Posted inଖେଳ

ଅବସର ନେଲେ ହଳଧର

କଟକ ଅଫିସ,୨୧ା୧୦- ହଳଧର ଦାସ ରାଜ୍ୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ରାଜ୍ୟ ଦଳରୁ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏ ନେଇ ହଳଧର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରାଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ୨୦୧୬ ମସିହାରୁ ହଳଧର ରାଜ୍ୟ କ୍ରିକେଟ ଦଳରୁ ଦୂରେଇ ଥିବା ବେଳେ ଅବସର ଘୋଷଣାର ଠିକ କାରଣ ଜଣାପଡ଼ିନାହିଁ । ତେବେ ଆଗାମୀ ଦିନରେ ହେବାକୁ ଥିବା ଓସିଏର ଖେଳାଳି ସଂଘ ନିର୍ବାଚନ ନିମନ୍ତେ ହଳଧରଙ୍କୁ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରାଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
୧୯୮୬ ମସିହା ଡିସେମ୍ବର ୧୦ ତାରିଖରେ ହଳଧରଙ୍କ ଜନ୍ମ। ଢ଼େଙ୍କାନାଳରେ ଜନ୍ମିତ ହଳଧର ୨୦୦୬ ମସିହାରେ ଓଡ଼ିଶା ସିନିୟର ଦଳରେ ସ୍ଥାନ ପାଇଥିଲେ । ଉଇକେଟ କିପର ଓ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବେ ତାଙ୍କୁ ଦଳରେ ନିଆଯାଇଥିଲା। ୨୦୦୬ ଫେବୃୟାରୀ ୧୧ରେ ଧାନବାଦରେ ଝାଡ଼ଖଣ୍ଡ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ସେ ପଦାର୍ପଣ କରିଥିଲେ। ଓଡ଼ିଶା ୩୯ ରନରେ ପରାସ୍ତ ହୋଇଥିବା ବେଳେ ହଳଧର ୧୭ ରନରେ ଅପରାଜିତ ଥିଲେ। ଏହି ବର୍ଷ ନଭେମ୍ବର ୨୩ରେ ଘରୋଇ ମାଟିରେ ହଳଧର ରଣଜୀ ପଦାର୍ପଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ହଳଧରଙ୍କ ସ୍କୋର ଥିଲା ୮୬ ରନ। ଏହା ମଧ୍ୟରେ ୯ଟି ଚୌକା ଓ ଗୋଟିଏ ଛକା ଥିଲା। ଉଇକେଟ କିପିଂ କରି ୫ଟି କ୍ୟାଚ୍‌ ମଧ୍ୟ ଧରିଥିଲେ। ହଳଧରଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ଯୋଗୁ ଓଡ଼ିଶା ଅଗ୍ରଣୀ ନେଇ ୨ ପଏଣ୍ଟ ପାଇଥିଲା। ସର୍ଭିସେସ ପ୍ରଥମ ଇନିଂସ ୩୪୬ରେ ଅଲଆଉଟ ହୋଇଥିବା ବେଳେ ଓଡ଼ିଶା ୩୯୯ କରିଥିଲା। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ପ୍ରଥମ ଶ୍ରେଣୀ କ୍ରିକେଟର ସର୍ବାଧିକ ସ୍କୋର(୯୭ ରନ) ମଧ୍ୟ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ହଳଧର ପ୍ରଥମ ଶ୍ରେଣୀ କ୍ରିକେଟରେ ୪୭ ମ୍ୟାଚ୍‌ରୁ ୧୮୩୫ ରନ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ୧୪୪ । ଏହାଛଡ଼ା ପ୍ରଥମଶ୍ରେଣୀ କ୍ରିକେଟରେ ୧୪୦ଟି କ୍ୟାଚ୍‌ ଓ ୯ଟି ଷ୍ଟମ୍ପିଂ ମଧ୍ୟ ସେ କରିଛନ୍ତି । ଲିଷ୍ଟ-ଏ ଫର୍ମାଟ କ୍ରିକେଟରେ ୨୮ ମ୍ୟାଚ୍‌ରୁ ୬୩୩ ରନ କରିଛନ୍ତି ହଳଧର । ଏହା ମଧ୍ୟରେ ୪ଟି ଅର୍ଦ୍ଧଶତକ ରହିଛି । ଅପରାଜିତ ୮୮ ହେଉଛି ତାଙ୍କର ସର୍ବାଧିକ ସ୍କୋର । ୧୮ ଟି-୨୦ ମ୍ୟାଚ୍‌ରୁ ୧୮୪ ରନ କରିଥିବା ବେଳେ ସର୍ବାଧିକ ସ୍କୋର ହେଉଛି ୫୯ । ୨୦୧୬ ମସିହାରେ ବିଦର୍ଭ ବିପକ୍ଷରେ ସେ ଅନ୍ତିମ ରଣଜୀ ମ୍ୟାଚ ଖେଳିଥିଲେ। ଏହା ପୂର୍ବରୁ ୨୦୧୩ ମସିହାରେ ଶେଷ ଏକଦିବସୀୟ ଓ ୨୦୧୪ ମସିହାରେ ଶେଷ ଟି୨୦ ମ୍ୟାଚ୍‌ ସେ ଖେଳିଛନ୍ତି । ଆଇପିଏଲ୍‌ ଖେଳିବାରେ ସେ ଓଡ଼ିଶାର ପ୍ରଥମ କ୍ରିକେଟର୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri