ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଭାଇରାଲ

ଦିଗପହଣ୍ଡି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ତାଙ୍କ ବାହାଘର ଭାଙ୍ଗିଯାଇଛି। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ତାଙ୍କ ସହପାଠୀ ତଥା ପ୍ରେମିକ ରତ୍ନାକର ଗୌଡଙ୍କୁ ପୋଲିସ ଅଟକ ରଖିଛି।
ପ୍ରକାଶ ଯେ, ବ୍ରହ୍ମପୁରର ଜଣେ ଯୁବ ବ୍ୟବସାୟୀଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ନିର୍ବନ୍ଧ ସରିଥିଲା। ଭିଡିଓ ଭାଇରାଲ ହେବା ପରେ ପୁଅ ଘର ଲୋକେ ବାହାଘର ପ୍ରସ୍ତାବ ଭାଙ୍ଗି ଦେଇଛନ୍ତି। ଏନେଇ ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଯୁବତୀଙ୍କ ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ ନଂ.୨୭/୨୦ରେ ମାମଲା ରୁଜୁ କରିଛନ୍ତି। ଯୁବତୀଙ୍କ କଲେଜ ସହପାଠୀ ରତ୍ନାକରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ଯୁବତୀ ଜଣକ ଗୋଟିଏ କଲେଜରେ ଯୁକ୍ତ ୩ ବିଜ୍ଞାନ ପଢୁଥିବାବେଳେ କଳା ବିଭାଗରେ ପଢୁଥିବା ରତ୍ନାକରଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରିଦେବାର ଧମକ ଦେଇ ବିଭିନ୍ନ ସମୟରେ ସେ ବଳାତ୍କାର କରିଥିବା ଯୁବତୀ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି। ସେପ୍ଟେମ୍ବର ୧୯ରେ ଯୁବତୀଙ୍କ ନିର୍ବନ୍ଧ ହୋଇଥିଲା। ଜାନୁୟାରୀ ୩୦ରେ ବାହାଘର ତିଥି ଧାର୍ଯ୍ୟ ହୋଇଥିଲା। ଖବର ପାଇ ରତ୍ନାକର ଯୁବତୀଙ୍କ ବାହାଘର ଠିକ୍‌ ହୋଇଥିବା ଯୁବକଙ୍କ ଭାଇ ଓ ଭାଉଜଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ପଠାଇଥିଲେ। ଏସବୁ ଜଣାପଡିବା ପରେ ପୁଅଘର ଲୋକେ ବିବାହ ଭାଙ୍ଗିଦେବା ସହ ନ୍ୟାୟ ପାଇଁ କୁଳସଭାର ଦ୍ୱାରସ୍ଥ ହୋଇଥିଲେ। କୁଳସଭାର ନିଷ୍ପତ୍ତିକୁ ଯୁବତୀ ଓ ତାଙ୍କ ପରିବାର ଲୋକେ ଗ୍ରହଣ କରି ନ ଥିଲେ। ଓଲଟି ଯୁବତୀ ଜଣକ ବିବାହ ସ୍ଥିର ହୋଇଥିବା ପୁଅ ଓ ତାଙ୍କ ପରିବାର ଲୋକେ ତାଙ୍କୁ ବଦନାମ କରିବାକୁ ରତ୍ନାକରଙ୍କ ସହାୟତାରେ ଭିଡିଓ ଭାଇରାଲ କରିବା ସହ ଜବରଦସ୍ତ ୫ ଲକ୍ଷ ଟଙ୍କା ପାଇଁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି କହିଛନ୍ତି। ବ୍ରହ୍ମପୁର ମେଡ଼ିକାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ପରେ ମଙ୍ଗଳବାର ସନ୍ଧ୍ୟାରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ବ୍ରହ୍ମପୁର ସାଇବର ଥାନାର ଅଧିକାରୀମାନେ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ଉଭୟ ପକ୍ଷଙ୍କ ମୋବାଇଲ ଫୋନ ଜବତ କରି ଭାଇରାଲ ଭିଡ଼ିଓର ମୂଳ ଉତ୍ସ ଓ ସତ୍ୟତା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri