Posted inଖେଳ

ଅବସର ନେଲେ ହଳଧର

କଟକ ଅଫିସ,୨୧ା୧୦- ହଳଧର ଦାସ ରାଜ୍ୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ରାଜ୍ୟ ଦଳରୁ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏ ନେଇ ହଳଧର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରାଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ୨୦୧୬ ମସିହାରୁ ହଳଧର ରାଜ୍ୟ କ୍ରିକେଟ ଦଳରୁ ଦୂରେଇ ଥିବା ବେଳେ ଅବସର ଘୋଷଣାର ଠିକ କାରଣ ଜଣାପଡ଼ିନାହିଁ । ତେବେ ଆଗାମୀ ଦିନରେ ହେବାକୁ ଥିବା ଓସିଏର ଖେଳାଳି ସଂଘ ନିର୍ବାଚନ ନିମନ୍ତେ ହଳଧରଙ୍କୁ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରାଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
୧୯୮୬ ମସିହା ଡିସେମ୍ବର ୧୦ ତାରିଖରେ ହଳଧରଙ୍କ ଜନ୍ମ। ଢ଼େଙ୍କାନାଳରେ ଜନ୍ମିତ ହଳଧର ୨୦୦୬ ମସିହାରେ ଓଡ଼ିଶା ସିନିୟର ଦଳରେ ସ୍ଥାନ ପାଇଥିଲେ । ଉଇକେଟ କିପର ଓ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବେ ତାଙ୍କୁ ଦଳରେ ନିଆଯାଇଥିଲା। ୨୦୦୬ ଫେବୃୟାରୀ ୧୧ରେ ଧାନବାଦରେ ଝାଡ଼ଖଣ୍ଡ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ସେ ପଦାର୍ପଣ କରିଥିଲେ। ଓଡ଼ିଶା ୩୯ ରନରେ ପରାସ୍ତ ହୋଇଥିବା ବେଳେ ହଳଧର ୧୭ ରନରେ ଅପରାଜିତ ଥିଲେ। ଏହି ବର୍ଷ ନଭେମ୍ବର ୨୩ରେ ଘରୋଇ ମାଟିରେ ହଳଧର ରଣଜୀ ପଦାର୍ପଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ହଳଧରଙ୍କ ସ୍କୋର ଥିଲା ୮୬ ରନ। ଏହା ମଧ୍ୟରେ ୯ଟି ଚୌକା ଓ ଗୋଟିଏ ଛକା ଥିଲା। ଉଇକେଟ କିପିଂ କରି ୫ଟି କ୍ୟାଚ୍‌ ମଧ୍ୟ ଧରିଥିଲେ। ହଳଧରଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ଯୋଗୁ ଓଡ଼ିଶା ଅଗ୍ରଣୀ ନେଇ ୨ ପଏଣ୍ଟ ପାଇଥିଲା। ସର୍ଭିସେସ ପ୍ରଥମ ଇନିଂସ ୩୪୬ରେ ଅଲଆଉଟ ହୋଇଥିବା ବେଳେ ଓଡ଼ିଶା ୩୯୯ କରିଥିଲା। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ପ୍ରଥମ ଶ୍ରେଣୀ କ୍ରିକେଟର ସର୍ବାଧିକ ସ୍କୋର(୯୭ ରନ) ମଧ୍ୟ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ହଳଧର ପ୍ରଥମ ଶ୍ରେଣୀ କ୍ରିକେଟରେ ୪୭ ମ୍ୟାଚ୍‌ରୁ ୧୮୩୫ ରନ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ୧୪୪ । ଏହାଛଡ଼ା ପ୍ରଥମଶ୍ରେଣୀ କ୍ରିକେଟରେ ୧୪୦ଟି କ୍ୟାଚ୍‌ ଓ ୯ଟି ଷ୍ଟମ୍ପିଂ ମଧ୍ୟ ସେ କରିଛନ୍ତି । ଲିଷ୍ଟ-ଏ ଫର୍ମାଟ କ୍ରିକେଟରେ ୨୮ ମ୍ୟାଚ୍‌ରୁ ୬୩୩ ରନ କରିଛନ୍ତି ହଳଧର । ଏହା ମଧ୍ୟରେ ୪ଟି ଅର୍ଦ୍ଧଶତକ ରହିଛି । ଅପରାଜିତ ୮୮ ହେଉଛି ତାଙ୍କର ସର୍ବାଧିକ ସ୍କୋର । ୧୮ ଟି-୨୦ ମ୍ୟାଚ୍‌ରୁ ୧୮୪ ରନ କରିଥିବା ବେଳେ ସର୍ବାଧିକ ସ୍କୋର ହେଉଛି ୫୯ । ୨୦୧୬ ମସିହାରେ ବିଦର୍ଭ ବିପକ୍ଷରେ ସେ ଅନ୍ତିମ ରଣଜୀ ମ୍ୟାଚ ଖେଳିଥିଲେ। ଏହା ପୂର୍ବରୁ ୨୦୧୩ ମସିହାରେ ଶେଷ ଏକଦିବସୀୟ ଓ ୨୦୧୪ ମସିହାରେ ଶେଷ ଟି୨୦ ମ୍ୟାଚ୍‌ ସେ ଖେଳିଛନ୍ତି । ଆଇପିଏଲ୍‌ ଖେଳିବାରେ ସେ ଓଡ଼ିଶାର ପ୍ରଥମ କ୍ରିକେଟର୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri