ଅଧୁରା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୩୦ା୧(ବି.ପ୍ର./ଡି.ଏନ.ଏ.) ସରକାରୀ କଳରୁ ବ୍ୟାପକ ଅନୁଦାନ ଭିତ୍ତିଭୂମି ବିକାଶ ନାଁରେ ଖର୍ଚ୍ଚ ହେଉଛି। ତେବେ ତଦାରଖ ଓ ଅନୁଧ୍ୟାନ କରାଯାଉ ନ ଥିବାରୁ କାର୍ଯ୍ୟଗୁଡିକ ଠିକ ଭାବେ ହେଉ ନାହିଁ। ଫଳରେ ଜନସାଧାରଣ ଏହାର ସୁବିଧା ପାଇ ପାରୁ ନାହାନ୍ତି। ଉନ୍ନୟନମୂଳକ କାର୍ଯ୍ୟଗୁଡିକ କେବଳ ଠିକାଦାରଙ୍କୁ ସୁହାଇଲା ଭଳି ହେଉଛି। ଏପରିକି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ବିଲ୍‌ ମଧ୍ୟ ପାସ ହୋଇ ଯାଉଛି। ଏହିଭଳି ଏକ ଚିତ୍ର ନବରଙ୍ଗପୁର ଜିଲା ତେନ୍ତୁଳିିଖୁଣ୍ଟିି ବ୍ଳକ ଅଞ୍ଚଳଗୁମ୍ମା ସଦର ମହକୁମ୍ମାଠାରେ ଦେଖିବାକୁ ମିଳିଛିି। ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ବୁଧବାର କ୍ଷେତ୍ର ପରିଦର୍ଶନ କରି ନିମ୍ନମାନର କାମକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି।
ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ଗଁାରେ ଗୋଷ୍ଠୀ ପାଇଖାନା ନିର୍ମାଣ କରାଯାଇଛି। ତେବେ ତାହା ନିମ୍ନମାନର କରାଯାଇଛି। ଏପରିକି ଅଧା କାର୍ଯ୍ୟ ହୋଇ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବୁଧବାର ଉକ୍ତ ସ୍ଥାନକୁ ଯାଇ କାର୍ଯ୍ୟ ତଦାରଖ କରିଥିଲେ। ପାଇଖାନାର କବାଟ ଗୁଡିକ ବନ୍ଦ ହେଉନାହିଁ ା ମଳ ଯିବା ପାଇଁ ଟାଙ୍କିର ବ୍ୟବସ୍ଥା କରାଯାଇନାହିଁ। ଆଲୋକ ଓ ପାଣି ବ୍ୟବସ୍ଥା ନାହିଁ। ନିମ୍ନମାନର କାମ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ନିର୍ମାଣଧିନ କାର୍ଯ୍ୟ ନିକଟରେ ଫଳକ ନାହିଁ। କେତେ ଟଙ୍କା ଅଟକଳ ରହିଛି ତାହା ମଧ୍ୟ ଉଲ୍ଲେଖ ନଥିବା ଦେଖି ପ୍ରକଳ୍ପ ନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଗୋଷ୍ଠୀ ପାଇଖାନା କିଭଳି ସାମୂହିକ କାର୍ଯ୍ୟରେ ଲାଗିବ ବୋଲି ପ୍ରଶ୍ନ କରିଥିଲେ। ଏହି କାର୍ଯ୍ୟର ବିଲ ପାସ ନ କରିବା ପାଇଁ କହିିଥିଲେ। ତେବେ ସାଥୀରେ ଯାଇଥିବା ସହକାରୀ ଯନ୍ତ୍ରୀ ଶାନ୍ତିଲତା ହେମ୍ବ୍ରମ ବିଲ ପୈଠ ହୋଇ ସାରିଥିବା କହିଥିଲେ। ତେବେ କିଭଳି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କେଉଁଠୁ ଟଙ୍କା ଆସିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ନାୟକ ପ୍ରଶ୍ନ କରିଥିଲେ। ଏହା ପରେ ଆମ ଗାଁ ଆମ ବିକାଶରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପ୍ରକଳ୍ପ ନିର୍ଦ୍ଦେଶକ ଲୋକଙ୍କୁ ପଚାରି ବୁଝିଥିଲେ। ଅଞ୍ଚଳଗୁମ୍ମା ଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ପାଣିଟାଙ୍କିରୁ ଦିନେ ମଧ୍ୟ ଜନସାଧାରଣ ପାଣି ପାଇ ପାରିଲେ ନାହିଁ। ଯେଉଁ ଟାଙ୍କିକୁ ପାଣି ଉଠୁନାହିଁ ସେଥିରୁ ପିଇବା ପାଣି କିଭଳି ପାଇବେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ତେନ୍ତୁଳିଖୁଣ୍ଟିି ବ୍ଲକରେ ହେଉଥିବା ଅନେକ ଉନ୍ନୟନ ପ୍ରକଳ୍ପର ଅଟକଳ ଧାର୍ଯ୍ୟମୂଲ୍ୟ, ନାମଫଳକ, ପ୍ରକଳ୍ପର ନାମ ନଥାଇ କାର୍ଯ୍ୟ ହେଉଛି। ଫଳରେ ଜନସାଧାରଣ ପ୍ରକଳ୍ପ ସମ୍ପର୍କରେ ଜାଣି ପାରୁ ନାହାନ୍ତି ବୋଲି କହିଥିଲେ। କିଛି ରାଜନେତା ଓ ତାଙ୍କର ପାଖଲୋକ ବ୍ଲକ ପ୍ରଶାସନ ସହ ସଲାସୁତରା କରି ହାତ ଚିକ୍କଣ କରି ଚାଲିଛନ୍ତିି। ଏହା ଦ୍ୱାରା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଫସର ଫାଟି ଯାଉଛି ା ଏନେଇ ପଞ୍ଚାୟତିରାଜ ବିଭାଗ ସଚିବ ଗୁରୁତ୍ୱ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri