Posted inଜାତୀୟ

ଅମେଠିରୁ ହାରିଲେ, ଓ୍ବାୟନାଡରେ ଜିତିଲେ

ନୂଆଦିଲ୍ଲୀ,୨୪-୫:ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଅମେଠି ଓ କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଗୁରୁବାର ତାଙ୍କୁ ଶକ୍ତ ଧକ୍କା ଲାଗିଛି। ରାହୁଲଙ୍କ ପାରମ୍ପରିକ ଆସନ କୁହାଯାଉଥିବା ଅମେଠିରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଭାଜପାର ସ୍ମୃତି ଇରାନୀ ପ୍ରାୟ ୩୦ ହଜାର ଭୋଟରେ ରାହୁଲଙ୍କୁ ପରାଜିତ କରିଛନ୍ତି। ଅପର ପକ୍ଷରେ କେରଳର ଓ୍ବାୟନାଡ ଆସନରୁ ରାହୁଲ ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ପି.ପି. ସୁନୀରଙ୍କଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ରାହୁଲ ଚଳିତ ନିର୍ବାଚନର ଜନମତକୁ ସମ୍ମାନ ଜଣାଇବା ସହ ଭାଜପାର ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଅମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିବା ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ୨୦୧୪ରେ ରାହୁଲ ସ୍ମୃତି ଇରାନୀଙ୍କଠାରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ପ୍ରକାଶଥାଉ କି, ପରାଜୟ ଭୟରେ ରାହୁଲ ଓ୍ବାୟନାଡ ଆସନରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପୂର୍ବରୁ ସ୍ମୃତି ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗଲରେ ୫ ଟଙ୍କାରେ ମିଳିବ ମାଛ-ଭାତ; ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ମିଳେ ସବୁଠୁ ଶସ୍ତା ସରକାରୀ ଥାଳି?

କୋଲକାତା,୨୭।୫: ପଶ୍ଚିମବଙ୍ଗ ସରକାର ସାଧାରଣ ଏବଂ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ସ୍ୱତନ୍ତ୍ର କ୍ୟାଣ୍ଟିନଗୁ ବର୍ତ୍ତମାନ ମାତ୍ର…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

ଭାରତରେ କରୋନାଠାରୁ ବିପଜ୍ଜନକ ‘ଇବୋଲା’ ଭାଇରସର ଏଣ୍ଟ୍ରି! ଆଫ୍ରିକାରୁ ଫେରିଥିବା ୨୮ ବର୍ଷୀୟ ମହିଳା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ପୁଣି ବଢିଲା ଲୋକଙ୍କ ଚିନ୍ତା: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ, ୨୭।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବୃଦ୍ଧି କରିଛି। ଗତ ଦୁଇ ସପ୍ତାହ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri