Posted inରାଜ୍ୟ

ଅପରେଶନ ପାଇଁ ଅର୍ଥ ନାହିଁ

(ଦିନେଶ ଦେହୁରୀ) ବନ୍ତଳା,୨୭ା୫: ପିଲାବେଳେ ମା’ଙ୍କୁ ହରାଇଥିଲେ। ବାପା ଥିଲେ ବି ଆବଶ୍ୟକ ଯତ୍ନ ନେଇ ନ ଥିଲେ। ଖାଦ୍ୟପେୟରେ ଅସୁବିଧା ଖବରପାଇ ସେତେବେଳେ ପ୍ରଶାସନ ଦେଇଥିଲା ସହଯୋଗ। ଭିଆଇଆରଡି ନାମକ ଏକ ଏନ୍‌ଜିଓରେ ଥଇଥାନ କରିଥିଲା ତାଙ୍କୁ। ସେବେଠାରୁ ସେଠାରେ ରହି କାମ ଶିଖୁଥିବା ସଞ୍ଜୁ ବେହେରା ୬ ବର୍ଷ ହେଲା ଟେଲରିଂ କରି ନିଜ ଖର୍ଚ୍ଚ ନିଜେ ଉଠାଉଥିଲେ। ହେଲେ ଏବେ ପେଟରେ ଟ୍ୟୁମର ପୁଣି ତାଙ୍କୁ ଠେଲିଦେଇଛି ଦୁର୍ଭାଗ୍ୟ ମୁହଁକୁ। ଡାକ୍ତର କଟକରେ ଅପରେଶନ ପାଇଁ ପରାମର୍ଶ ଦେଇଥିଲେ ବି ଅର୍ଥ ନ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସଞ୍ଜୁ।
ସଞ୍ଜୁଙ୍କ ଘର ଅନୁଗୋଳ ଜିଲା ବନ୍ତଳା ଥାନା ତଲଗଡ଼ ଗ୍ରାମରେ। ମା’ଙ୍କ ମୃତ୍ୟୁ ପରେ ବାପା ଲୋକନାଥ ବେହେରା ଦ୍ୱିତୀୟ ବିବାହ କରିଥିଲେ। ହେଲେ କେହି ତାଙ୍କ ଦେଖାଶୁଣା ନ କରିବାରୁ ଖବରପାଇ ପ୍ରଶାସନ ଉପରୋକ୍ତ ଏନଜିଓରେ ତାଙ୍କ ରହିବା ବ୍ୟବସ୍ଥା କରିଥିଲା। ସେଠାରେ ଥିବା ଟେଲରିଂ ମାଷ୍ଟର ନୂଆଖେତାର ସୁଜାତା ପ୍ରଧାନ ସଞ୍ଜୁଙ୍କୁ ଟେଲରିଂ ଶିଖାଇଥିଲେ। ସେଠାରେ କାମ ଶିଖିବା ପରେ ସ୍ବାବଲମ୍ବୀ ହୋଇଥିଲେ ସଞ୍ଜୁ। ୨୦୧୩ରୁ ଉକ୍ତ ଏନ୍‌ଜିଓ ଛାଡି ସୁଜାତାଙ୍କ ଟେଲରିଂ ଦୋକାନରେ କାମ କରୁଥିଲେ। ଦୈନିକ ଶହେ ଟଙ୍କା ରୋଜଗାର କରୁଥିବାରୁ ପେଟ ପାଇଁ ଦାନା ଯୋଗାଡ଼ କରିବାରେ ଆଉ ଅସୁବିଧା ନ ଥିଲା। ହେଲେ ମାସେ ତଳେ ହଠାତ୍‌ ପେଟରେ ଯନ୍ତ୍ରଣା ତାଙ୍କୁ ଚିନ୍ତିତ କରିଦେଇଥିଲା। ଗ୍ୟାସଷ୍ଟ୍ରିକ ହୋଇଥିବ ଭାବି ନାନା ପ୍ରକାର ଔଷଧ ଖାଇଥିଲେ। କିନ୍ତୁ ଯନ୍ତ୍ରଣା ବଢ଼ିବାରୁ ବାଧ୍ୟ ହୋଇ ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଅଲଟ୍ରାସାଉଣ୍ଡରୁ ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ କଟକରେ ଅପରେଶନ କରାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେବାପରେ ଭାଙ୍ଗି ପଡ଼ିଛନ୍ତି ସଞ୍ଜୁ। ୨୦ ବର୍ଷ ତଳୁ ବାପା ଆଖିବୁଜି ସାରିଥିବା ବେଳେ ଘର ସହିତ ମଧ୍ୟ ତାଙ୍କର ସମ୍ପର୍କ ନାହିଁ। ତେଣୁ ଅପରେଶନ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ତାଙ୍କ ପକ୍ଷେ ଅସମ୍ଭବ। ଏଣେ ଯନ୍ତ୍ରଣା ବଢ଼ୁଥିବାରୁ ଅଥୟ ହୋଇପଡ଼ୁଛନ୍ତି ସେ। ତାଙ୍କର ଏପରି ଦୁର୍ଭାଗ୍ୟ ସମୟରେ କେହି ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ଅନାଥ ସଞ୍ଜୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?