ଅସହାୟ ମାନବବାଦ

ମୀରା ବେଉରା

କେଉଁ ପ୍ରାଗୈତିହାସିକ ଯୁଗରୁ ସାଧାରଣ ମଣିଷଟିଏ ନିଜର ସ୍ଥିତିପାଇଁ ସଂଘର୍ଷ କରି ଜ୍ଞାନ ବିଜ୍ଞାନ ଯୁକ୍ତ ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିଛି। ସତ କହିବାକୁ ଗଲେ ସାଧାରଣ ମଣଷଟିଏ କେବଳ ଆଧୁନିକ ସଭ୍ୟ ମଣିଷ ନୁହେଁ, ଗୋଟିଏ ଯନ୍ତ୍ର ମଣିଷରେ ପରିଣତ ହୋଇଛି। ତା’ ହୃଦୟରେ ବସାବାନ୍ଧିଛି ଅହଂକାର, ଔଦ୍ଧତ୍ୟ ଆଉ ବିସ୍ତାରବାଦୀ ଚିନ୍ତାଧାରା। ଏବେ ସମଗ୍ର ବିଶ୍ୱରେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। କେଉଁଠି କ୍ଷମତାପାଇଁ ଗୃହଯୁଦ୍ଧ ତ ଆଉ କେଉଁଠି ନିଜର ସ୍ଥିତି ବଜାୟ ରଖିବାପାଇଁ ସଂଘର୍ଷ। ଏଥିରୁ ବୁଝାପଡ଼ୁଛି ଯେ ଆତ୍ମଘାତୀ ଚିନ୍ତାଧାରାଯୁକ୍ତ ମଣିଷମାନଙ୍କ ପ୍ରାଦୁର୍ଭାବ ସବୁଠି ଦେଖାଯାଉଛି। ସବୁଠି ଯେପରି ଯୁଦ୍ଧ ଅବସ୍ଥା ଓ ଅହଂକାରପୂର୍ଣ୍ଣ ବିସ୍ତାରବାଦୀ ଚିନ୍ତାଧାରା ସମାଜକୁ କବଳିତ କରିରଖିଛି।
ଏଇଠି ମନେପଡ଼େ ରୋମ ନଗରୀ କଥା। ଯେତେବେଳେ ରୋମ ନଗରୀ ହୁତୁ ହୁତୁ ହୋଇ ଜଳୁଥାଏ, ସେତେବେଳେ ରୋମ ସମ୍ରାଟ ନିରୋ ରାଜପ୍ରାସାଦର ସର୍ବୋଚ୍ଚ ଶିଖରରେ ଉପବିଷ୍ଟ ହୋଇ ଆନନ୍ଦ ମନରେ ବେହେଲା ବଜାଇ ଆନନ୍ଦ ଅନୁଭବ କରୁଥିଲେ। ଆତ୍ମ ପ୍ରଚାରରେ ସେ ଏତେ ଆସକ୍ତ ଥିଲେ ଯେ ନିଜ ଅଭିନୀତ ନାଟକ ଦେଖିବାକୁ ତାଙ୍କ ପାରିଷଦବର୍ଗ ଓ ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତିମାନଙ୍କୁ ବାଧ୍ୟ କରୁଥିଲେ। ଫ୍ରାନ୍ସର ଏକଚ୍ଛତ୍ରବାଦୀ ଶାସକ ଚତୁର୍ଦ୍ଦଶ ଲୁଇ ମଧ୍ୟ ନିଜର ଆଧିପତ୍ୟ ଜାହିର କରି ଏକଦା କହିଥିଲେ ‘ମୁଁ ହେଉଛି ରାଷ୍ଟ୍ର।’ କେବଳ ସେତିକି ନୁହେଁ, ଇତିହାସ କୁହେ ରୁଷିଆରେ ଜାରମାନଙ୍କ ଶାସନ ସମୟରେ ଦ୍ୱିତୀୟ ନିକୋଲାସ୍‌ଙ୍କ ରାଜୁତି କାଳରେ ରୁଷରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା; ମାତ୍ର ସେ ବିଳାସ ବ୍ୟସନ ମଧ୍ୟରେ ଜୀବନ ବିତାଉଥିଲା ବେଳେ କ୍ଷୁଧାତୁରଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ ଯେପରି ସେହି ଘଟଣାର ପୁନରାବୃତ୍ତି ହେଉଛି। ସବୁଠି ଯୁଦ୍ଧଂ ଦେହିର ଡାକରା। ୟୁକ୍ରେନ୍‌ ରୁଷିଆ କଥା କୁହନ୍ତୁ ବା ପାଲେଷ୍ଟାଇନ୍‌ ଇସ୍ରାଏଲ କଥା କୁହନ୍ତୁ; ଏବେ ତ ଚାଇନା ଭାରତୀୟ ସୈନ୍ୟମାନଙ୍କୁ ଲଢ଼େଇ କରିବାକୁ ଉସୁକାଉଛି। ଏହି ଉଗ୍ର ଜାତୀୟବାଦୀ ବିସ୍ତାରବାଦୀ ଚିନ୍ତାଧାରା ଦ୍ୱାରା ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଆମେ ଦେଖି ସାରିଲୁଣି। ଆଉ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଏ ପୃଥିବୀ ଧ୍ୱଂସ ହେବ ଏଥିରେ ସନ୍ଦେହ ନାହିଁ। ଗାଜା ଉପରେ ଇସ୍ରାଏଲ ଘନ ଘନ ବୋମା ବର୍ଷଣ କରୁଛି। ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ଚାଲୁରହିଛି ଏହି ଯୁଦ୍ଧ, ଯାହା ଥମିବାର ନାଁ ଧରୁନି। ହମାସ୍‌କୁ ଧ୍ୱଂସ କରିବାକୁ ଯେମିତି ଶପଥ ନେଇଛି ଇସ୍ରାଏଲ। ଦୁର୍ବଳ ରାଷ୍ଟ୍ର ଉପରେ ସବୁବେଳେ ସବଳ ରାଷ୍ଟ୍ରର ଅତ୍ୟାଚାର ବୃଦ୍ଧି ପାଇଚାଲିଛି।
କିନ୍ତୁ ବିସ୍ତାରବାଦୀ ରାଷ୍ଟ୍ର ଭୁଲିଯିବା ଉଚିତ ନୁହେଁ ଯେ ପରମାଣୁ ଯୁଦ୍ଧାସ୍ତ୍ର କେବଳ ଦୁର୍ବଳ ରାଷ୍ଟ୍ରଗୁଡ଼ିକୁ ଧ୍ୱଂସ କରିବନି , ବରଂ ସମଗ୍ର ବିଶ୍ୱକୁ ଧ୍ୱଂସ ଆଡ଼କୁ ଟାଣି ନେବ। ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌କୁ ସମର୍ଥନ କରୁଥିବା ବେଳେ, ଯଦି ସୀମା ଲଂଘେ ତେବେ ରୁଷିଆ ଉପରେ ପରମାଣୁ ବୋମା ବର୍ଷଣର ଧମକ ମଧ୍ୟ ଆସୁଛି। ଗୋଟିଏ ପଟେ ଉତ୍ତର କୋରିଆରେ ଏକଚ୍ଛତ୍ରବାଦ ଶାସନ ଚାଲିଛି ଏବଂ କଥା କଥାକେ ଆମେରିକା ତା’ଉପରେ ଆକ୍ରମଣର ଧମକ ମଧ୍ୟ ଦେଉଛି। ଇତିହାସ ହିଁ ମୂକସାକ୍ଷୀ ସେହି ପରମାଣୁ ବୋମାର ଯାହା ସେଦିନ ଆମେରିକା ଜାପାନର ଦୁଇଟି ସହର ହିରୋଶିମା ଓ ନାଗାସାକୀ ଉପରେ ପକାଇଥିଲା, ଯେଉଁ ସହରରେ ଏବେ ମଧ୍ୟ ବିକଳାଙ୍ଗ ଶିଶୁ ଜନ୍ମ ନେଉଛନ୍ତି।
ଆଜିର ବୋମା କିନ୍ତୁ ସେଦିନର ବୋମାଠାରୁ ଆହୁରି ଶକ୍ତିଶାଳୀ। ଏହି ଯୁଦ୍ଧାସ୍ତ୍ର ପ୍ରୟୋଗର ପ୍ରତିଯୋଗିତା କିଭଳି ମାନବଜାତିକୁ ଧ୍ୱଂସ କରିବାକୁ ଆହ୍ବାନ କରୁଛି ତାହା ଜାଣିବା ଆବଶ୍ୟକ। ଯଦିଓ ଜ୍ଞାନ ଅଧିକ ଶକ୍ତିଶାଳୀ କିନ୍ତୁ ସେହି ଜ୍ଞାନକୁ ଯୁଦ୍ଧାସ୍ତ୍ରରେ ପ୍ରୟୋଗ କରି ଏ ସୁନ୍ଦର ପୃଥିବୀକୁ ଧ୍ୱଂସ କରା ନ ଯାଉ। ଯୁଦ୍ଧ ଏଭଳି ଭୟଙ୍କର ରୂପ ନେଉଛି ଇସ୍ରାଏଲର ଜଣେ କନିଷ୍ଠ ମନ୍ତ୍ରୀ ଗାଜା ଉପରେ ପରମାଣୁ ବୋମା ପକାଇ ହମାସ୍‌କୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବାକୁ ମଧ୍ୟ ଚେତାବନୀ ଦେଉଛନ୍ତି। ଏହି ସବୁ ରାଷ୍ଟ୍ର ଜାଣିବା ଦରକାର ଯେ ବାକିଥିବା ପରମାଣୁ ଯୁଦ୍ଧାସ୍ତ୍ର ଯଦି ପୁନଃ ପ୍ରୟୋଗ କରାଯାଏ ଏ ମାନବ ଜାତି ବଞ୍ଚିବ ତ? ଏକ ତଥ୍ୟାନୁଯାୟୀ ରୁଷିଆ ନିକଟରେ ସର୍ବାଧିକ ପରମାଣୁ ଯୁଦ୍ଧାସ୍ତ୍ର ରହିଛି । ତା’ପରେ ଆମେରିକା,ଚାଇନା,ପାକିସ୍ତାନ, ଭାରତ ଆଦି ଦେଶ ରହିଛନ୍ତି। ଯଦି ବାକିଥିବା ଯୁଦ୍ଧାସ୍ତ୍ର ଆତଙ୍କବାଦୀଙ୍କ ହାତରେ ପଡ଼ିଯାଏ ତେବେ ଏ ପୃଥିବୀ ଏକ ଶ୍ମଶାନରେ ପରିଣତ ହେବାକୁ ବେଶି ସମୟ ଲାଗିବ ନାହିଁ। ଏବେ ପୁଣି ଇସ୍ରାଏଲର ସେନା ଚଳାଇଥିବା ଯୁଦ୍ଧର ନିଶାଣରେ ଗାଜା ଯୁଦ୍ଧର ରଣଭୂମି ପାଲଟିଛି। ଗାଜାବାସୀ ଏବେ ଖାଦ୍ୟ ଆଉ ଜଳ ବିନା ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଯୁଦ୍ଧ ବନ୍ଦ ଲାଗି ସମସ୍ତେ ଆଲୋଚନା କରିବା ସହ କୂଟନୀତିକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ବିକଶିତ ଓ ଉଚ୍ଚ ବିକାଶଶୀଳ ଦେଶଗୁଡ଼ିକ ବିଶ୍ୱର ହିତ ପାଇଁ ଏକାଠି ହେବା ଦରକାର। ଏମାନେ ସମସ୍ତେ ମିଳିତ ହୋଇ ବିଶ୍ୱଶାନ୍ତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ଯଦି ସମଗ୍ର ବିଶ୍ୱର ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ବୃଦ୍ଧିପାଇ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ଆଣି ସଂଯମତା ରକ୍ଷା କରନ୍ତି ଏବଂ ଆଲୋଚନା କରନ୍ତି ତେବେ ଏହି ଯୁଦ୍ଧ ଶେଷ ହୋଇପାରିବ। ପରିଶେଷରେ ଏତିକି କୁହାଯାଇ ପାରେ ଯେ ‘ବସୁଧୈବ କୁଟୁମ୍ବକମ୍‌’ ମନ୍ତ୍ରରେ ଯଦି ପ୍ରତ୍ୟେକଟି ରାଷ୍ଟ୍ର ଅଭିମନ୍ତ୍ରିତ ହୋଇ ସହଯୋଗର ହାତ ବଢ଼ାଇବେ, ତେବେ ଯୁଦ୍ଧ ହଟିଯିବ ଓ ଶାନ୍ତି ଫେରିଆସିବ।
ରଘୁନାଥଜୀଉ ମହାବିଦ୍ୟାଳୟ
ଦେଉଳସାହି, କଟକ
ମୋ: ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri