Posted inଖେଳ

ଅର୍ଜୁନ ପୁରସ୍କାର ପାଇଁ ଝିଙ୍ଗାନ୍‌, ବାଲା ଦେବୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ଜାତୀୟ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଏବଂ ମହିଳା ଦଳର ଷ୍ଟ୍ରାଇକର ଏନ୍‌. ବାଲା ଦେବୀଙ୍କ ନାମ ସୁପାରିସ କରିଛି। ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର ପାଇଁ ପ୍ରାର୍ଥୀଙ୍କ ନାମ ଅନ୍‌ଲାଇନ୍‌ରେ ସୁପାରିସ କରିବା ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ନିର୍ଦ୍ଦେଶାନାମା ପ୍ରକାଶ ପାଇଥିଲା। କିଛିବର୍ଷ ହେଲା ଏହିି ଖେଳାଳି ଦ୍ୱୟ ସ୍ଥିର ପ୍ରଦର୍ଶନ କରି ଆସୁଥିବାରୁ ପ୍ରାର୍ଥୀ ଚୟନରେ କୌଣସି ଅସୁବିଧା ହୋଇ ନ ଥିଲା ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ୨୬ବର୍ଷୀୟ ଝିଙ୍ଗାନ୍‌ ସିକ୍କିମ ୟୁନାଇଟେଡ୍‌ ଦଳରେ ବାଇଚୁଙ୍ଗ୍‌ ଭୂତିଆ ଏବଂ ରିନେଡୀ ସିଂଙ୍କ ଭଳି ଷ୍ଟାର ଖେଳାଳିଙ୍କ ସହ ଖେଳି ସୁନୀଲ ଛେତ୍ରୀଙ୍କ ପଛକୁ ନିଜକୁ ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ୨୦୧୫ ଫିଫା ବିଶ୍ୱକପ୍‌ କ୍ୱାଲିଫାୟରରେ ଭାରତ ତରଫରୁ ସେ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ଇଣ୍ଡିନ୍‌ ସୁପର ଲିଗ୍‌ ଟିମ୍‌ କେରଳ ବ୍ଲାଷ୍ଟର୍ସର ମଧ୍ୟ ସେ ଜଣେ ପ୍ରମୁଖ ଖେଳାଳି ବିବେଚିତ ହେଉଛନ୍ତି। ଝିଙ୍ଗାନ୍‌୍‌ଙ୍କ ଦକ୍ଷତା ଓ ପରିପକ୍ୱତା ଉପରେ ପୂର୍ବତନ ଜାତୀୟ ଦଳର କୋଚ୍‌ ଷ୍ଟିଫେନ୍‌ କନଷ୍ଟାଣ୍ଟିନ ପ୍ରଗାଢ଼ ଆସ୍ଥା ରହିଥିଲା। ଫଳରେ ଛେତ୍ରୀଙ୍କ ଇଞ୍ଜୁରୀ ସମୟରେ ସେ ଝିଙ୍ଗାନ୍‌୍‌ଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥାନ୍ତି। ଇଣ୍ଡିଆନ ସୁପର ଲିଗ୍‌ରେ ସେ ଅନେକଥର ରାଇଟ୍‌ ବ୍ୟାକ୍‌ ଦାୟିତ୍ୱ ତୁଲାଇଛନ୍ତି। ସବୁବେଳେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଝିଙ୍ଗାନ୍‌୍‌ଙ୍କର ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଭାରତୀୟ ମହିଳା ଦଳର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଲେ ମଣିପୁରର ୩୦ ବର୍ଷୀୟା ବାଲା ଦେବୀ। ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ ଦଳ ରେଞ୍ଜର୍ସ ଏଫ୍‌ସି ସହିତ ସେ ୧୮ ମାସିଆ ଚୁକ୍ତି କରିଛନ୍ତି। ଜଣେ ପ୍ରଫେସନାଲ ଖେଳାଳି ଭାବେ ଦେଶ ବାହାରେ ଖେଳିବାରେ ସେ ପ୍ରଥମ ଭାରତୀୟ ମହିଳା। କରୋନା ଭାଇରସ୍‌ ଉପରେ ଜନ ସଚେତନତା ସୃଷ୍ଟି ପାଇଁ ଏସିଆନ ଫୁଟ୍‌ବଲ କନଫେଡେରେଶନ ଦ୍ୱାରା‘# ବ୍ରେକ୍‌ ଦ ଚେନ୍‌’ ଭିଡିଓ ପ୍ରସ୍ତୁତ କରାଯାଇଛି। ଏଥିରେ ମହାଦେଶର ଯେଉଁ କେତେଜଣ ଖେଳାଳି ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ବାଲା ଦେବୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri