ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ

ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟାଉଛନ୍ତି। ଶ୍ରମିକଙ୍କୁ ଉଚିତ୍‌ ପ୍ରାପ୍ୟ ଦେବା ଓ ଶୋଷଣରୁ ମୁକ୍ତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଯେପରି ବାଟବଣା ହୋଇଯାଇଛି। ସରକାରୀ ଯୋଜନା ଅପହଞ୍ଚ କାରଣରୁ ଶ୍ରମିକ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି।
ବୋନସ ଓ ଛୁଟି ମିଳୁନି
ଜିଲାର ବିଭିନ୍ନ ଦୋକାନ, ଗୋଦାମ, ନର୍ସିଂହୋମ, ଶୋରୁମ୍‌ ଆଦି ବାଣିଜି୍ୟକ ପ୍ରତିଷ୍ଠାନରେ ନିୟୋଜିତ ଶ୍ରମିକମାନେ ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରି ପାଉନାହାନ୍ତି। ମାସକୁ ୪ଟି ସାପ୍ତାହିକ ଛୁଟି ଦିଆଯାଉନି। ସେହିପରି ବର୍ଷ ମଧ୍ୟରେ ଅଗଷ୍ଟ ୧୫, ଜାନୁୟାରୀ ୨୬, ଶ୍ରମିକ ଦିବସ ଓ ଗାନ୍ଧୀ ଜୟନ୍ତୀ ପରି ୪ଟି ଜାତୀୟ ଛୁଟି ବି ଦିଆଯାଉନି। ଦୈନିକ ୮ଘଣ୍ଟା କାର୍ଯ୍ୟ କରିବାର ନିୟମ ଥିବାବେଳେ ୧୦ରୁ ୧୨ ଘଣ୍ଟା ଖଟାଯାଉଛି। ଓଭର ଟାଇମ୍‌ ମଜୁରିର ଦୁଇଗୁଣ ପାଇବାକୁ ନିୟମ ଥିବାବେଳେ ତାହା ଶୀତଳଭଣ୍ଡାରରେ ରହିଯାଉଛି। ଜଣେ ଶ୍ରମିକ/କର୍ମଚାରୀ ବର୍ଷକୁ ଅତି କମ୍‌ରେ ୮.୩୩ ପ୍ରତିଶତ ବୋନସ୍‌ ପାଇବାର ନିୟମ ରହିଛି। ଦଶହରା ଦୀପାବଳି ସମୟରେ କର୍ମଚାରୀଙ୍କୁ ବୋନସ ଦେବାର ନିୟମ ଥିବାବେଳେ ମାଲିକମାନେ ଫୁ କରି ଉଡାଇ ଦେଉଛନ୍ତି। ପ୍ରତିବାଦ କଲେ ଚାକିରି ଛାଡିବାକୁ ଭୟ ମିଳୁଛି। ଏପରି କି କେତେକଙ୍କୁ ଚାକିରିରୁ ଛଟେଇ କରିଦିଆଯାଉଛି। ଆଉ କେତେକ ବାଧ୍ୟ ହୋଇ ଚାକିରି ଛାଡୁଛନ୍ତି।
ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ କରାଯାଉନି
ନୟାଗଡ଼ ଜିଲାର ଶ୍ରମିକମାନଙ୍କ ନଁା ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ କରାଯାଉନି। ଫଳରେ ଶ୍ରମିକମାନେ ବାର୍ଦ୍ଧକ୍ୟ ସମୟରେ ପେନ୍‌ସନ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁ ନୟାଗଡ଼ର ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଲାଭରେ ମାଲିକ ଅଥବା ପରିଚାଳନା ସଂସ୍ଥା ରହୁଛନ୍ତି। ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ପକ୍ଷରୁ ଯଦି ଏହାର ଯାଞ୍ଚ କରାଯାଆନ୍ତା ତେବେ ଅନେକ ଶ୍ରମିକ ଲାଭବାନ ହୁଅନ୍ତେ ବୋଲି ମତପ୍ରକାଶ ପାଉଛି।
ବୀମାରୁ ବଞ୍ଚତ୍ତ
ଅଧିକାଂଶ ଶ୍ରମିକ ବିପଦସଙ୍କୁଳ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ବୀମାଭୁକ୍ତ କରାଯାଉନି। ଫଳରେ କିଛି ଅଘଟଣ ଘଟିଲେ ସେମାନଙ୍କ ପରିବାର ବୀମାରାଶି ପାଇ ପାରୁ ନାହାନ୍ତି। ଆହତ ହେଲେ ବୀମା ବାବଦକୁ ଚିକତ୍ସା ସହାୟତା ମିଳୁନି। ବରଂ ଉକ୍ତ ଶ୍ରମିକ କାମକରୁ ନ ଥିବା ସଫେଇ ଦିଆଯାଉଛି। ବୀମା ସୁବିଧାରୁ ଶ୍ରମିକମାନଙ୍କୁ ବଞ୍ଚିତ କରାଯାଉଥିଲେ ମଧ୍ୟ ଜିଲା ଶ୍ରମ ଦପ୍ତର ଏ ଦିଗରେ ପଦକ୍ଷେପ ନେଉନି। ମାଲିକ ଅଥବା ପରିଚାଳନା ସଂସ୍ଥା ଉପରେ ଶ୍ରମ ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଶ୍ରମିକମାନେ ଉପେକ୍ଷିତ ହୁଅନ୍ତେ ନାହିଁ ବୋଲିି କିଛି ଶ୍ରମିକ ମତ ଦେଇଛନ୍ତି।
ରୋକାଯାଇ ପାରୁନି ଦାଦନ
ବର୍ଷତମାମ ନୟାଗଡ ଜିଲାରୁ ଶ୍ରମିକ ରାଜ୍ୟ ଓ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ ହେଉଥିଲେ ହେଁ ଦାଦନକୁ ରୋକାଯାଇ ପାରୁନି। ଜିଲାର ବିଭିନ୍ନ ସଂସ୍ଥାରେ ନିୟାଜିତ କର୍ମଚାରୀ ଅଥବା ଶ୍ରମିକ ନିର୍ଯାତିତ ହେବା ପରେ ଅଧିକ ପାରିଶ୍ରମିକ ଆଶାରେ ଦାଦନ ପଳାଇ ଯାଉଛନ୍ତି । ହେଲେ ନୟାଗଡ ଜିଲାରୁ କେତେ ଶ୍ରମିକ ଦାଦନ ଯାଉଛନ୍ତି ତା’ର ହିସାବ ଶ୍ରମ ବିଭାଗ ପାଖରେ ନାହିଁ। ଜିଲା ଶ୍ରମ ବିଭାଗକୁ ଯୋଗାଯୋଗ କଲେ ଉତ୍ତର ମିଳୁଛି ଆମ ପାଖରେ କେହି ଶ୍ରମିକ ପଞ୍ଜୀକୃତ କରି ଦାଦନ ଯାଉନାହାନ୍ତି। ଏଣୁ ସେମାନଙ୍କ ତଥ୍ୟ ଆମ ପାଖରେ ଉପଲବ୍ଧ ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri