Posted inଜାତୀୟ

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ସ୍ବାଗତ କରିଥିବାବେଳେ ଦୁଇଟି ମୁସ୍‌ଲିମ ସଙ୍ଗଠନ ଏକତରଫା ଓ ଭିତ୍ତିହୀନ ଦର୍ଶାଇ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ଜମାଇତ୍‌-ଉଲେମା-ହିନ୍ଦ୍‌ ଏବଂ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସର୍ବୋଚ୍ଚ ଅଦାଲତରେ ରିଭ୍ୟୁ ପିଟିଶନ ଦାଏର କରିବାକୁ ରବିବାର ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟ ଗତ ୯ ତାରିଖରେ ଅଯୋଧ୍ୟାର ଶତାବ୍ଦୀ ପୁରୁଣା ଜମି ବିବାଦ ମାମଲାର ରାୟ ଶୁଣାଇଥିଲେ। ଅଯୋଧ୍ୟାସ୍ଥିତ ୨.୭୭ ଏକର ବିବାଦୀୟ ଜମି ଅନ୍ୟତମ ହିନ୍ଦୁ ପକ୍ଷ ରାମ ଲାଲାଙ୍କୁ ମନ୍ଦିର ନିର୍ମାଣ ନିମନ୍ତେ ଦିଆଯିବ ଏବଂ ମସ୍‌ଜିଦ ପାଇଁ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡକୁ ବିକଳ୍ପ ୫ ଏକର ଜମି ପ୍ରଦାନ କରାଯିବ ବୋଲି ୫ ଜଣିଆ ସାମ୍ବିଧାନିକ ପୀଠ ଘୋଷଣା କରିଥିଲେ। ଏହାକୁ ଓ୍ବାକଫ୍‌ ବୋର୍ଡ ସ୍ବାଗତ କରିଛି। ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର କରାଯିବ ନାହିଁ ବୋଲି ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଜଫର୍‌ ଫାରୁକି ସ୍ପଷ୍ଟ କରିସାରିଛନ୍ତି। ହେଲେ ଶୀର୍ଷ ଅଦାଲତ ନିଷ୍ପତ୍ତି ଶୁଣାଇବାର ସପ୍ତାହେ ପରେ ଜମାଇତ୍‌ ଆପତ୍ତି ଉଠାଇଛି। ଜମାଇତ୍‌ ମୁଖ୍ୟ ମୌଲାନା ଅର୍ଷଦ ମଦାନି ଏକ ବିବୃତିରେ କହିଛନ୍ତି, ଅଯୋଧ୍ୟା ରାୟ ପ୍ରମାଣ ଓ ଯୁକ୍ତି ଆଧାରିତ ନୁହେଁ। କାରଣ ସୁପ୍ରିମକୋର୍ଟ ସମସ୍ତ ମୁସ୍‌ଲିମ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣକୁ ଗ୍ରହଣ କରିବା ସତ୍ତ୍ୱେ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଆମକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳି ନ ଥିବାରୁ ମୁସ୍‌ଲିମମାନେ ମସ୍‌ଜିଦକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବେ ନାହିଁ।
ଜମାଇତ୍‌ର (ଉତ୍ତରପ୍ରଦେଶ) ପୂର୍ବତନ ସାଧାରଣ ସମ୍ପାଦକ ଏମ୍‌. ସିଦ୍ଦିକି ଏହି ମାମଲାର ଅନ୍ୟତମ ମୂଳ ଆବେଦନକାରୀ ଥିଲେ। ବର୍ତ୍ତମାନ ତାଙ୍କ ପଦରେ ଥିବା ଅଶାଦ୍‌ ରାଶ୍‌ଦି ପରବର୍ତ୍ତୀ ସମୟରେ ମାମଲାର ଆବେଦନକାରୀ ହୋଇଥିଲେ ବୋଲି ଜମାଇତ୍‌ ସମ୍ପାଦକ ଫଜ୍‌ଲୁର ରହମନ କହିଛନ୍ତି। ଜମାଇତ୍‌ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କାର୍ଯ୍ୟକାରୀ କମିଟିର ସମ୍ମତି ପରେ ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ସ୍ଥିର କରାଯାଇଛି। ଏ ସଂକ୍ରାନ୍ତରେ ବିଶେଷଜ୍ଞ ଓ ଆଇନଜୀବୀମାନଙ୍କ ପରାମର୍ଶ ନିଆଯାଇଛି। ରାୟ ବିରୋଧରେ ପୁନର୍ବିଚାର ଆବେଦନ କରାଯିବ। ରିଭ୍ୟୁ ପିଟିଶନ ଦାଏର କରିବା ପାଇଁ ଭାରତର ସମ୍ବିଧାନରେ ବିକଳ୍ପ ବ୍ୟବସ୍ଥା ଥିବାରୁ ଏହା ଚୂଡ଼ାନ୍ତ ରାୟ ନୁହେଁ ବୋଲି ସେ କହିଛନ୍ତି।
ରାୟକୁ ନେଇ ଏଆଇଏମ୍‌ପିଏଲ୍‌ବି ମଧ୍ୟ ଅନୁରୂପ ଭାବେ ଅସନ୍ତୋଷ ବ୍ୟକ୍ତ କରିବା ସହ ମସ୍‌ଜିଦ ନିର୍ମାଣ ପାଇଁ ବିକଳ୍ପ ୫ ଏକର ଜମି ଗ୍ରହଣ କରିବାକୁ ମନା କରିଦେଇଛି। ଏହି ସଙ୍ଗଠନର ବରିଷ୍ଠ ସଦସ୍ୟ ତଥା ଅଲ୍‌ ଇଣ୍ଡିଆ ବାବ୍ରୀ ମସ୍‌ଜିଦ୍‌ ଆକ୍ସନ କମିଟି (ଏଆଇବିଏମ୍‌ଏସି) ଆବାହକ ଜଫରୟାବ୍‌ ଜିଲାନି କହିଛନ୍ତି, ମସ୍‌ଜିଦ ଜମି ଆଲ୍ଲାଙ୍କର ଓ ଶାରିଆ ଅଧୀନ। ତେଣୁ ଏହାକୁ କାହାକୁ ଦିଆଯାଇ ପାରିବ ନାହିଁ। ମସ୍‌ଜିଦ ନିର୍ମାଣ ପାଇଁ ଅନ୍ୟ କୌଣସି ସ୍ଥାନରେ ଜମି ଗ୍ରହଣ କରିବୁ ନାହିଁ। ୧୯୪୯ ଡିସେମ୍ବର ୨୩ ରାତିରେ ବାବ୍ରୀ ମସ୍‌ଜିଦ ଭିତରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନା କରିବା ଅସାମ୍ବିଧାନିକ ଥିଲା। ତେଣୁ ସୁପ୍ରିମକୋର୍ଟ ରାମମୂର୍ତ୍ତିଙ୍କୁ ‘ଆରାଧ୍ୟ’ ବୋଲି କିପରି ବିବେଚନା କଲେ। ୫ ଏକର ଜମି ପ୍ରଦାନ କରାଯିବା ଦ୍ୱାରା ସନ୍ତୁଳନ ରକ୍ଷା କରାଯାଇ ପାରିବ ନାହିଁ କି କ୍ଷତି ପୂରଣ ହୋଇ ପାରିବ ନାହିଁ। ପୂର୍ବରୁ ମୁସ୍‌ଲମାନମାନଙ୍କ ପକ୍ଷରୁ ଏହି ମାମଲା ଦାଏର କରାଯାଇଥିଲା। ବୋର୍ଡ ଏହି ସମ୍ପ୍ରଦାୟର ଭାବବେଗର ପ୍ରତିନିଧିତ୍ୱ କରୁଥିଲା। ତେଣୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ରାୟ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ରିଭ୍ୟୁ ପିଟିଶନ ଦାଏର କରାଯିବ। ଏବେ ସୁନ୍ନି ଓ୍ବାକଫ୍‌ ବୋର୍ଡ ମୁସଲମାନ ସମ୍ପ୍ରଦାୟର ଏହି ମତକୁ ସମ୍ମାନ ଦେବା ଉଚିତ ବୋଲି ଏଆଇଏମ୍‌ପିଏଲ୍‌ବି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri