ଅନୁଗୋଳରେ ୩୪୨୨ ବେଡ୍‌ ପ୍ରସ୍ତୁତ

ଅନୁଗୋଳ ଅଫିସ, ୯।୪: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ହାତକୁ ନିଆଯାଇଛି। ଜିଲାରେ ମୋଟ୍‌ ୨୨୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମ୍‌ସିଏସ୍‌) ଖୋଲାଯାଇଛି। ୮ଟି ବ୍ଲକର ପ୍ରତି ପଞ୍ଚାୟତରେ ଏହି ଟିଏମ୍‌ସିଏସ୍‌ ଥିବାବେଳେ ୯ ହଜାର ୪୦ଟି ବେଡ୍‌ ଆବଶ୍ୟକ ରହିଛି। କିନ୍ତୁ ଅଦ୍ୟାବଧି ୩ ହଜାର ୪୨୨ ବେଡ୍‌ ପ୍ରସ୍ତୁତ କରାଯାଇପାରିଛି। ସେହିପରି ଖୋଲାଯାଇଥିବା ଟିଏମ୍‌ସିଏସ୍‌ ଗୁଡିକରେ ବିଦ୍ୟୁତ୍‌, ପାନୀୟ ଜଳ, ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଅନୁଗୋଳ ବ୍ଲକର ୩୪ଟି ପଞ୍ଚାୟତରେ ୧ ହଜାର ୨୦ଟି ବେଡ୍‌ ଆବଶ୍ୟକ ଥିବାବେଳେ ୪୨୦ଟି ବେଡ୍‌ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ରହିଛି। ବଅଁରପାଳ ବ୍ଲକରେ ଆବଶ୍ୟକ ୭୫୦ ବେଡ୍‌ ମଧ୍ୟରୁ ଏବେ ୫୧୫ଟି, ଛେଣ୍ଡିପଦା ବ୍ଲକରେ ୧୭୦୦ ମଧ୍ୟରୁ ୫୪୫, ଆଠମଲ୍ଲିକରେ ୧୮୦୦ରୁ ବର୍ତ୍ତମାନ ସୁଦ୍ଧା ୩୬୫, କିଶୋରନଗର ବ୍ଲକରେ ୯୨୦ରୁ ୪୭୦, ପାଲଲହଡ଼ାରେ ୧୦୮୦ରୁ ୨୭୦, କଣିହଁାରେ ୭୨୦ ବେଡ୍‌ ମଧ୍ୟରୁ ୪୧୭ ଓ ତାଳଚେର ବ୍ଲକରେ ଆବଶ୍ୟକ ୧୦୫୦ ବେଡ୍‌ରୁ ବର୍ତ୍ତମାନ ସୁଦ୍ଧା ୪୨୦ଟି ଉପଲବ୍ଧ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri