ଅବ୍ୟବସ୍ଥା ମଧ୍ୟରେ ଗତିଶ୍ୱର ମହାବିଦ୍ୟାଳୟ, ଆବଶ୍ୟକ ଶ୍ରେଣୀଗୃହ, ସାଇକେଲ ଷ୍ଟାଣ୍ଡ୍‌ ନାହିଁ

ନୂଆଗାଁ,୨୦ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଗତିଶ୍ୱର ମହାବିଦ୍ୟାଳୟରେ ବହୁବିଧ ସମସ୍ୟା ଲାଗିରହିଛି। କଲେଜରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାବେଳେ ସାଇକେଲ ଷ୍ଟାଣ୍ଡ୍‌ ମଧ୍ୟ ନାହିଁ। ନଳକୂପ ଥିଲେ ମଧ୍ୟ ସେଥିରୁ ବାହାରୁଥିବା ପାଣି ପାନୀୟ ଉପଯୋଗୀ ହୋଇପାରୁ ନାହିଁ। କଲେଜ ମଧ୍ୟକୁ ଅଣଛାତ୍ରଙ୍କ ଅବାଧ ପ୍ରବେଶ ସମସ୍ୟାକୁ ଦ୍ୱିଗୁଣିତ କରିଦେଉଛି।
୧୯୯୨ ମସିହାରେ ପ୍ରତିଷ୍ଠିତ ଗତିଶ୍ୱର ମହାବିଦ୍ୟାଳୟରେ ସର୍ବମୋଟ ୧୬୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଯୁକ୍ତ ଦୁଇ କଳା ବିଭାଗରେ ୫୧୨, ଯୁକ୍ତ ଦୁଇ ବିଜ୍ଞାନରେ ୩୮୪ ଓ ଯୁକ୍ତ ତିନି କଳାରେ ୭୬୮ ପିଲା ଅଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ କୌଣସି ସୁବିଧା ଯୋଗାଇ ଦିଆଯାଇ ନ ଥିବାରୁ ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଦୂରଦୂରାନ୍ତରୁ ଛାତ୍ରୀମାନେ ଆସୁଥିବା ବେଳେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ପ୍ରତି ମୁହୂର୍ତ୍ତରେ ଅଣଛାତ୍ରଙ୍କ ଅବାଧ ପ୍ରବେଶ କଲେଜ ପରିସରରେ ଅଶାନ୍ତି ସୃଷ୍ଟି କରୁଛି। ଏପରି କି ଅନେକ ସମୟରେ ନିରୀହ ଛାତ୍ରୀଛାତ୍ରମାନେ ଅଣଛାତ୍ରଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଏହାର ସମାଧାନ ପାଇଁ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ସେ ଏଥିପାଇଁ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନେ ମାନୁ ନ ଥିବା କହିଥିଲେ। ପାନୀୟଜଳ ପାଇଁ କଲେଜ ପରିସରରେ ରହିଛି ଏକମାତ୍ର ନଳକୂଅ। କିନ୍ତୁ ସେଥିରୁ ଲୁହାଗୁଣ୍ଡ ମିଶ୍ରିତ ନାଲିପାଣି ବାହାରୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହେଉଛି। ତେଣୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ନାୟକ। ବୋର୍‌୍‌ଓ୍ବେଲ୍‌ ବ୍ୟବସ୍ଥା କରାଗଲେ ପାଣି ସମସ୍ୟା ଦୂର ହେବ। ଏହି ସମସ୍ୟା ବିଷୟରେ ମାଳିସାହି ସରପଞ୍ଚ ପର୍ଶୁରାମ ସ୍ବାଇଁ କହନ୍ତି, ମୁଁ ଏ ଅଭିଯୋଗ ପାଇଛି, ଦୁଇ ମାସ ମଧ୍ୟରେ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବି। ସେହିପରି କଲେଜ ପରିସରରେ ସାଇକେଲ ଷ୍ଟାଣ୍ଡ୍‌ ନ ଥିବାରୁ ଛାତ୍ରୀଛାତ୍ର ସେମାନଙ୍କ ସାଇକେଲ ଓ ଗାଡିକୁ ଖରା ବର୍ଷାରେ ରଖିବା ପାଇଁ ବାଧ୍ୟ ହେଉଛନ୍ତି। ଏହି କଲେଜ ଏକ ସାମ୍‌ସ ସେଣ୍ଟର ହୋଇଥିଲା ବେଳେ ଏଠାରେ ବିଏସ୍‌ଏନ୍‌ଏଲ ବ୍ରଡବ୍ୟାଣ୍ଡ ଦୀର୍ଘ ଦିନ ହେଲା ଅଚଳ ରହିଛି। କଲେଜରେ ଶିକ୍ଷାର୍ଥୀ ଓ ବିଷୟ ବଢୁଥିବାବେଳେ ଘରର ଅଭାବ ଦେଖାଦେଇଛି । ଯୁକ୍ତ ତିନିରେ ଅନର୍ସ କ୍ଲାସ ପାଇଁ ଶ୍ରେଣୀ୍‌ଗୃହ ନ ଥିବାରୁ ମନୋବିଜ୍ଞାନ ଓ ଇତିହାସ ଅନର୍ସ କ୍ଲାସ କରିବାରେ ବାଧା ଉପୁଜୁଛି । ଗୃହ ନିର୍ମାଣ କରିବା ପାଇଁ ଜାଗା ରହିଥିଲେ ମଧ୍ୟ ବାଧକ ସାଜିଛି କଲେଜକୁ ଲାଗି ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର। ବିଦ୍ୟୁତ୍‌ ତାର ନ ଘୁଞ୍ଚାଇଲେ ଘର ନିର୍ମାଣ ସମ୍ଭବ ନୁହେଁ। ତାର ଘୂଞ୍ଚାାଇବା ସମ୍ପର୍କରେ ନୟାଗଡ ସେସୁ ଏସ୍‌ଡିଓ ଦୀପକ କୁମାର ଦାଶ କହନ୍ତି, ଏ ବାବଦରେ ଯାହା ଟଙ୍କା ଖର୍ଚ୍ଚ ହେବ ସେମାନେ ଡିପୋଜିଟ କଲେ ଆମେ କାମ କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri