ଅନ୍ନଦାତାଙ୍କୁ ବୁଝିବା କେବେ

ମିତାଲି ମହାନ୍ତି
ଘର ଘର ବୁଲି ପରିବା ବିକୁଥିବା ପରିବା ମଉସାଙ୍କ ପାଖରୁ ସେଦିନ ପରିବା କିଣୁଥିଲେ ଆମ ପଡ଼ୋଶୀ। ଶୀତଦିନ ହୋଇଥିବା ଯୋଗୁ ପରିବା ମୂଲ୍ୟ ଅନ୍ୟ ସମୟ ଅପେକ୍ଷା ଯଥେଷ୍ଟ କମ୍‌ ଥିଲା। ମୂଲ୍ୟ କମ୍‌ ଥିବା ସତ୍ତ୍ୱେ କିଲୋ ପ୍ରତି ଆଉ ଦି ଚାରି ଟଙ୍କା କମ୍‌ କରିବାକୁ ଝଗଡ଼ା କରୁଥାନ୍ତି ପଡ଼ୋଶୀ ଜଣକ। ତାଙ୍କ ସ୍ବାମୀ ବି ତାଙ୍କ ପଛରେ ପାଳି ଧରିଥାନ୍ତି। କିଲୋ ପ୍ରତି ନିଜ ଦାବି ମୁତାବକ ଟଙ୍କା କାଟିବା ପରେ ମଧ୍ୟ ଲାଭ ହିସାବରେ ଆଉ ଗୋଟେ ବାଇଗଣ, କାକୁଡ଼ି, ଦି ଚାରିଟା ଭେଣ୍ଡି ନେବାକୁ ସେ ଜମା କୁଣ୍ଠିତ ନ ଥାନ୍ତି। ବିଚରା ପରିବା ମଉସା ଯେତେ ନେହୁରା ହେଲେ ବି ସେଥିପ୍ରତି ତାଙ୍କର ନିଘା ନ ଥାଏ। ସେ ଓଲଟି ଛାତି ଫୁଲେଇ ଠିଆ ହୋଇଥିଲେ ଓ ଭଲ ମୂଲଚାଲ କରି ପରିବା କିଣି ପାରିଥିବାରୁ ଖୁସିରେ ଦାନ୍ତ ନେଫେଡ଼ଉଥାନ୍ତି। ଆମ ଚାରିପଟେ ଏମିତି ଅନେକ ଘଟଣା ବାରମ୍ବାର ଘଟୁଛି। ଆଜି ଯେତେବେଳେ ସାରା ଦେଶରେ ଚାଷୀମାନଙ୍କର ଦୁର୍ଦ୍ଦଶାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା, ସଂଗ୍ରାମ ଆଦି ଚାଲୁଛି, ଜଣେ ଖାଉଟି ବା ସାଧାରଣ ଲୋକ ଭାବେ ଆମର କ’ଣ ଚାଷୀ ତଥା ଅନ୍ନଦାତାଙ୍କ ପ୍ରତି କିଛି ବି କର୍ତ୍ତବ୍ୟ ନାହଁି!
ଆମ ଜୀବନ ଧାରଣ ନିମନ୍ତେ ଖାଦ୍ୟ ଏକାନ୍ତ ଅପରିହାର୍ଯ୍ୟ। ରାତିରୁ ସକାଳ ଯାଏ ଓ ପୁଣି ସକାଳୁ ରାତି ଯାଏ, ଆମକୁ ସବୁଠାରୁ ଅଧିକ ଖାଦ୍ୟ ଚିନ୍ତା ହଁି ଘାରିଥାଏ। ସେଥିପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଆମେ ଗଚ୍ଛିତ କରି ରଖିଥାଉ ଆମ ଘର ଭିତରେ। ସାଦା ଭାତ ପାଇଁ ଅଲଗା ଚାଉଳ, ପଲାଉ ପାଇଁ ଅଲଗା ଚାଉଳ, ବିରିୟାନି ପାଇଁ ଅଲଗା ଚାଉଳ, ଖିରି ପାଇଁ ଅଲଗା ଚାଉଳ ଓ ବିଭିନ୍ନ ପ୍ରକାର ଡାଲି ଆଦି ଆମେ ମହଜୁଦ୍‌ କରି ରଖିଥାଉ। ବିଭିନ୍ନ ପ୍ରକାର ପନିପରିବାରେ ଆମ ଫ୍ରିଜ୍‌ ଭର୍ତ୍ତି ନ ହେଲେ ଆମ ମନ ମାନେ ନାହଁି। ଆମକୁ ଏତେ ସବୁ ପ୍ରକାର ଖାଦ୍ୟ ଯୋଗାଇ ଦେଉଥିବା ସେହି ମଣିଷ ତଥା ଅନ୍ନଦାତାର କଥା ଆମେ କେବେ ଭାବିଛେ କି? ଘରେ ବସି ସୁଆଦିଆ ଖାଦ୍ୟ ପଦାର୍ଥ ତିଆରି କରି ଖାଉଥିବା ବେଳେ ଆମେ ସେହି ମଣିଷଟିର ଦୁର୍ଦ୍ଦଶାମୟ ଜୀବନ ବିଷୟରେ ଭାବିବାର ସାମାନ୍ୟ ମାନବୀୟ କର୍ତ୍ତବ୍ୟ କରୁଛେ କି? ଓଲଟି ଆମେ ଆମର ସବୁ ବିଦ୍ୟା ବୁଦ୍ଧି ପ୍ରୟୋଗ କରି ତା’ଠାରୁ ଅଧିକ ଟଙ୍କାଟିଏ ମାରିନେବା ପାଇଁ ବା ଆଉ କିଛି ପରିବା ଲୁଟି ନେବାକୁ ଚେଷ୍ଟା କରୁଛେ।
ଜଳବାୟୁର ପ୍ରତିକୂଳତା, ବିହନ ଓ ସାରର ମାତ୍ରାଧିକ ଦାମ୍‌ ବୃଦ୍ଧି, କ୍ରମାଗତ ଭାବେ ଚାଷରେ କ୍ଷତି ଓ ସରକାରଙ୍କ ଯାବତୀୟ ଉଦାସୀନତା ସତ୍ତ୍ୱେ ଆମ ମୁହଁରେ ଅନ୍ନ ଗଣ୍ଡେ ଦେବାକୁ ଚାଷୀ କେବେ ବି କାର୍ପଣ୍ୟ କରେନାହଁି। ଆଜିର ମହଙ୍ଗା ଯୁଗରେ ଚାଷୀଟିଏ ତା’ର ଧାନ କୁଇଣ୍ଟାଲ୍‌କୁ ମାତ୍ର ୧୭୫୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ବା ତା’ ଠାରୁ କମ୍‌ ଦରରେ ବିକି କିପରି ତା’ର ପରିବାର ପୋଷୁଛି, ସେ ବିଷୟରେ ଆମେ କେବେ ବି ଚିନ୍ତା କରୁନାହେଁ। ଆମେ ସମସ୍ତେ ଆମ ପିଲାକୁ ଭଲ ସ୍କୁଲ୍‌ରେ ପଢ଼ାଉଥିବା ବେଳେ ଚାଷୀଟିଏ ତା’ ପିଲାକୁ ଠିକ୍‌ ଭାବେ ବହିଖାତା ଯୋଗାଇ ପାରୁନାହଁି। ତା’ ପରିବାରର କେହି ରୋଗରେ ପଡ଼ିଲେ ସେ ତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ କ୍ଷମ ହୋଇପାରୁ ନାହଁି। ତା’ ଛୁଆମାନଙ୍କ ପାଇଁ ଭଲ ପୋଷାକ କିଣିପାରୁନାହଁି। ସମସ୍ତଙ୍କୁ ଆହାର ଯୋଗାଉଥିବା ଅନ୍ନଦାତା ନିଜେ ଉପାସରେ ଶୋଉଛି। ପାଞ୍ଚଜଣଙ୍କ ପରି ଜଣେ ହୋଇ ଚାଷୀଟିଏ ଆଜି ସମ୍ମାନଜନକ ଜୀବନ ଯାପନ କରିପାରୁନାହଁି। ପରିଣାମ ଆଜି ଏପରି ହୋଇଛି ଯେ, ଚାଷରେ କ୍ଷତି ସହିସହି, ଋଣଭାରରେ ବୁଡ଼ି ଗତ ପନ୍ଦର ବର୍ଷରେ ଆମ ଦେଶରେ ୧୫ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ସରକାରୀ ରିପୋର୍ଟ କହୁଛି। ଏସବୁ ଆମ ବିବେକକୁ କିପରି ଚହଲେଇ ଦେଉନାହଁି! ଯଦିଓ ଆମେ ପ୍ରତ୍ୟକ୍ଷ ଭାବେ ଚାଷୀ ପାଇଁ କିଛି କରିପାରିବା ନାହିଁି, ତଥାପି ଆମେ ଜଣେ ସାଧାରଣ ମଣିଷ ବା ଖାଉଟି ହିସାବରେ ଏ ବିଷୟରେ ଚିନ୍ତା କଲେ ଓ ଚାଷୀ ସପକ୍ଷରେ ମତ ପୋଷଣ କଲେ, ଚାଷୀମାନଙ୍କର ସ୍ବର ନିଶ୍ଚୟ ଆଉ ଟିକେ ତୀବ୍ର ହୁଅନ୍ତା।
ଚାଷ କାମକୁ ଆମେ ସମସ୍ତେ ହୀନ ଦୃଷ୍ଟିରେ ଦେଖୁଛେ। ସେଥିପାଇଁ ଆମେ ଚାହଁୁଛେ ଆମ ପିଲା ଆଉ ଯାହା ବି କରୁ, ଚାଷ ନ କରୁ। ଚାଷ ପ୍ରତି କେବଳ ସରକାର ଉଦାସୀନ ଭାବ ପୋଷଣ କରୁନାହାନ୍ତି, ବରଂ ଆମେ ସମସ୍ତେ ମିଶି ଚାଷକୁ ଏକ ହୀନବୃତ୍ତି ଭାବେ ପ୍ରଦର୍ଶିତ କରୁଛେ। କିନ୍ତୁ ଆମେ କେବେ ଭାବିଛୁ କି, ଯଦି କେହି ଚାଷ ନ କରିବେ, ତେବେ ଆମେ ଖାଇବା କ’ଣ! ଯଦି ସବୁ ଚାଷୀ ଚାଷ ଛାଡ଼ି ଦିଅନ୍ତି ତେବେ ଆମ ସମସ୍ତଙ୍କ ହାତ ଗୋଡ଼ ଚଳିବ କିପରି?
ଆମେ ଯେତେବେଳେ ବଡ଼ ମଲ୍‌ଗୁଡ଼ିକୁ ଯାଉଛୁ, ସେଠି ପନିପରିବା କିଣିବା ବେଳେ ସେମାନେ ଯେତିକି ଦାମ୍‌ ମାଗୁଛନ୍ତି, ଆମେ ସେତିକି ହଁି ଦେଉଛୁ। ସେଠି ତ ଆମେ ଦର କଷାକଷି କରୁନେ କି ଗୋଟେ ଦି’ଟା ପରିବା ଲାଭ ମାଗୁନେ। କିନ୍ତୁ ଚାଷୀଠାରୁ କିଣିବା ବେଳେ ଆମେ କାହଁିକି ଏତେ ମୂଲଚାଲ କରୁଛେ? ଆମେ ବ୍ୟବହାର କରୁଥିବା ପୋଷାକପତ୍ର, ପ୍ରସାଧନ ସାମଗ୍ରୀ ଓ ବିଳାସ ଦ୍ରବ୍ୟ ଆଦିର ଦାମ୍‌ ବଢ଼ିଗଲେ ଆମେ ବିନା ଦ୍ୱିଧାରେ ସେତିକି ଦାମ୍‌ରେ ସେଗୁଡ଼ିକୁ କିଣୁଛୁ। କିନ୍ତୁ କୃଷିଜାତ ଦ୍ରବ୍ୟର ଦାମ୍‌ ଟିକେ ବଢ଼ିଲେ, ଆମେ ସେତେବେଳେ ଆମ ଅଭିଯୋଗର ଫର୍ଦ୍ଦ ମେଲିବସୁଛୁ।
ଅନ୍ନଦାତାମାନେ ତାଙ୍କ ଦାବି ପାଇଁ କରୁଥିବା ଆନ୍ଦୋଳନର ଖବର ଆମେ ଟିଭି ବା ଖବରକାଗଜରେ ଦେଖିଲେ ଏହାକୁ ଏକ ସାଧାରଣ ଖବର ଭାବି ଆଡ଼େଇ ଯାଉ ଓ କାମରେ ବ୍ୟସ୍ତ ରହୁ। ଆମ ମନରେ ଥିବା ଏହି ନକାରାତ୍ମକ ଭାବନା ବି ପରୋକ୍ଷରେ ଚାଷୀଙ୍କର ଦୁର୍ଦ୍ଦଶା ପାଇଁ କମ୍‌ ଦାୟୀ ନୁହେଁ। ତେଣୁ ଆଜିର ସ୍ଥିତିରେ ସାଧାରଣ ଲୋକ ତଥା ଖାଉଟିମାନଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଅନ୍ନଦାତାଙ୍କ ବିଷୟରେ ଆମର ସକାରାତ୍ମକ ଭାବନା ହୁଏତ ସରକାରଙ୍କ ଉଦାସୀନତାରେ ପରିବର୍ତ୍ତନ ଆଣିପାରେ। ଏତିକି ଟିକେ କର୍ତ୍ତବ୍ୟ କରିବାକୁ କ’ଣ ଆମେ ପଛଘୁଞ୍ଚା ଦେବା! ଯେତେ ଦିନ ଯାଏ ଅନ୍ନଦାତାଙ୍କ ପ୍ରତି ଆମ ମନରେ ସକାରାତ୍ମକ ଭାବନା ଆସିବ ନାହଁି ଓ ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚତ୍ବା ପାଇଁ ସୁଯୋଗ ପାଇବେ ନାହଁି, ଆମ ଉତ୍ତରପିଢ଼ିର ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ନାହଁି।
ମାଧବପୁର, ଆଠଗଡ଼, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri