Posted inଖେଳ

ଅଭ୍ୟାସ ମ୍ୟାଚ୍‌: ଭାରତ ଅଗ୍ରଣୀ: ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ

ହାମିଲଟନ, ୧୬।୨(ପି.ଟି.)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଦ୍ୱିତୀୟ ଦିବସରେ ଭାରତୀୟ ଦ୍ରୁତ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ଓପନରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବଙ୍କ ସମେତ ନବଦୀପ ସଇନି ପ୍ରଭାବୀ ପ୍ରଦର୍ଶନ କରି ଘରୋଇ ଦଳକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇନାହାନ୍ତି ଓ ଭାରତକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଇଛନ୍ତି।
ଟସ୍‌ ଜିତି ଭାରତ ଶୁକ୍ରବାର ପ୍ରଥମ ଇନିଂସରେ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରାଙ୍କ ଲଢୁଆ ବ୍ୟାଟିଂ ବଳରେ ୭୮.୫ ଓଭରରେ ୨୬୩ ରନ କରି ଅଲ ଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଏକାଦଶ ୭୪.୨ ଓଭରରେ ୨୩୫ ରନ କରି ଆଉଟ ହୋଇଛି। ଫଳରେ ଭାରତ ୨୮ ରନରେ ଅଗ୍ରଣୀ ହାସଲ କରିଛି। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଓଭରରେ କୌଣସି ଉଇକେଟ ନ ହରାଇ ଦ୍ରୁତ ୫୯ ରନ ସଂଗ୍ରହ କରିଛି। ଫଳରେ ମୋଟ ଉପରେ ଭାରତ ୧୦ ଉଇକେଟ ହାତରେ ରଖି ୮୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ପୃଥ୍ବୀ ଶ ୨୫ ବଲରୁ ୫ ଚୌକା ଓ ୧ ଛକା ସହ ୩୫ ଓ ମୟଙ୍କ ଅଗ୍ରଓ୍ବାଲ ୧୭ ବଲରୁ ୪ ଚୌକା ଓ ୧ ଛକା ସହ ୨୩ ରନ କରି ଅପରାଜିତ ରହିଛନ୍ତି। ଅନ୍ତିମ ଅଧଘଣ୍ଟାରେ ପୃଥ୍ବୀ ଓ ମୟଙ୍କ ଧୂଆଁଧାର ବ୍ୟାଟିଂ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ସ୍କଟ କୁଗେଲେଜିନ ଓ ବ୍ଲେୟାର ଟିକ୍‌ନରଙ୍କ ବଲ୍‌ରେ ଏହି ଦୁଇ ଓପନର ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ କେତୋଟି ଛକା ଓ ଚୌକା ମାରିଥିଲେ।
ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ଝଟକା ଖାଇଥିଲା। ଭାରତୀୟ ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ ଘରୋଇ ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ୨ ରନ କରିଥିବା ବେଳେ ଓପନର ଓ୍ବିଲ ୟଙ୍ଗ ବୁମ୍‌ରାଙ୍କ ବଲ୍‌ରେ ଉଇକେଟକିପର ପନ୍ତଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଟିମ୍‌ ସିଫର୍ଟ ୯ ରନ କରିଥିବା ବେଳେ ସାମିଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅନ୍ୟତମ ଓପନର ରାଚିନ ରବୀନ୍ଦ୍ର ୩୪ ରନ କରି ଉମେଶ ଯାଦବଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୨୦ ରନ କରିଥିବା ବେଳେ ଫିନ୍‌ ଆଲିନ ଲାଇନ୍‌ ମିସ୍‌ କରି ବୁମ୍‌ରାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଦଳ ତରଫରୁ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ ହେନେରୀ କୁପର। ସେ ୪୦ ରନ କରିଥିବା ବେଳେ ସାମିଙ୍କ ବଲ୍‌ରେ ମୟଙ୍କଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଟମ୍‌ ବ୍ରୁସ୍‌ ୩୧ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଡେନ କ୍ଲେଭର ୧୩ ରନ କରି ସଇନିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଧିନାୟକ ଡାରିଲ ମିଚେଲ ୩୨ ରନ କରିଥିବା ବେଳେ ପୃଥ୍ବୀଙ୍କୁ କ୍ୟାଚ୍‌ ଦେଇଥିଲେ। ଜେମ୍ସ ନିଶାମ ସାମିଙ୍କ ଦ୍ୱାରା ବୋଲ୍ଡ ହେବା ପୂର୍ବରୁ ମାତ୍ର ୧ ରନ ସଂଗ୍ରହ କରିଥିଲେ। ଇଶ୍‌ ସୋଧି ୧୪ ରନ କରି ପୂଜାରାଙ୍କୁ କ୍ୟାଚ୍‌ ଦେଇ ଶେଷ ଉଇକେଟ ଭାବେ ଅଭିଜ୍ଞ ସ୍ପିନର ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ସ୍କଟ କୁଗେଲେଜିନ ୧୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୩, ବୁମ୍‌ରା, ଉମେଶ ଓ ସଇନି ଦୁଇଟି ଲେଖାଏ ଓ ଅଶ୍ୱିନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୭୮.୫ ଓଭରରେ ୨୬୩ ଅଲଆଉଟ।
ନ୍ୟୁଜିଲାଣ୍ଡ ଏକାଦଶ ପ୍ରଥମ ଇନିଂସ- ୭୪.୨ ଓଭରରେ ୨୩୫ ଅଲଆଉଟ
(କୁପର- ୪୦, ରବୀନ୍ଦ୍ର- ୩୪, ମିଚେଲ- ୩୨, ବ୍ରୁସ୍‌- ୩୧, ଆଲିନ- ୨୦, ସାମି- ୩/୧୭, ବୁମ୍‌ରା- ୨/୧୮, ଉମେଶ- ୨/୪୯, ସଇନି- ୨/୫୮, ଅଶ୍ୱିନ- ୧/୪୬)।
ଭାରତ ଦ୍ୱିତୀୟ ଇନିଂସ- ୭ ଓଭରରେ ୫୯/୦
(ପୃଥ୍ବୀ-୩୫*, ମୟଙ୍କ- ୨୩*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri