ଅଧାବାଟରେ ଛାଡ଼ି ପଳାଇଲେ ପ୍ରେମିକ

ପରଜଙ୍ଗ, ୨୨।୮(ଡି.ଏନ.ଏ.) – ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିବା ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଲୋଧଣୀ ଗ୍ରାମର ଜିତୁ ସାହୁ ଏବଂ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ୫ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ହେଲେ ଗତ ଜୁନ୍‌ ୨୯ରେ ଯୁବତୀଙ୍କ ବିବାହ ଅନ୍ୟତ୍ର ହୋଇଯାଇଥିଲା। ବିବାହର ପଞ୍ଚମ ଦିନ ସମ୍ପୃକ୍ତ ଯୁବତୀ ଶାଶୁଘରୁ ଜିତୁଙ୍କ ସହ ଫେରାର ହୋଇଯାଇଥିଲେ। ଏହାପରେ ଉଭୟେ ଜଣେ ସମ୍ପର୍କୀୟ ଘରକୁ ପଳାଇଥିଲେ। ପ୍ରେମିକାଙ୍କୁ ସେଠାରେ ଛାଡ଼ି ଜିତୁ ଗ୍ରାମକୁ ପଳାଇ ଆସି ଘଟଣା ବିଷୟରେ କିଛି ଜାଣି ନ ଥିବା ଅଭିନୟ କରିଥିଲେ। ଏହାର କିଛିଦିନ ପରେ ପ୍ରେମିକାଙ୍କୁ ଧରି ହାଇଦ୍ରାବାଦ ପଳାଇଥିଲେ। ସେଠାରେ ମାସେ ରହିବା ପରେ ପୁଣି ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। କିଛିଦିନ ରହିବା ପରେ ଭୁବନେଶ୍ୱରରେ ବିବାହ କରିବାକୁ କହି ପ୍ରେମିକାଙ୍କୁ ଧରି ଚାଲିଯାଇଥିଲେ। ହେଲେ ମନ୍ଦିର ପାଖରେ ଛାଡ଼ିଦେଇ ଜିତୁ ଫେରାର ହୋଇଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଜିତୁଙ୍କୁ ନ ପାଇ ଯୁବତୀ ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏହାପରେ ଅଗଷ୍ଟ ୧୭ରେ ସେ ବିଧିବଦ୍ଧ ଭାବେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri