ଅନୁଗୋଳ ପୌରପାଳିକାର ଅଜବ ନୀତି: ଆଗେ ପ୍ରଚାର, ପରେ ପଲିଥିନ ଚଢ଼ାଉ

ଅନୁଗୋଳ ଅଫିସ, ୨୯।୯ – ଅକ୍ଟୋବର ୨ରୁ ସହରାଞ୍ଚଳରେ ପଲିଥିନ ବନ୍ଦ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ପଲିଥିନକୁ ନିଷେଧ କରାଯାଇଛି। ଅନୁଗୋଳ ଜିଲାକୁ ପଲିଥିନ ମୁକ୍ତ କରିବାକୁ ଜିଲାପାଳ ବି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଯାଏ ସହରରେ ଏହାର ପ୍ରଭାବ ପଡ଼ି ନ ଥିବା ସାଧାରଣରେ ଅଭିଯୋଗ ହେଉଛି। କାରଣ ଏବେ ବି ବଜାରରେ ମାଳ ମାଳ ପଲିଥିନ କାରବାର ହେଉଛି। ଏହାକୁ ରୋକିବାରେ ଏକପ୍ରକାର ବିଫଳ ହୋଇଥିବା ପୌର ପ୍ରଶାସନର ଏକ ଅଜବ ନୀତି ଏବେ ପଦାକୁ ଆସିଛି। ଶନିବାର ସହରରେ ଚଢ଼ାଉ ପୂର୍ବରୁ ପଲିଥିନ ବ୍ୟବହାର ନ କରିବାକୁ ପୌରପାଳିକା ପକ୍ଷରୁ ପ୍ରଚାର ଗାଡ଼ି ବୁଲାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ଚଢ଼ାଉ ବେଳେ ଗୋଟିଏ ହେଲେ ବି ପଲିଥିନ ଜବତ କରାଯାଇ ନ ଥିବାରୁ ଉକ୍ତ ଚର୍ଚ୍ଚାକୁ ଏହା ଅଧିକ ଖୋରାକ ଯୋଗାଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଅନୁଗୋଳ ପୌରପାଳିକାକୁ ପଲିଥିନ ମୁକ୍ତ କରିବାକୁ ପୌର ପ୍ରଶାସନ ଶତପ୍ରତିଶତ ଉଦ୍ୟମ କରୁନାହିଁ। ସକାଳୁ ରାତି ଯାଏ ବଜାରରେ ବିଭିନ୍ନ ବ୍ୟବସାୟୀ ପୁଳା ପୁଳା ପଲିଥିନ କାରବାର କରୁଛନ୍ତି। ସାମଗ୍ରୀମାନ ପୂରାଇ ଗ୍ରାହକଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ହେଲେ ପୌର ଅଧିକାରୀ ଚଢ଼ାଉ କଲାବେଳେ ପଲିଥିନ କିପରି ମିଳୁନାହିଁ। ସହରର ବ୍ୟବସାୟୀଙ୍କୁ ପଲିଥିନ ଯୋଗାଉଥିବା କେତେଜଣ ବ୍ୟବସାୟୀ ଉପକଣ୍ଠରେ ଗୋଦାମ କରିଛନ୍ତି। ସେମାନଙ୍କ ଲୋକ ଦୋକାନ ଦୋକାନ ବୁଲି କାହାର କେତେ ପଲିଥିନ ଆବଶ୍ୟକ ତାହାର ଅର୍ଡର ନେଉଛନ୍ତି। ଦୈନିକ ଖୋଲାଖୋଲି ଏପରି କାରବାର ହେଉଥିଲେ ବି ପୌରପାଳିକାର ନଜର କିପରି ପଡ଼ୁନାହିଁ। ଶନିବାର ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ରରେ ସହରରେ ପଲିଥିନ ବ୍ୟବହାର ନ କରିବାକୁ ପ୍ରଚାର କରାଯାଇଥିଲା। ଏହାର କିଛି ସମୟ ପରେ ପ୍ରଶାସନିକ ଅଧିକାରୀମାନେ ମାନେ ଦୋକାନ ଦୋକାନ ବୁଲି ଯାଞ୍ଚ କରିଥିଲେ। ଚଢ଼ାଉ ପୂର୍ବରୁ ପୌର ପ୍ରଶାସନ ବ୍ୟବସାୟୀଙ୍କୁ ଏପରି ସତର୍କ କଲେ କିପରି ପଲିଥିନ ମିଳିପାରିବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରରେ ଚଢ଼ାଉ ଚାଲିଛି। କିନ୍ତୁ ଶନିବାର ଚଢ଼ାଉରେ କୌଣସି ପଲିଥିନ ମିଳିନାହିଁ। ତେବେ ଦୋକାନୀଙ୍କ ଉଦ୍ଦେଶ୍ୟରେ ପ୍ରଚାର ଗାଡ଼ି ବୁଲି ନ ଥିଲା। ଲୋକଙ୍କୁ ସଚେତନ କରିବାକୁ ପ୍ରଚାର କରାଯାଇଥିବା ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri