ଅଭିନେତା ସାଇ ସୁରଜ

ସାଇ ସୁରଜ! ଏଇ ନଁାଟି ବେଶ୍‌ ଜଣାଶୁଣା ଓଡ଼ିଆ ଯାତ୍ରା ଦର୍ଶକଙ୍କ ପାଇଁ। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ସୁରଜଙ୍କର ପିଲା ବେଳୁ କଳାପ୍ରତି ଦୁର୍ବଳତା ରହିଥିଲା। ସେଥିଲାଗି ଗ୍ରାଜୁଏଶନ୍‌ ସରୁ ସରୁ ସେ ପଶି ଆସିଲେ ସିରିଏଲ୍‌ ତଥା ଆଲବମ୍‌ ଇଣ୍ଡଷ୍ଟ୍ରିକୁ। ‘ଅହଂକାର’, ‘କହିଲେ ତ କୁଳ କୁଟୁମ୍ବକୁ ଲାଜ’, ‘ରହସ୍ୟ, ଦ୍ୱନ୍ଦ୍ୱ’, ‘ସମାନ୍ତର’, ‘ସୁନା ସପନ’ ଆଦି ସିରିଏଲ ତାଙ୍କୁ ଛୋଟ ପରଦାର ଜଣେ ଲୋକପ୍ରିୟ କଳାକାର କରିତୋଳିଲା। ସେତେବେଳେ ଚାଲିଥିଲା ଆଲବମ୍‌ ଗୀତର ଜମାନା। ତେଣୁ କେବଳ ଓଡ଼ିଆ ସିରିଏଲ୍‌ ନୁହେଁ; ବହୁ ହିଟ୍‌ ଆଲବମ୍‌ ଗୀତରେ ଅଭିନୟ କରି ମଧ୍ୟ ନିଜ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ କରିଥିଲେ। ‘ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ’, ‘ଅବୁଝା ଏ ମନ ବୁଝେନାହିଁ ଜମା’, ‘ତୁ କେମିତି ପିନ୍ଧିଲୁ ସିନ୍ଦୂର’, ‘ଏଇ ଆକାଶ ତଳେ’, ‘ଜୀବନକୁ କି ଅବା ଭରସା ଆଜି ଅଛି କାଲିକି ନାହିଁ’, ‘ପୁଅଟିଏ ଥିଲେ ତା’ ପାଇଁ ଝିଅଟିଏ ଥାଏ’ ଏବଂ ‘ପାଦରେ ଅଳତା ମଥାରେ ସିନ୍ଦୂର’ ଆଦି ତାଙ୍କ ଆଲବମ୍‌ ଜୀବନର ଗୋଟିଏ ଗୋଟିଏ ମାଇଲ୍‌ଷ୍ଟୋନ୍‌ ସଙ୍ଗୀତ। ଚେହେରା ଯେମିତି ଅଭିନୟ ବି ସେମିତି। ତାଙ୍କ ଉପରେ ନଜର ପଡ଼ିଲା ଯାତ୍ରା ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ରଙ୍କର। ସେ ସୁରଜଙ୍କୁ ଯାତ୍ରାକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ସଙ୍ଗେସଙ୍ଗେ ରାଜି ହୋଇଗଲେ ସୁରଜ। କାରଣ ତାଙ୍କୁ ତାଙ୍କର ପ୍ରତିଭା ଦେଖେଇବାର ଥିଲା। ତାଙ୍କ ଭିତରର କଳାକୁ ଲୋକଲୋଚନକୁ ଆଣିବାର ଥିଲା। ତେଣୁ ସେ ଯାତ୍ରାକୁ ଆସିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେନାହିଁ। ୨୦୧୫ ମସିହାରେ ସେ ଆସିଲେ ଯାତ୍ରାକୁ। ପାର୍ବତୀ ଗଣନାଟ୍ୟରେ ଯୋଗଦେଇ ସେ ତାଙ୍କ ଯାତ୍ରା ଇନିଂସର ଶୁଭାରମ୍ଭ କଲେ। ପ୍ରଥମରୁ ତାଙ୍କୁ ମିଳିଗଲା ନାୟକ ଭୂମିକା। ପ୍ରଥମ ନାଟକ ଥିଲା ହର ବାରିକ ରଚିତ ନାଟକ ‘ନୀଳ ଅପା ତମେ କ’ଣ କଲ’। ଏହାପରେ ସେ ପଡ଼ିଗଲେ ଯାତ୍ରା ପ୍ରେମରେ। ‘ପାର୍ବତୀ’ ଦେଇ ସେ ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ଏମିତି କେମିତି ହେଲା’, ‘ଯେଉଁଠି ଥାଆ ତୁ ଭଲରେ ଥାଆ’, ‘ସିନ୍ଦୂର ମୋର ସ୍ବାମୀ ତୋର’, ‘ଅଦିନ ଝଡ଼’, ‘ମାୟାରେ ବାନ୍ଧିଛି ମାୟା ମିରିଗ’ ଏବଂ ଆହୁରି ଅନେକ। ଚଳିତବର୍ଷ ଅପେରା ‘ସୂର୍ଯ୍ୟମନ୍ଦିର’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ହେଉଛି ‘ମାୟାବିିନୀ ମୌସୁମୀ’, ‘ପୁଅ ଯିବ ଶାଶୁଘର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ଏବଂ ‘ଭିତିରି କଥା’।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri