ଅପରିଚିତ ଶିଶୁପୁତ୍ରଙ୍କୁ ରଖିବା ନେଇ ଥାନାରେ ଅଭିଯୋଗ

ଗୋପାଳପୁର,୨୩ା୧- ଆୟୁର୍ବେଦିକ କ୍ଲିନିକ୍‌ କରିଥିବା ଜଣେ ଡାକ୍ତର ଏକ ଅପରିଚିତ ଶିଶୁକୁ ସନ୍ଦେହଜନକ ଭାବେ ରଖିଥିବା ନେଇ ଗୋଳନ୍ଥରା ଥାନାରେ ବୁଧବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ସହ ୨ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିହାର ମୁଜାଫରପୁରର ଏକ ଦମ୍ପତି ଭୁବନେଶ୍ୱର ଆସିଥିବାବେଳେ ତାଙ୍କ ୪ବର୍ଷୀୟ ପୁଅ ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେଶନରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଗୋଳନ୍ଥରାରେ ଥିବା ଶିଶୁ ଭୁବନେଶ୍ୱରରୁ ନିଖୋଜ ଶିଶୁ କି ନୁହଁନ୍ତି ସେ ନେଇ ତଦନ୍ତ ପାଇଁ ଖାରବେଳନଗର ଥାନାରୁ ଏକ ଟିମ୍‌ ଗୁରୁବାର ଆସିବେ ବୋଲି ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗୋଳନ୍ଥରା ଥାନା ଦୁମୁଦୁମି ଗ୍ରାମଛକରେ ଜଣେ ବ୍ୟକ୍ତି ଆୟୁର୍ବେଦିକ ଡାକ୍ତର ଫଳକ ଲଗାଇ ଏକ କ୍ଲିନିକ ଖୋଲିଛନ୍ତି। ପ୍ରାୟ ୧୫ ଦିନ ହେବ ସେ ଏକ ଶିଶୁପୁତ୍ର (୪ରୁ ୫ ବର୍ଷ)ଙ୍କୁ କେଉଁଠାରୁ ଆଣି ପାଖରେ ରଖିଥିଲେ। ତାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ଗ୍ରାମର କେତେଜଣ ମହିଳା ଉକ୍ତ ଶିଶୁପୁତ୍ରଙ୍କ ସମ୍ପର୍କରେ ପଚାରିବାରୁ ସେ କିଛି କହୁ ନ ଥିଲେ। ଇତିମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ଏକ ଶିଶୁପୁତ୍ର ନିଖୋଜ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ସନ୍ଦେହ କରି ଦୁମୁଦୁମି ଗ୍ରାମବାସୀ ବୁଧବାର ଉକ୍ତ କ୍ଲିନିକକୁ ଯାଇ ଶିଶୁପୁତ୍ର ସମ୍ପର୍କରେ ପଚାରିଥିଲେ। ସେଠାରେ ରହୁଥିବା ୨ ମହିଳା ଶିଶୁପୁତ୍ରକୁ ଯେଉଁଠାରୁ ଆଣିଥିଲୁ ସେଠାରେ ଛାଡ଼ିଦେଇଛୁ ବୋଲି କହିଥିଲେ। ଗ୍ରାମବାସୀ ସେଠାରେ ହୋ ହଲ୍ଲା କରିଥିଲେ। କିଛିସମୟ ପରେ ଉକ୍ତ କ୍ଲିନିକ୍‌ର ଡାକ୍ତର ପହଞ୍ଚତ୍ଥିଲେ। କୌଣସି ଏକ କାମରେ କନିଷି ତହସିଲଦାର ରାଜ କିଶୋର ଜେନା ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଗ୍ରାମବାସୀ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତହସିଲଦାରଙ୍କୁ କହିଥିଲେ। କ୍ଲିନିକକୁ ଯାଇ ତହସିଲଦାର ଜେନା ଶିଶୁପୁତ୍ର ସମ୍ପର୍କରେ ମହିଳା ଓ ଡ଼ାକ୍ତରଙ୍କୁ ପଚାରି ବୁଝିଥିଲେ। ସେମାନେ ଶିଶୁପୁତ୍ରକୁ ଭୁବନେଶ୍ୱର ରେଳ ଷ୍ଟେଶନରୁ ଆଣିଥିଲୁ ଏବଂ ସେଠାରେ ମଙ୍ଗଳବାର ଛାଡି ଦେଇଛୁ ବୋଲି କହିଥିଳେ। ତହସିଲଦାର ଏନେଇ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଦୁଇ ମହିଳା ଓ ଡ଼ାକ୍ତରଙ୍କୁ ଥାନାରେ ପଚରାଉଚୁରା ଚାଲିଥିବା ଥାନାଧିକାରୀ ବାବୁଲି ନାୟକ କହିଛନ୍ତି। ସନ୍ଧ୍ୟାରେ ଦୁମୁଦୁମି ଗ୍ରାମ ବଣିକ ସଂଘ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର…

ଦିଗପହଣ୍ଡିରେ ୭,୧୩୫ ହିତାଧିକାରୀଙ୍କୁ ମିଳୁନି ଭତ୍ତା: ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ଦିଗପହଣ୍ଡ,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ୨୫ ଟି ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା। ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପଞ୍ଜୀକୃତ ହୋଇଥିବା…

୩୦ ଦିନରେ ପହଞ୍ଚିଲା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରେ ସହର ପରିକ୍ରମା

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ): ଛତ୍ରପୁରର ଆରାଧ୍ୟା ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ମଙ୍ଗଳବାର ଯାତ୍ରାର ୩୦ତମ ଦିନ…

ଖରା ଛୁଟିରେ ଅଜାଘରକୁ ବୁଲିବାକୁ ଆସିଥିଲେ ବାଦଲ, ଦୋକାନରେ ବସିଥିବାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଘଟଣାସ୍ଥଳରେ…

ଭଞ୍ଜନଗର,୨/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରା ଘାଇ ଛକ ନିକଟରେ ଥିବା ତେଜରାତି ଦୋକାନରେ ମଙ୍ଗଳବାର ଅପରାହ୍ନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌…

ଛତ୍ରପୁର ବିଧାୟକଙ୍କୁ ସ୍ମାରକପତ୍ର ଦେଲେ ଫାର୍ମାସୀ ଅଫିସର, ମୂଳ ଦରମା ସଂଶୋଧନ ଦାବିରେ…

ଛତ୍ରପୁର,୨।୬(ଦିଲ୍ଲୀପ ସାମଲ): ଫାର୍ମାସୀ ଅଫିସରମାନେ ରାଜ୍ୟର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ଏକ ଅବିଭାଜ୍ୟ ଅଂଶ ଭାବେ ଔଷଧ ବିତରଣ, ରୋଗୀ ସେବା ସହଯୋଗ, ବିଭିନ୍ନ ଜାତୀୟ ସ୍ବାସ୍ଥ୍ୟ…

ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ! ସବୁ ଦୋକାନରେ ମିଳୁଛି ମଦ, ଏନଫୋର୍ସମେଣ୍ଟ ସ୍କ୍ବାଡ୍…

ଦିଗପହଣ୍ଡି,୨।୬(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି । ସହରର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri