Posted inଖେଳ

ଅଷ୍ଟ୍ରେଲିଆ ପୁରୁଷ, ମହିଳା ଟି୨୦ ଦଳକୁ ସମାନ ପୁରସ୍କାର ରାଶି ମିଳିବ

ସିଡନୀ, ୧୫।୧୦(ଏଏଫ୍‌ପି)- କ୍ରିକେଟ ଅଷ୍ଟ୍ରେଲିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାବର୍ଷ ଘରୋଇ ପରିବେଶ୍‌ରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସମାନଭାବେ ପୁରସ୍କାର ରାଶି ଦିଆଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। ଅର୍ଥାଟ ବିଶ୍ୱକପ୍‌ ଜିତିଲେ ପୁରୁଷ ଓ ମହିଳା ଦଳକୁ ସମାନ ଭାବେ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସୋମବାର ୨୦୨୦ ମହିଳା ବଶ୍ୱକପ୍‌ର ପୁରୁସ୍କାର ରାଶିରେ ୩୨୦ ପ୍ରତିଶତ ବୃଦ୍ଧି କରିଛି। ଏଥର ମହିଳା ଚାମ୍ପିୟନ ଦଳ ୧ ମିଲିୟନ ବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ହାସଲ କରିବ। ଅନ୍ୟପଟେ ରନର୍ସଅପ୍‌ ଦଳ ୫ ଲକ୍ଷ ଡଲାର ପୁରସ୍କାର ପାଇବ ବୋଲି ଆଇସିସି ସ୍ପଷ୍ଟ କରିଛି।
ଯଦି ଆସନ୍ତା ବର୍ଷ ମହିଳା ଦଳ ଟି୨୦ ବିଶ୍ୱକପ୍‌ ହାସଲ କରିବ ତାହାଲେ ଅତିରିକ୍ତ ୬ ଲକ୍ଷ ଡଲାର ପୁରସ୍କାର ରାଶି ଦେବ। ସେହିପରି ଦଳ ରନର୍ସଅପ୍‌ ହେଲେ ଅତିରିକ୍ତ ୫ ଲକ୍ଷ ଡଲାର ପୁରସ୍କାର ରାଶି ହାସଲ କରିବ। ଏହି ଅତିରିକ୍ତ ପୁରସ୍କାର ରାଶି ମଳିଲେ ପୁରୁଷ ଓ ମହିଳା ଦଳର ପୁରସ୍କାର ରାଶି ସାମାନ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ମହିଳା ଓ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ଥିବା ଅସମାନତାକୁ ଦୂର କରିବା ପାଇଁ ଆମେ ବଦ୍ଧପରିକର ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ ରବଟର୍‌ସ କହିଛନ୍ତି। ଆମ ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କ ଆର୍ଥିକ ଅବସ୍ଥା ସୁଧାରିବାକୁ ପ୍ରୟାସ ଜାରି ରଖିବୁ। ତେବେ ଏଥିପାଇଁ ଆମକୁ ଆହୁରି ବହୁତ କିଛି କରିବାକୁ ପଡିବ। କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସମାନତା ଅଣିବା ଉପରେ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।
ଦୁଇ ବର୍ଷ ତଳେ କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନ ଗୋଟିଏ ବୁଝାମଣା କରିଥିଲେ। ମହିଳା ଓ ପୁରୁଷ କ୍ରିକେଟରଙ୍କ ପାଇଁ ସମାନ ଆଭିମୁଖ୍ୟ ପୋଷଣ କରାଯିବ ବୋଲି ଦୁଇ ସଂସ୍ଥା ସହିମତିରେ ପହଞ୍ଚିଥିଲେ। ଟପ୍‌ ର଼୍ୟାଙ୍କର ଅଷ୍ଟ୍ରେଲିଆ ମହିଳା ଦଳ ଏଥର ଟି୨୦ ବିଶ୍ୱକପ୍‌ରେ ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଛି। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ମହିଳା ଦଳ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ମହିଳା କ୍ରିକେଟରେ ଅଧିକ ଅର୍ଥ ଉପାର୍ଜନ ହେଉଛି। ତେଣୁ ୨୦୨୧ ବିଶ୍ୱକପ୍‌ର ପୁରସ୍କାର ରାଶିକୁ ୨ ମିଲିୟନ ଆମେରିକୀୟ ଡଲାରରୁ ୩.୫ ମିଲିୟନକୁ ବୃଦ୍ଧି କରାଯାଇଛି ବୋଲି ଆଇସିସି ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri