Posted inଖେଳ

ଅଲରାଉଣ୍ଡର ରେକର୍ଡ ଭାଙ୍ଗିଲେ ଗୌଥମ

ବାଙ୍ଗାଲୋର,୨୪।୮: କ୍ରୀଷ୍ଣପା ଗୌଥମ ଶୁକ୍ରବାର ବୋଧହୁଏ କ୍ରିକେଟ ଇତିହାସରେ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି। କର୍ନାଟକ ପ୍ରିମିୟର ଲିଗ୍‌(କେପିଏଲ)ରେ ବଲାରି ଟସ୍କର୍ସ ପାଇଁ ଖେଳୁଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ ୩୯ ବଲରୁ ଶତକ ଲଗାଇଛନ୍ତି। ମୋଟ ଉପରେ ୫୬ ବଲ ଖେଳି ୧୩୪ ରନ୍‌ କରି ନଟ୍‌ଆଉଟ୍‌ ଥିଲେ। ତାଙ୍କ ଇନିଂସରେ ୧୩ ଛକା ଓ ୭ ଚୌକା ସାମିଲ ଥିଲା। ଏଥିସହ ସେ କେପିଏଲ ଗୋଟିଏ ଇନିଂସରେ ସର୍ବାଧିକ ଛକା ଲଗାଇବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାପରେ ବୋଲିଂରେ ସେ ଟି୨୦ ଇତିହାସର ଶ୍ରେଷ୍ଠ ସ୍ପେଲ ପକାଇଛନ୍ତି। ୪ ଓଭର ବୋଲିଂ କରିି ୧୫ ରନ୍‌ ବିନିମୟରେ ୮ ଉଇକେଟ ନେଇଥିଲେ। ତାଙ୍କର ଏଭଳି ଅଲରାଉଣ୍ଡିଂ ଶୋ ଯୋଗୁ ଶିବମୋଗା ଲାୟନ୍ସ ୭୦ ରନ୍‌ରେ ପରାଜୟ ବରଣ କରିଥିଲା। ଚଳିତ ମାସରେ ଭିଟାଲିଟି ବ୍ଲାଷ୍ଟ ମ୍ୟାଚ୍‌ରେ କଲିନ ଆକରମାନ୍ନ (୭/୧୮)ଙ୍କ ସ୍ପେଲଠାରୁ ଗୌଥମଙ୍କ ବୋଲିଂ ସ୍ପେଲ ଉନ୍ନତର। ହେଲେ ଏହାକୁ ଅଫିସିଆଲ ରେକର୍ଡ ବୁକ୍‌ରେ ସାମିଲ କରାଯିବ ନାହିଁ। କାରଣ ରାଜ୍ୟ ଟି୨୦ ଲିଗ୍‌କୁ ଏପର୍ଯ୍ୟନ୍ତ ଅଫିସିଆଲ ଟି୨୦ ମାନ୍ୟତା ମିଳି ନାହିଁ। ତେବେ ଗୌଥମଙ୍କ ପ୍ରଦର୍ଶନରେ କ୍ରିକେଟ ଜଗତ ଟୁଇଟର ଜରିଆରେ ଖୁସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri