ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ପାଇଁ ୪ ହେଲ୍ପଡେସ୍କ ଖୋଲିଲା ବିଏମ୍‌ସି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକେ ସେମାନଙ୍କ ସମ୍ପତ୍ତି (ହୋଲ୍ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍‌ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୪ ସ୍ଥାନରେ ହେଲ୍ପଡେସ୍କ ଖୋଲାଯାଇଛି। ବୁଧବାର ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବାବେଳେ ବିଏମ୍‌ସି ମୁଖ୍ୟାଳୟ, ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନ୍‌ ଅନ୍ତର୍ଗତ ବରମୁଣ୍ଡା ରେଣ୍ଟାଲ କଲୋନୀସ୍ଥିତ କମ୍ୟୁନିଟି ସେଣ୍ଟର, ଦକ୍ଷିଣ ପୂର୍ବ ଜୋନର ସାମନ୍ତରାପୁରସ୍ଥିତ ଭୁଆଶୁଣି ମନ୍ଦିର ନିକଟ କାର୍ଯ୍ୟାଳୟ ଓ ଉତ୍ତର ଜୋନ୍‌ର ସାମନ୍ତବିହାରସ୍ଥିତ କାର୍ଯ୍ୟାଳୟରେ ଏହି ହେଲ୍ପଡେକ୍ସ ଖୋଲାଯାଇଛି।
ଲୋକଙ୍କୁ ସବୁପ୍ରକାର ସହାୟତା ଓ ପରାମର୍ଶ ଯୋଗାଇଦେବାକୁ ବିଏମ୍‌ସି ଡେପୁଟି କମିଶନରଙ୍କ ପି.ଏ. ସନ୍ତୋଷ କୁମାର ରାଉତରାୟ, ଦକ୍ଷିଣ ପଶ୍ଚିମ ଜୋନ୍‌ର ଓ୍ବାର୍ଡ ସୁପରଭାଇଜର ଭୁବନାନନ୍ଦ ପାଢ଼ୀ, ଦକ୍ଷିଣ ପୂର୍ବ ଜୋନ୍‌ର ଓ୍ବାର୍ଡ ସୁପରଭାଇଜର ଦେବୀପ୍ରସାଦ ଦାସ ଓ ଉତ୍ତର ଜୋନ୍‌ର ଓ୍ବାର୍ଡ ସୁପରଭାଇଜର ପ୍ରତାପ କୁମାର ବରାଡ଼ଙ୍କୁ ଦାୟିତ୍ୱ ଦିଆଯାଇଛି। ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏ ଲୋକେ ହୋଲ୍ଡିଂ ଟିକସ ପୈଠ ନେଇ କୌଣସି ସମସ୍ୟା ଉପୁଜିଲେ ସେମାନଙ୍କୁ ଯୋଗାଯୋଗ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨୦ ତାରିଖରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତି ଟିକସ ମଡ୍ୟୁଲ ଏବଂ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌(ଏମ୍‌ପିଏଲ୍‌)ର ଶୁଭାରମ୍ଭ କରିଥିଲେ। ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା ୧୧୪ ସହରାଞ୍ଚଳର ପ୍ରାୟ ୭୦ ଲକ୍ଷ ଟିକସଦାତା କୌଣସି କାର୍ଯ୍ୟାଳୟକୁ ନ ଯାଇ ଟିକସ ପଇଠ କରିପାରିବେ। ୧୧୩ ସହରାଞ୍ଚଳର ହୋଲ୍ଡିଂ ଟିକସଦାତା ନିଜର ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ଓ୍ବେବ୍‌ସାଇଟ www.ulbodisha.gov.in ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଟିକସଦାତା https://citizenservices.bhubaneswar.me ମାଧ୍ୟମରେ ଟିକସ ପଇଠ କରିପାରିବେ। ଟିକସ ପଇଠ ହେବା ପରେ ତୁରନ୍ତ ଟିକସଦାତାଙ୍କୁ ମେଲ/ମେସେଜ ଜରିଆରେ ରସିଦ ମିଳିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri