Posted inଖେଳ

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଭାରତୀୟ ହକି ଦଳ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)-
ଆଗାମୀ ନଭେମ୍ବର ୧ ଓ ୨ ତାରିଖରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଖେଳିବେ। ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ଆମେରିକା ଥିବାବେଳେ ପୁରୁଷ ଦଳ ରୁଷିଆ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ ଖେଳିବେ। ଏହାପରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ କେଉଁ ଦଳ ଯୋଗ୍ୟତା ଅର୍ଜନ କରିବ ତାହା ସ୍ପଷ୍ଟ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପାଇଁ ଶୁକ୍ରବାର ଭାରତୀୟ ହକି ଦଳ ଘୋଷିତ ହୋଇଛି। ଅଧିନାୟିକା ରାଣୀ ରାମପାଲଙ୍କ ଉପସ୍ଥିତିରେ ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ମହିଳା ଦଳ ତାଲିକା ଘୋଷଣା କରିଥିବାବେଳେ ଅଧିନାୟକ ମନପ୍ରୀତ ସିଂ ଉପସ୍ଥିତ ଥାଇ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପୁରୁଷ ଦଳ ଘୋଷଣା କରିଥିଲେ।
ରାଣୀଙ୍କ ନେତୃତ୍ୱାଧୀନ ମହିଳା ଦଳରେ ଓଡ଼ିଶାର ୩ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ। ମନପ୍ରୀତଙ୍କ ପୁରୁଷ ଦଳରେ କିନ୍ତୁ ମାତ୍ର ଜଣେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ସ୍ଥାନ ହାସଲ କରି ପାରିଛନ୍ତି। ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ବାଦ୍‌ ପଡ଼ିଛନ୍ତି। ସବିତାଙ୍କୁ ମହିଳା ଦଳର ଏବଂ ଏସ.ଭି. ସୁନୀଲଙ୍କୁ ପୁରୁଷ ଦଳର ଉପଅଧିନାୟିକା ଓ ଉପଅଧିନାୟକ ଦାୟିତ୍ୱ ଦିଆ ଯାଇଛି। ଟୋକିଓ ଅଲିମ୍ପିକ୍ସ ୨୦୨୦ ଜୁଲାଇ ୨୫ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୧୨ଟି ଲେଖାଏ ମହିଳା ଓ ପୁରୁଷ ଦଳ ଅଂଶଗ୍ରହଣ କରିବେ।
ସନ୍ତୁଳନକୁ ଧ୍ୟାନରେ ରଖାଯାଇଛି
ବେଲଜିୟମ ଟୁର୍‌ରେ ଶତପ୍ରତିଶତ ବିଜୟ ରେକର୍ଡ ନେଇ ଫେରିବାପରେ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପାଇଁ ୧୮ ଜଣିଆ ଦଳ ଚୟନ କରିବା ସହଜ ନ ଥିଲା ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରିଡ୍‌। ଦଳରେ ସନ୍ତୁଳନକୁ ପ୍ରାଥମିକତା ଦିଆ ଯାଇଛି। ବିଭିନ୍ନ ବିଭାଗରେ ବିକଳ୍ପ ଖେଳାଳିଙ୍କୁ ଧ୍ୟାନରେ ରଖି ଆମେ ଏହି ଦଳ ଚୟନ କରିଛୁ। ରୁଷିଆ ବିପକ୍ଷରେ ଆମକୁ ଏକାଗ୍ରତାର ସହିତ ଖେଳିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।
ରିଦିମ ଗୁରୁତ୍ୱପୂର୍ଣ୍ଣ
ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପୂର୍ବରୁ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଟୁର୍‌ରେ ଯାଇଥିବା ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଛି। ତେଣୁ ଆମେ ଦଳ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ। ଇଂଲଣ୍ଡ ଟୁର୍‌ରେ ଭଲ ପ୍ରଦର୍ଶନ ହୋଇଥିବାରୁ ସେହି ରିଦିମକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆମେରିକା ଏକ ଭଲ ଦଳ। ତେଣୁ ଆମେ ଏହି ଦଳକୁ ଭେଟିବା ପୂର୍ବରୁ କୌଣସି ତ୍ରୁଟି କରିବାକୁ ଚାହୁଁନାହୁଁ ବୋଲି ମାରିଜନେ ପ୍ରକାଶ କରିଛନ୍ତି।
ଓଡ଼ିଶା ଖେଳାଳି ଅବିଚ୍ଛେଦ୍ୟ ଅଙ୍ଗ
ଭାରତୀୟ ମହିଳା ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି। ଆମେ କୌଣସି ବ୍ୟକ୍ତିଗତ ନୁହେଁ ଦଳଗତଭାବେ ଭଲ ଖେଳି ଆସୁଛୁ। ପ୍ରଦର୍ଶନ ଦୃଷ୍ଟିରୁ ଓଡ଼ିଶା ଖେଳାଳିମାନେ ଏବେ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି। ନିକଟ ଅତୀତରେ ଆମେରିକା ଭଲ ଖେଳି ଆସୁଥିଲେ ହେଁ ଆମେ ମଧ୍ୟ ପ୍ରସ୍ତୁତ ଅଛୁ। ଆମର ଫିଟ୍‌ନେସ୍‌ ସ୍ତରରେ ବହୁ ଉନ୍ନତି ଆସିଛି। ଆମେ ଏବେ ବିଶ୍ୱର ଯେ କୌଣସି ଦଳକୁ ହରାଇବାର କ୍ଷମତା ରଖିଛୁ। ତେଣୁ ଆମେରିକା କିପରି ଖେଳିବ ତା’ ଉପରେ ଗୁରୁତ୍ୱ ନ ଦେଇ ଆମେ ନିଜ ଦକ୍ଷତା ଅନୁସାରେ ଖେଳି ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଲକ୍ଷ୍ୟ ରଖିଛୁ ବୋଲି ଅଧିନାୟିକା ରାଣୀ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି। ଓଡ଼ିଶା ଦର୍ଶକ ହକିକୁ ସର୍ବଦା ସମର୍ଥନ ଦେଇ ଆସିଛନ୍ତି। ବର୍ଷା କିମ୍ବା ଶୀତକୁ ଏମାନେ ଖାତିର ନ କରି ଦଳକୁ ଉତ୍ସାହିତ କରିଛନ୍ତି। ତେଣୁ ଆମେ ମଧ୍ୟ ଏହି ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ବ୍ୟଗ୍ର। ଦର୍ଶକଙ୍କ ଭରପୂର ଉପସ୍ଥିତି ନିଶ୍ଚିତ ଆମକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ରାଣୀ କହିଛନ୍ତି।
ରୁଷିଆକୁ ହାଲ୍‌କା ନେଉନାହୁଁ
ର଼୍ୟାଙ୍କିଙ୍ଗ୍‌ରେ ଭାରତ ତୁଳନାରେ ରୁଷିଆ ବହୁ ପଛରେ ଥିଲେ ହେଁ ଏହି ଦଳକୁ କୌଣସି ପରିସ୍ଥିତିରେ ହାଲ୍‌କା ଭାବେ ନେଇ ହେବନି। କାରଣ ଆମକୁ ମନେ ରଖିବାକୁ ହେବ ଯେ ଏହି ଦଳ ମଧ୍ୟ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଆସିଛି। ଦଳର ପ୍ରସ୍ତୁତି ମଧ୍ୟ ସେହି ଅନୁସାରେ ହୋଇଥିବ ନିଶ୍ଚିତ। ଆମେ ପ୍ରତିପକ୍ଷ ଦଳକୁ ସମ୍ମାନ ଜଣାଇ ନିଜ ଦକ୍ଷତା ଅନୁସାରେ ଖେଳିବୁ ଏବଂ ଯୋଗ୍ୟତା ହାସଲ କରିବାକୁ ଚେଷ୍ଟା କରିବୁ ବୋଲି ଅଧିନାୟକ ମନପ୍ରୀତ ପ୍ରକାଶ କରିଛନ୍ତି।
ଭାରତୀୟ ପୁରୁଷ ହକି ଦଳ
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୁର ପାଠକ, ହରମନପ୍ରୀତ ସିଂ, ବରୁଣ କୁମାର, ସୁରେନ୍ଦର କୁମାର, ଗୁରିନ୍ଦର ସିଂ, ରୂପିନ୍ଦର ପାଲ୍‌ ସିଂ, ଅମିତ ରୋହିଦାସ, ମନପ୍ରୀତ ସିଂ(ଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଲଳିତ କୁମାର ଉପାଧ୍ୟାୟ, ଏସ.ଭି. ସୁନୀଲ(ଉପ-ଅଧିନାୟକ), ମନଦୀପ ସିଂ, ଆକାଶଦୀପ ସିଂ, ରମଣଦୀପ ସିଂ, ସିମରନଜିତ ସିଂ।
ଭାରତୀୟ ମହିଳା ହକି ଦଳ
ସବିତା(ଉପ-ଅଧିନାୟିକା), ରଜଜନୀ ଏଟିମାରପୁ, ଦୀପ୍‌ ଗ୍ରେସ୍‌ ଏକ୍କା, ଗୁରଜିତ କୌର, ରୀନା ଖୋଖର, ସାଲିମା ଟେଟେ, ସୁଶିଲା ଚାନୁ ପୁଖରାମବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରାଣୀ ରାମପାଲ (ଅଧିନାୟିକା), ବନ୍ଦନା କାଟରିୟା, ନଭନୀତ କୌର, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri