ଅନ୍ଧାରରେ ବାସୁଦେବପୁର, ଧାମରା ଅଞ୍ଚଳ

ଭଦ୍ରକ ଅଫିସ/ପଦ୍ମପୁର, ୧୨।୧୧ (ଡି.ଏନ.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ପାଚିଲା ଧାନ ପାଣିରେ ବୁଡ଼ିଛି। ବହୁ ଘର, ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଛି। ଏହାମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ରାସ୍ତାରେ ଗଛ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୩୩ କେଭି ଲାଇନ ଧାମରା ପର୍ଯ୍ୟନ୍ତ ଠିକ୍‌ କରାଯାଇଥିବାବେଳେ ୧୧ କେଭି ଲାଇନ୍‌ ମରାମତି ହୋଇ ନ ଥିବାରୁ ବାସୁଦେବପୁର ଓ ଧାମରା ଅଞ୍ଚଳର ପ୍ରାୟ ୪୦ ପଞ୍ଚାୟତ ଏବଂ ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ୩ ଦିନ ଧରି ଅନ୍ଧାରରେ ରହିଛନ୍ତି। ଏହି ମରାମତି କାର୍ଯ୍ୟ ପ୍ରାୟ ଆହୁରି ୫ ଦିନ ଲାଗିବ ବୋଲି ଆକଳନ କରାଯାଉଛି। ବାସୁଦେବପୁର ପୌରପାଳିକାରେ ଏବେ କାଳୀପୂଜା ମାହୋଲ ଚାଲିଥିବାରୁ ଆସୁଥିବା ଶ୍ରଦ୍ଧାଳୁ ଓ ଆୟୋଜକ ବିଦ୍ୟୁତ୍‌ ସେବା ବିଭ୍ରାଟ କାରଣରୁ ନାନା ସମସ୍ୟା ଭୋଗୁଛନ୍ତି।
୮ ତାରିଖ ରାତିଠାରୁ ବର୍ଷା ଓ ପବନ ମାଡ଼ି ଆସିବାରୁ ବାସୁଦେବପୁର ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦି କରି ଦିଆଯାଇଥିଲା। ୯ ତାରିଖ ଦିନସାରା ବର୍ଷା ଓ ପବନ ତାଣ୍ଡବ ରଚିଥିଲା। ସନ୍ଧ୍ୟାରେ ବୁଲ୍‌ବୁଲ୍‌ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା। ୧୦ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା ବିଦ୍ୟୁତ୍‌ ତାର ସଜଡ଼ା କାମ। ବିଭାଗର ଜଣେ ଠିକା କର୍ମଚାରୀ ଖୁଣ୍ଟ ଉପରେ ଚଢ଼ି କାମ କରୁଥିବାବେଳେ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ନ ଦେବା କାରଣରୁ ବାତ୍ୟାରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ମରାମତି ହୋଇପାରି ନାହିଁ। ଏ ସମ୍ପର୍କରେ ଏସ୍‌ଡିଓ ବିପ୍ରେସ କୁମାରଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ ଏହି ବ୍ଲକର ୩୬ ପଞ୍ଚାୟତ ଅନ୍ଧାରରେ ଡୁବି ରହିଛି। କେବେ ପାୱାର ସପ୍ଲାଏ ଦିଆଯିବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ସେହିପରି ଚାନ୍ଦବାଲି ବ୍ଲକର ଧାମରା, ବାଂଶଡ଼ା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, ପଞ୍ଚୁଟିକିରି ଓ କରଣପଲ୍ଲୀ ପଞ୍ଚାୟତରେ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଧାମରା-ଦୋସିଙ୍ଗା ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ କାଟି ସଫା କରୁଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ, ଧାମରା, ଧାମରା ମେରାଇନ ଥାନା, ବାଂଶଡ଼ା ଥାନା, କରଞ୍ଜମାଳ ଫାଣ୍ଡି, ନାୟକାଣିଡିହୀ ଓ କଷିଆ ମେରାଇନ ଥାନା ଅନ୍ଧାରରେ ରହିଛି। ଟେଲିଫୋନ ଓ ମୋବାଇଲ ସେବା ବ୍ୟାହତ ହୋଇଛି। ବିଦ୍ୟୁତ୍‌ ନ ଥିବା ଯୋଗୁ ଅନ୍‌ଲାଇନରେ ଏତଲା ରେଜିଷ୍ଟ୍ରେସନ କରାଯାଇପାରୁ ନ ଥିବାରୁ ଲୋକଙ୍କୁ ସେବା ଯୋଗାଇ ଦେବା ସମ୍ଭବ ହେଉ ନାହିଁ ବୋଲି ନାୟକାଣିଡିହୀ ଥାନାଧିକାରୀ ଉମାଶଙ୍କର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri