ଘୃଣା, ଦ୍ୱେଷ, ହିଂସା, ପରଶ୍ରୀକାତରତା, ହୀନମନ୍ୟତା ଆଦି ବିସ୍ତାରିତ ହେଉଛି। ଫଳତଃ ଦେଶ ଧୀରେ ଧୀରେ ନିମ୍ନାଭିମୁଖୀ ହୋଇ ମଣିଷପଣିଆ ହରାଇ ଚାଲିଛି। ପୃଥିବୀରେ ଯେତେ ଧର୍ମ ଅଛି, ସବୁ ଧର୍ମରେ ମାନବସମାଜର ସୁଖ ଶାନ୍ତି ମୈତ୍ରୀ ମୂଳମନ୍ତ୍ର। ଏ ମନ୍ତ୍ର ଭୁଲି ବର୍ତ୍ତମାନ ସମଗ୍ର ବିଶ୍ୱରେ ଧର୍ମ ନଁାରେ ଅଧର୍ମ ବଢ଼ିଚାଲିଛି। କିଛି ଶାସକ କ୍ଷମତାଲୋଭରେ ସାଧାରଣ ଲୋକଙ୍କୁ ଧର୍ମ ଭିତରେ ବୁଡେଇ ରଖୁଛନ୍ତି। ଧର୍ମକୁ ରାଜନୀତି ସହ ଯୋଡ଼ି କ୍ଷମତା ହାସଲ କରୁଛନ୍ତି। ବିଶ୍ୱର ବିଶିଷ୍ଟ ସମାଜବିଜ୍ଞାନୀ କାର୍ଲମାକ୍ସ କହିଥିଲେ- ‘ଧର୍ମ ହେଉଛି ମାନବସମାଜ ପାଇଁ ଅଫିମ ସଦୃଶ।’ ମଣିଷ ଥରେ ଅଫିମ ଖାଇଲେ ଅଭ୍ୟାସରେ ପଡ଼ିଯାଏ। ସେଇଭଳି ବିଭିନ୍ନ ଧର୍ମ ସେ ଦେଶର ଲୋକମାନଙ୍କ ପାଖରେ ଅଫିମ ସଦୃଶ। ଏବେ ୱାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସରେ ଜଣାପଡିଛି ଯେ, ଭାରତର ସ୍ଥାନ ୧୪୬ ମଧ୍ୟରୁ ୧୩୬। ଅର୍ଥାତ୍‌ ଆମେ ଦୁଃଖୀ ଭାରତୀୟ। ଧର୍ମକୁ ଯେଉଁମାନେ ବେଶି ଜାବୁଡି ଧରିଛନ୍ତି ସେଇ ଦେଶଗୁଡ଼ିକ ଦୁଃଖୀ। ଆଜି ଏଭଳି ଏକ ଘୋର ସଂକଟକାଳରେ ବୌଦ୍ଧଧର୍ମ ଓ ଗାନ୍ଧୀ ବିଚାରଧାରା ଆବଶ୍ୟକ। ସମତା, ସ୍ବତନ୍ତ୍ରତା, ବନ୍ଧୁତା, ନ୍ୟାୟ, ଦୟା, କ୍ଷମା, ପ୍ରଜ୍ଞା, ଶୀଳ, କରୁଣା ଭଳି ଗୁଣକୁ ଅଭ୍ୟାସକରି ଏକ ଭୋକ-ରୋଗମୁକ୍ତ ସୁସ୍ଥ ସମାଜ ସମଗ୍ର ବିଶ୍ୱରେ ଗଢ଼ି ତୋଳିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି।
ଆମେସବୁ ହତଭାଗ୍ୟ ଭାରତୀୟ! ଆମ ଜାତିର ପିତାଙ୍କୁ ମଧ୍ୟ ହତ୍ୟା କରିପାରୁ। ଦେଶ ସ୍ବାଧୀନ ହେବା ପୂର୍ବରୁ ସାମ୍ପ୍ରଦାୟିକ ଦଙ୍ଗା, ହିଂସା ଲାଗିଯାଇଥିଲା। ଗାନ୍ଧିଜୀ ଦଙ୍ଗା, ହିଂସା ବନ୍ଦ କରିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି। ସଂଖ୍ୟାଲଘୁମାନଙ୍କ ସୁରକ୍ଷା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଦେଶ ବିଭାଜନ ଚାହିଁ ନ ଥିଲେ ଗାନ୍ଧିଜୀ। ଧର୍ମ ଧର୍ମ ମଧ୍ୟରେ ହିଂସା, ରକ୍ତପାତକୁ ଏଡ଼େଇବାକୁ ଗାନ୍ଧୀ ଶେଷଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। କୌଣସି ଧର୍ମ ହଣାହଣି କରି ଆଗକୁ ବଢ଼ିପାରେନା। ମନେରଖିବାକୁ ହେବ ଯେ ହିନ୍ଦୁ, ମୁସଲିମ୍‌, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧଧର୍ମ ପ୍ରମୁଖ ମଣିଷର ମୁକ୍ତିପାଇଁ। ଏ ବିଶ୍ୱରେ ବିଭିନ୍ନ ଧର୍ମରେ ଲୋକେ ବିଶ୍ୱାସୀ। ସେଥିପାଇଁ ଗାନ୍ଧିଜୀ ସର୍ବଧର୍ମ ସମନ୍ବୟରେ ସମସ୍ତେ ନିଜନିଜ ମତାନୁଯାୟୀ ଧର୍ମପାଳନ କରନ୍ତୁ। କେହି କାହାକୁ ହିଂସା, ପ୍ରଲୋଭନ, ଜବରଦସ୍ତ ଧର୍ମାନ୍ତରୀକରଣ ନ କରନ୍ତୁ। ଏବେ ଧର୍ମର ସାରମର୍ମ ବୁଝି ନ ପାରି ଧର୍ମ-ଧର୍ମ ମଧ୍ୟରେ ହିଂସା ବଢ଼ିଚାଲିଛି। ଏ ହିଂସାକୁ ପୌରାଣିକ ଗଳ୍ପ ରାସ୍ତା ଦେଖାଇନାହିଁ। ଆକ୍ସନ୍‌ ମୁଭିରେ ହିଂସା ଦୃଶ୍ୟ ଦେଖାଇ ହିଂସା ବଢ଼ିବାରେ ସାହାଯ୍ୟ କରେ। ମାନବସଭ୍ୟତାର ଅସଭ୍ୟ ଇତିହାସ ହିଂସା ରୋକିବାରେ ବ୍ୟର୍ଥ। ସ୍ବାର୍ଥ ହିଁ ହିଂସାର ମୂଳ କାରଣ। ହିଂସାର କାରଣରୁ ପ୍ରତିହିଂସା। ପ୍ରତିଯୋଗିତା ମାନେ ହିଁ ହିଂସା। ଜଣେ ଅନ୍ୟକୁ ହରେଇବାକୁ ଚାହିଁବ- ସେଠାରେ ହିଂସା, ହିଂସ୍ର ହେବାକୁ ବାଧ୍ୟ।
ଗୌତମ ବୁଦ୍ଧ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ମଣିଷର କାମନା ପରିପୂର୍ଣ୍ଣ ନ ହେଲେ ହିଂସା, ଦୁଃଖ ଜାତହୁଏ। ସେଥିପାଇଁ ବୁଦ୍ଧଦେବ ପ୍ରଚାର କରିଥିଲେ- ‘କାମନାର ବିନାଶରେ ଦୁଃଖର ବିନାଶ’। ହେଲେ ଭାରତବର୍ଷ ଆଜି ଜ୍ୱଳନ୍ତ ଜତୁଗୃହ। ସବୁଠି ନିଆଁ ଲାଗିଛି- ସବୁଠି ନିଅଁା ଜଳୁଛି। ମଣିଷ ମନରେ ନିଅଁା ଲାଗିଛି- ନିଅଁା ଲାଗିଛି ପ୍ରବଞ୍ଚତ୍ତ ଜନତାର ସଞ୍ଚତ୍ତ ସ୍ବପ୍ନରେ! ଏ ନିଅଁା ଲିଭାଇବ କିଏ? ଯେଉଁମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ଯୋଜନାର ଜାଲ ବୁଣନ୍ତି, ଯେଉଁମାନେ ସୌଖୀନ ଡ୍ରଇଂରୁମ୍‌ର ରେଶମୀ ପର୍ଦ୍ଦା ଅନ୍ତରାଳରେ ଥାଇ ବୌଦ୍ଧିକ ସଂଳାପ ଶୁଣାନ୍ତି, ଯେଉଁମାନେ ମାର୍ବଲ ମହଲର କାଠ-କୋଠରିରେ ଶୋଇ ହିସାବଫର୍ଦ୍ଦ ପଢ଼ନ୍ତି, ଯେଉଁମାନେ ନିଭୃତ ମନ୍ତ୍ରଣାକକ୍ଷରେ ରାଜନୀତିର ରୂପରେଖ ବଦଳାଇବାର ମସୁଧା କରନ୍ତି- ସେମାନେ ଲିଭାଇବେ ନାହିଁ ଏ ନିଅଁା।
ଏ ନିଅଁା ଲିଭାଇବେ ଆପଣମାନେ। ଜନଜାଗରଣର ଏକ ନୂତନ ଅଧ୍ୟାୟ ଉନ୍ମୋଚିତ ହେଲେ ହିଁ ଭାରତବର୍ଷର ଭାଗ୍ୟ ବଦଳିବ, ଭବିଷ୍ୟତ ବଦଳିବ, ବ୍ୟବସ୍ଥା ବଦଳିବ- ବଦଳିବ ଏ ଉତ୍ତପ୍ତ ଅବସ୍ଥା। ଆଜି ଭାରତବର୍ଷର ଯେଉଁଠି ଚାହିଁଲେ କେବଳ ନୈରାଶ୍ୟ, ଆତଙ୍କର ଅପଛାୟା। ଅସୁସ୍ଥ ରାଜନୀତି, ଦୁଃସ୍ଥ ଅର୍ଥନୀତି ପଙ୍ଗୁ କରିଦେଇଛି ଭାରତୀୟ ସମାଜ ବ୍ୟବସ୍ଥାକୁ। ଆମେ ସୀମାନ୍ତର ଶତ୍ରୁମାନଙ୍କୁ ସାମ୍ନା କରିପାରିଛୁ, ମାତ୍ର ଅନ୍ତରାଳର ଅରାତିମାନଙ୍କୁ ଚିହ୍ନି ବି ପାରିଲୁ ନାହିଁ ଏଯାବତ୍‌। ଅସତ୍‌ ରାଜନେତା ଏବଂ ଅସାଧୁ ପୁଞ୍ଜିପତିମାନଙ୍କର ଅଶୁଭ ମୈତ୍ରୀ ଅଣନିଃଶ୍ୱାସୀ କରିସାରିଛି ଭାରତବର୍ଷକୁ। ଜନପ୍ରତିନିଧି ଭାବରେ ଆମେ ଯେଉଁମାନଙ୍କୁ ପଠାଉଛୁ ପାର୍ଲାମେଣ୍ଟକୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଇ ପୁଞ୍ଜିପତିମାନଙ୍କର ପୁତ୍ତଳିକା ପାଲଟୁଛନ୍ତି ସେଠି। ପ୍ରତିବାଦର ପରମ୍ପରାରେ ଘୁଣ ଧରୁଛି, ରାଜନୀତି ପାଲଟୁଛି ବଚସ୍କର ଓ ବଶମ୍ବଦମାନଙ୍କର ସୁବିଧାବାଦୀ ରଣନୀତି!
ନଷ୍ଟ ରାଜନୀତି ସହିତ ଆଜି ଅପମିଶ୍ରିତ ହୋଇଛି ଭ୍ରଷ୍ଟ ଧର୍ମୀୟତା। ଧର୍ମର ଛଦ୍ମବେଶରେ ଅଧର୍ମ ସୃଷ୍ଟି କରୁଛି ଅରାଜକ ଅବସ୍ଥା। ରାଜନୀତିର ସ୍ବଧର୍ମକୁ କବଳିତ କରିସାରିଛି ଏ ଅଧର୍ମ। ଧର୍ମ ଓ ସାମ୍ପ୍ରଦାୟିକତାର ଯୂପକାଠରେ ବଳିପଡୁଛି ନିରୀହ ମଣିଷ। ଅନ୍ଧଧର୍ମର ଅଗ୍ନିକାଣ୍ଡରେ ଜଳିଯାଉଛି କେତେ କାହାର ପରିବାର। ସମଗ୍ର ଦେଶ ଯେମିତି ମୁହଁାଇ ଯାଉଛି ଗୋଟାଏ ଅନ୍ଧମୁହାଣି ଆଡ଼କୁ; ସାମ୍ପ୍ରଦାୟିକ ଫାସିବାଦର ଅତଳ ଆବର୍ତ୍ତ ଗର୍ଭକୁ! ଭାରତବର୍ଷର ସାଧାରଣ ମଣିଷ ଆଜି ଏଇ ଘନୀଭୂତ ଅନ୍ଧକାର ରାତ୍ରିରେ ବିକଳରେ ବାଟ ଅଣ୍ଡାଳୁଛି- ତା’ ପାଇଁ ସାନ୍ତ୍ୱନା ନାହିଁ, ପଥ ନିର୍ଦ୍ଦେଶ ନାହିଁ- ନାହିଁ କେଉଁଠି ବିଶ୍ରାମର ଛୋଟ ଚଟିଘରଟିଏ। ଆଜି ଥିଲାବାଲା, ନ ଥିଲାବାଲା ମଧ୍ୟରେ ଲଢ଼େଇ ଥମିଯାଇଛି। ନ ଥିଲାବାଲା ଲୋକେ ଦାରିଦ୍ର୍ୟ, ନିରକ୍ଷରତା, ଅଜ୍ଞତାର ଅନ୍ଧକାରରେ ଭୁଅଁା ବୁଲି ବିପଦବେଳେ ଭାଗ୍ୟ ଭଗବାନ୍‌ଙ୍କୁ ଗୁହାରି କରୁଛନ୍ତି। ଏହାର ସୁଯୋଗରେ ଦଳେ ଈଶ୍ୱର-ଆଲ୍ଲା, ରାମ-ରହିମ୍‌ ନଁାରେ ଭୋଟ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି।
ହିଟ୍‌ଲରୀ ଫାସିବାଦ ଅପେକ୍ଷା ବର୍ତ୍ତମାନର ଏ ସାମ୍ପ୍ରଦାୟିକ ଫାସିବାଦ ଦେଶକୁ ଭୟଙ୍କର ବିପଦ ଆଡ଼କୁ ଟାଣି ନେଉଛି। ସାମ୍ପ୍ରଦାୟିକ ଶକ୍ତିମାନେ ମେଣ୍ଟ କରି ଫୁତ୍କାର ଛାଡ଼ୁଛନ୍ତି… ସେମାନଙ୍କ ହିଂସାର ହେଣ୍ଟାଳରେ ଦେଶର ମାଟି, ପାଣି, ପବନ ଆଜି ଥରହର। ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଶକ୍ତିମାନଙ୍କ ମଧ୍ୟରେ ବାସ୍ତବ ମେଣ୍ଟ ଗଢ଼ିଉଠିନି। ଏହି ସାମ୍ମୁଖ୍ୟ ଯେତେଶୀଘ୍ର ଗଢ଼ି ନ ଉଠିବ, ଏହି ଅଦୃଶ୍ୟ ମହାବିପଦ ଦେଶକୁ ଧ୍ୱଂସ ଆଡ଼କୁ ଟାଣିନେବ।
ଯାଜପୁର ରୋଡ଼, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri