Posted inରାଜ୍ୟ

ଅର୍ଥ, କ୍ଷମତା ବଳରେ ମନ୍ତ୍ରୀପଦ ଆଶା

ଭୁବନେଶ୍ୱର,୨୭।୫: ସାରା ଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହୋଇଛି। ସେହିଭଳି ରାଜ୍ୟରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି। ଲଗାତର ୫ମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ୨୯ ତାରିଖ ଅର୍ଥାତ୍‌ ବୁଧବାର ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଉଛି। ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନଟିଏ ପାଇବା ପାଇଁ ବିଧାୟକଙ୍କ ମଧ୍ୟରେ ଜୋରସୋର ଲବି ଆରମ୍ଭ ହୋଇଯାଇଛି। ରାଜ୍ୟ ବିଧାନସଭା ସଂଖ୍ୟାର ୧୫ ପ୍ରତିଶତ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୧ କିମ୍ବା ୨୨ ମନ୍ତ୍ରୀ ହୋଇପାରିବେ। ଏଭଳି ସ୍ଥିତିରେ ୧୧୨ ବିଧାୟକଙ୍କ ମଧ୍ୟରୁ କିଏ ମନ୍ତ୍ରୀପଦ ହାସଲ କରିବ, ସେ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
ସବୁଠାରୁ ମୁଖ୍ୟକଥା ହେଲାଯେ, ବିଜେଡିରେ ପ୍ରଥମଥର ବିଧାୟକ ହୋଇଥିବା କିଛି ନେତା ମଧ୍ୟ ମନ୍ତ୍ରୀପଦ ହାତେଇବାକୁ ଉଦ୍ୟମ ଚଳାଇଛନ୍ତି। ଏପରିକି ଯେଉଁମାନଙ୍କ ସହଯୋଗରେ ବିଜେଡିକୁ ଆସିବାରେ ସଫଳ ହୋଇଥିଲେ, ସେମାନଙ୍କ ଚେର କାଟିବାକୁ ପଛଘୁଞ୍ଛା ମଧ୍ୟ ଦେଉନାହାନ୍ତି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ନୟାଗଡ ଜିଲାର ଅରୁଣ ସାହୁ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ ଓ କେନ୍ଦ୍ରାପଡାର ଅତନୁ ସବ୍ୟସାଚୀ ନାୟକଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ପାରେ। ଆଉ ଏହା ଯଦି ସତ୍ୟ ହୁଏ, ତେବେ ନୟାଗଡ ଜିଲାରୁ ପ୍ରଥମଥର ବିଜେଡି ବିଧାୟକ ହୋଇଥିବା ଜଣେ ନେତାଙ୍କୁ ମନ୍ତ୍ରୀପଦ ମିଳିବାରେ ସହଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ବିଶ୍ଳେଷକଙ୍କ ମତରେ ଉକ୍ତ ନବାଗତଙ୍କୁ ବିଜେଡିକୁ ବାଟ କଢ଼େଇ ଆଣିଥିବା ଦୁଇ ପ୍ରମୁଖ ନେତା(ସଞ୍ଜୟ ଦାସବର୍ମା ଓ ଦେବାଶିଷ ସାମନ୍ତରାୟ) ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏପରିକି ପ୍ରଣବ ପ୍ରକାଶ ମନ୍ତ୍ରୀପଦରେ ନ ରହି ଦଳ ଏବଂ ମନ୍ତ୍ରିମଣ୍ଡଳର ସମନ୍ବୟକାରୀ ହେବା ପାଇଁ ଯୋଜନା କରୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ନେତାଙ୍କୁ ମନ୍ତ୍ରୀପଦ ମିଳିବାରେ କିଛି ଅସୁବିଧା ହୋଇ ନ ପାରେ ବୋଲି କୁହାଯାଉଛି। ଆଉ କିଛି ରାଜନୈତିକ ପଣ୍ଡିତଙ୍କ ମତରେ ଏଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଆର୍ଥିକ ମାପଦଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେହି ହିସାବରେ ବିଚାର କଲେ ଅବିଭକ୍ତ ପୁରୀ ସମେତ ଅବିଭକ୍ତ ସମ୍ବଲପୁର ଓ ଢେଙ୍କାନାଳ ଜିଲାର ଏକାଧିକ ନେତା ବିଜେଡି ନେତୃତ୍ୱଙ୍କୁ ମନ୍ତ୍ରୀପଦ ପାଇଁ ପ୍ରଭାବିତ କରିପାରନ୍ତି। ଅର୍ଥ ବଳରେ ପୂର୍ବରୁ ନେତୃତ୍ୱକୁ ପ୍ରଭାବିତ କରି ଏକାଧିକ ନେତା ଟିକେଟ ହାତେଇ ପାରିଛନ୍ତି, ମନ୍ତ୍ରୀପଦ ହାତେଇବା ସେମାନଙ୍କ ପାଇଁ ବଡ଼ କଥା ନୁହେଁ ବୋଲି
ସମୀକ୍ଷକମାନେ କହିଛନ୍ତି। ବିଜେଡିର ଚତୁର୍ଥ ପାଳିରେ ମନ୍ତ୍ରୀଥିବା ଏକାଧିକ ବ୍ୟକ୍ତି ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇସାରିଛନ୍ତି। ତେଣୁ ସେମାନଙ୍କୁ ନେତୃତ୍ୱ ପୁନର୍ବାର ସୁଯୋଗ ଦେବା ଉଚିତ ନୁହେଁ ବୋଲି କେତେକ ଆଶାୟୀ କହି ବୁଲିଲେଣି। ଅପରପକ୍ଷରେ ପୂର୍ବ ନିର୍ବାଚନ ଅପେକ୍ଷା ଭାଜପା ରାଜ୍ୟରେ ନିଜର ଶକ୍ତି ବୃଦ୍ଧି କରିଛି। କେନ୍ଦ୍ରରେ ପୂର୍ଣ୍ଣ ବହୁମତର ସରକାର ଥିବାରୁ ବିଜେଡି ପାଇଁ ଚ୍ୟାଲେଞ୍ଜ ମଧ୍ୟ ରହିଛି। ସେହି ସମୟରେ ବିରୋଧୀଙ୍କ ମୁକାବିଲା ପାଇଁ ବିଜେଡି ଆବଶ୍ୟକ କରୁଥିବା ସାଧନର ମାଲିକାନା ଥିବାରୁ ମନ୍ତ୍ରୀପଦକୁ ଛଡ଼ାଇ ନେବା କେତେକ ନେତା ଯୋଜନା କରିଚାଲିଛନ୍ତି।
ଅପରପକ୍ଷରେ ସେହି ନେତାଙ୍କୁ ବାଟ କଢ଼େଇଥିବା ଯୁବ ବିଧାୟକଗଣ ମୁହଁ ଖୋଲି କହି ପାରୁ ନାହାନ୍ତି କି ହାତରୁ କ୍ଷମତା ଚାଲିଯିବାର ସମ୍ଭାବନା ଥିବାରୁ ସହି ପାରୁ ନାହାନ୍ତି। ଏହି ଯୁବଗୋଷ୍ଠୀ ଆର୍ଥିକ ଭାବେ ସ୍ବଚ୍ଛଳ ହେଲେ ବି ଧନ କୁବେର ନେତାମାନଙ୍କ ସମକକ୍ଷ ନୁହନ୍ତି। ୨୯ ଶପଥ ଗ୍ରହଣ ଉତ୍ସବକୁ ମାତ୍ର ୪୮ ଘଣ୍ଟା ବାକି ରହିଛି, ତେଣୁ ଆର୍ଥିକଭାବେ ସ୍ବଚ୍ଛଳ ଥିବା ନେତାମାନେ ମନ୍ତ୍ରୀପଦ ହାତେଇ ପାରୁଛନ୍ତି ନା ନାହିଁ, ତାହା ଉପରେ ସମୀକ୍ଷକମାନଙ୍କ ନଜର ରହଛି।
(ଚିଦାନନ୍ଦ ଜେନା)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?