କେନ୍ଦ୍ର ଅର୍ଥ ଲୁଟିବାକୁ ଯୋଜନା: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦୁଇଦିନ ତଳେ ରାଜ୍ୟ କ୍ୟାବିନେଟ୍‌ରେ ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ବାତ୍ୟା ‘ଫନୀ’ର ପୁନଃ ଉଦ୍ଧାର ପାଇଁ ହୋଇଥିବା ୨୦ଲକ୍ଷ ଟଙ୍କାର କାର୍ଯ୍ୟ ଅଟକଳକୁ ବିଭାଜନ କରି ବିନା ଟେଣ୍ଡରରେ ଦିଆଯାଇ ପାରିବ ବୋଲି ସରକାର ନେଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଭାଜପା ଅଭିଯୋଗ କରିଛି। ଭ୍ରଷ୍ଟାଚାରରେ ଲିପ୍ତ କେତେଜଣ ମୁଷ୍ଟିମେୟ ଅଧିକାରୀ ପିସି କାରବାର କରି ବିଜେଡି ନେତାଙ୍କୁ ମାଲାମାଲ କରିବା ଯୋଜନା କରି ଏଭଳି କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ଓ କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩୪୧ କୋଟି ଟଙ୍କା ଦେଇଥିଲେ। ଏହାକୁ ଲୁଟିବା ପାଇଁ ଶାସକ ଦଳର କେତେଜଣ ନେତା ଅଣଓଡ଼ିଆ ଅଧିକାରୀମାନଙ୍କ ସହ ହାତ ମିଳାଇ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି ।
ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୫ରେ ପୂର୍ତ୍ତ ବିଭାଗ ପୂର୍ବତନ ସଚିବ ନଳିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଭାଗର କିଛି ନିୟମାବଳୀ ପରିବର୍ତ୍ତନ କରାଯାଇଥିଲା। ଏହାସହ ଜରୁରିକାଳୀନ ଭାବେ ଏହି ନିୟମକୁ ସଂଶୋଧନ କରି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାରକୁ ପ୍ରଶ୍ରୟ ଦେଇଥିଲେ। ଏବେ ସେହି ନିୟମକୁ ଆଉଥରେ ସଂଶୋଧନ କରି ୫୦ହଜାର ଅଟକଳ ସୀମା ରାଶିକୁ ୫ଲକ୍ଷ ଟଙ୍କା କରାଇବା ପଛରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇ ପଡୁଛି ା ବାତ୍ୟା ‘ଫନୀ’ର ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଦେଇଥିବା ଟଙ୍କାକୁ ସୁଚିନ୍ତିତ ଭାବେ ଷଡ଼ଯନ୍ତ୍ର କରି ହଡ଼ପ କରିବା ସରକାରଙ୍କ କିଛି ଅଫିସର ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ରେ ସରକାର ପୂର୍ତ୍ତ ବିଭାଗ ନିୟମାବଳୀକୁ ପରିବର୍ତ୍ତନ କରି ସେଥିରେ ମୋହର ମାରିଛନ୍ତି। କାହା ସ୍ବାର୍ଥରେ ନିୟମାବଳୀକୁ ପରିବର୍ତ୍ତନ କରାଯାଇ କାର୍ଯ୍ୟାଦେଶକୁ ମଞ୍ଜୁରୀ ଦିଆଗଲା। ଏହା ଉପରେ ମୁଖ୍ୟ ଶାସନ ସଚିବ ତର୍ଜମା କରନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

ଦାନ ଚୋରି ମାମଲାରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ କର୍ମଚାରୀଙ୍କୁ କରାଯିବ ବହିଷ୍କାର !

ଅଯୋଧ୍ୟା,୧୭।୭: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣାର SIT ତଦନ୍ତ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ମୁତାବକ, ସୁପାରିଶ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri