Posted inଜାତୀୟ

ଅରୁଣାଚଳରେ ଉଗ୍ରପନ୍ଥୀ ଆକ୍ରମଣ: ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା

ଇଟାନଗର,୨୨ା୫(ପି.ଟି./ଆଇଏନ୍‌ଏସ୍‌): ଅରୁଣାଚଳ ପ୍ରଦେଶରେ ନାଗା ଉଗ୍ରପନ୍ଥୀମାନେ ମଙ୍ଗଳବାର ଜଣେ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ବିଧାୟକ ତଥା ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ପ୍ରାର୍ଥୀ ତିରୋଙ୍ଗ ଓ ଅନ୍ୟମାନେ ୩ଟି କାର୍‌ରେ ଆବୋହ ଆସାମରୁ ଫେରୁଥିବାବେଳେ ଅରୁଣାଚଳର ତିରାପ ଜିଲାର ଏକ ସ୍ଥାନରେ ଉଗ୍ରବାଦୀମାନେ ସେମାନଙ୍କୁ ଅଟକରାଇ ଆଖିବୁଜା ଗୁଳିବର୍ଷା କରିଥିଲେ। ଏଥିରେ ତିରୋଙ୍ଗ, ତାଙ୍କ ପରିବାରର ୬ ଜଣ ଓ ୪ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି। ଉଗ୍ରପନ୍ଥୀଙ୍କୁ ଧରିବା ଲାଗି ଆସାମ ରାଇଫଲ୍ସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଛି। ଏନ୍‌ପିପି ଅଧ୍ୟକ୍ଷ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସଙ୍ଗ୍‌ମା ଏହାର ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଖୋନ୍‌ସା ଓ୍ବେଷ୍ଟ ନିର୍ବାଚନମଣ୍ଡଳୀ ବିଧାୟକ ତିରୋଙ୍ଗ ସଦ୍ୟ ସମାପ୍ତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପୁନଃ ନିର୍ବାଚିତ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଗ୍ରପନ୍ଥୀ ସଙ୍ଗଠନ ନ୍ୟାଶନାଲିଷ୍ଟ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ ଇସାକ୍‌ ଆଣ୍ଡ ମୁଇଭା (ଏନ୍‌ଏସ୍‌ସିଏନ୍‌-ଆଇଏମ୍‌) ପକ୍ଷରୁ ପୂର୍ବରୁ ତିରୋଙ୍ଗଙ୍କୁ ହତ୍ୟା ଧମକ ମିଳିଥିଲା। ତିରୋଙ୍ଗ ନିଜ ପରିବାର ସହ ୩ଟି କାର୍‌ରେ ଆସାମରୁ ଖୋନ୍‌ସାକୁ ଫେରୁଥିଲେ। ଗୋଟିଏ କାର୍‌ ତିରୋଙ୍ଗଙ୍କ ପୁଅ ଚଳାଉଥିଲେ। ସେମାନେ ପୂର୍ବାହ୍ନ ୧୧ଟା ୩୦ରେ ଅରୁଣାଚଳ ରାଜଧାନୀ ଇଟାନଗରଠାରୁ ୨୬୦ କି.ମି. ଦୂର ବୋଗାପାନିରେ ପହଞ୍ଚତ୍ଥିବାବେଳେ ସଶସ୍ତ୍ର ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ଉଗ୍ରପନ୍ଥୀମାନେ ଅଟକାଇ ଖୁବ୍‌ ନିକଟରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ତିରାପ ଡେପୁଟି କମିଶନର ପି.ଏନ୍‌. ଥୁଙ୍ଗନ୍‌ ସୂଚନା ଦେଇଛନ୍ତି। ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହି ଆକ୍ରମଣର ଦୃଢ଼ନିନ୍ଦା କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସଙ୍ଗ୍‌ମା ଏହାକୁ ଅତ୍ୟନ୍ତ ବର୍ବର ବୋଲି ଅଭିହିତ କରିବା ସହ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କନ୍‌ରାଡ୍‌ ଦାବି କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି। ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri