Posted inଖେଳ

ଅଭିଷେକଙ୍କୁ ବିଶ୍ୱ ଆଇରନ୍‌ ମ୍ୟାନ୍‌ ଟାଇଟଲ

ଧର୍ମଗଡ,୨୪।୭(ଡି.ଏନ.ଏ.)-ବିଶ୍ୱ ଟ୍ରାଇଥଲନ୍‌ କର୍ପୋରେଶନ ଦ୍ୱାରା ସୁଇଜରଲାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ବିଶ୍ୱ ଆଇରନ ମ୍ୟାନ ପ୍ରତିଯୋଗିତାରେ କଳାହାଣ୍ଡି ଜିଲା ଅନ୍ତର୍ଗତ ଧର୍ମଗଡ଼ର ଅଭିଷେକ ପଟ୍ଟଯୋଶୀ ଟାଇଟଲ ହାସଲ କରିଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ଏହା ଏକ ପ୍ରକାର ଷ୍ଟଣ୍ଟ ଶୋ। ଏଥିରେ ୧୮ଘଣ୍ଟା ମଧ୍ୟରେ ପ୍ରତିଯୋଗୀଙ୍କୁ ସମୁଦ୍ର ଭିତରେ ୩.୮ କି.ମି. ସନ୍ତରଣ, ୧୮୦ କି.ମି. ସାଇକେଲ ଚାଳନା ଓ ୪୨ କି.ମି. ଦୌଡିବାକୁ ପଡ଼ିଥିଲା। ଅଭିଷେକ ନିର୍ଦ୍ଧାରିତ ସମୟଠାରୁ ୧ ଘଣ୍ଟା ପୂର୍ବରୁ ଅର୍ଥାତ ୧୭ ଘଣ୍ଟାରେ ରେସ୍‌କୁ ସମ୍ପୂର୍ଣ୍ଣ କରିଥିଲେ। ଭାରତର ୪୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବାବେଳେ ପଶ୍ଚିମ ଓଡିଶାର ଜଣେ ପ୍ରତିଯୋଗୀ ଭାବେ ଅଭିଷେକ ଅଂଶଗ୍ରହଣ କରିଥିଲେ। ଭାରତର ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏହି ଟାଇଟଲ ସେ ହାସଲ କରିଛନ୍ତି। ଧର୍ମଗଡର ବିଶିଷ୍ଟ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀଙ୍କ ପୁଅ ଅଟନ୍ତି। ତାଙ୍କର ଏହି ସଫଳତାକୁ ନେଇ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ପୁଣି ପ୍ରଶ୍ନପତ୍ର ଲିକ୍‌: ୨ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତରମନ୍ତରରେ ପେପର ଲିକ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ, ଉତ୍ତରାଖଣ୍ଡରେ ଆଉ ଏକ ପେପର ଲିକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟରେ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri