ଅଧାପନ୍ତରିଆ ଆଶ୍ରୟସ୍ଥଳ

ଅନୁଗୋଳ ଅଫିସ୍‌, ୮ା୬:  କେହି ରହିବେନି ଖୋଲା ଆକାଶ ତଳେ। ବର୍ଷା, ଶୀତ କାକର ଭିଜା ରାତିରୁ ବାସହରାଙ୍କୁ ତ୍ରାହି ମିଳିବ। ଏପରି ମହତ୍‌ ଉଦ୍ଦେଶ୍ୟ ନେଇ ସରକାର ଆରମ୍ଭ କରିଥିଲେ ସେଲ୍ଟର ଫର ଅର୍ବାନ ହୋମଲେସ୍‌ (ଏସ୍‌ୟୁଏଚ୍‌) ଯୋଜନା। ଏଥିପାଇଁ ଟଙ୍କା ବରାଦ ହୋଇ ଆଶ୍ରୟସ୍ଥଳ ନିର୍ମାଣ ଶେଷ ହେବାକୁ ସମୟ ମଧ୍ୟ ଧାର୍ଯ୍ୟ କରାଗଲା। ହେଲେ ଧାର୍ଯ୍ୟ ସମୟକୁ ବର୍ଷେ ପୂରଣ ହୋଇସାରିଲେ ବି ଟଙ୍କା ଅଭାବରୁ ସାଧିତ ହୋଇପାରିନି ସରକାରଙ୍କ ଉଦ୍ଦେଶ୍ୟ। ଫଳରେ ଅନୁଗୋଳ ପୌରପାଳିକାରେ ଆଶ୍ରୟସ୍ଥଳ ନିର୍ମାଣ କାମ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି।
ସୂଚନାଯୋଗ୍ୟ, ୨୦୧୮ ଶେଷ ଆଡକୁ ସରକାର ଅନୁଗୋଳ ସହରରେ ଏସୟୁଏଚ୍‌ କାର୍ଯ୍ୟ ଆରମ୍ଭ ପାଇଁ ବ୍ୟବସ୍ଥା କରିଥିଲେ। ଏଥିପାଇଁ ବ୍ୟୟବରାଦ ହୋଇଥିଲା ୪୨ ଲକ୍ଷ ଟଙ୍କା। ୫୦ ବାସହରା ଲୋକଙ୍କ ରହିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୯ ମେ ସୁଦ୍ଧା କୋଠା କାମ ସମ୍ପୂର୍ଣ୍ଣ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ଏହି ଅବଧି ପୂରିବାକୁ ବର୍ଷେ ବିତିଥିଲେ ବି ଆଶ୍ରୟସ୍ଥଳକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିନାହିଁ। ଏସୟୁଏଚ୍‌ ଗୃହ ନିର୍ମାଣ ସରିଛି, କିନ୍ତୁ ଶେଷ ସ୍ପର୍ଶ ଦେବାକୁ ପୌରପାଳିକା ପକ୍ଷରୁ ଟଙ୍କା ଯୋଗାଯାଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଟଙ୍କା ଅନୁମୋଦନ ପାଇଁ ଏ ସଂକ୍ରାନ୍ତ ଫାଇଲ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ସହରର ଖାଲୁଆ ଅଞ୍ଚଳରେ ଗୃହ ନିର୍ମାଣ ଓ ଏଥିପାଇଁ ଯୋଜନାରେ ପରିବର୍ତ୍ତନ ହେବା ଯୋଗୁ ଅନୁମୋଦିତ ଅର୍ଥ ଶେଷ ହୋଇଛି। ଏ ବାବଦରେ ଉପରିସ୍ଥ ଅଧିକାରୀ ରିଭାଇଜ କରି ବୈଷୟିକ ମଞ୍ଜୁରି ଦେବା ପରେ ସରକାର ଟଙ୍କା ଯୋଗାଇବେ। ଏହା ପରେ ନିର୍ମାଣ ହୋଇଥିବା ଗୃହକୁ ଶେଷ ସ୍ପର୍ଶ ଦିଆଯିବା ସହ ବିଜୁଳି, ପାଣି, ବେଡ୍‌ ଆଦିର ବ୍ୟବସ୍ଥା କରାଯିବ। ରକ୍ଷଣାବେକ୍ଷଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଚୁକ୍ତି ଭିତ୍ତିରେ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଏସୟୁଏଚ୍‌ ଗୃହ ନିର୍ମାଣକୁ ନେଇ ପ୍ରଥମେ ବିବାଦ ଉପୁଜିଥିଲା। ଫଳରେ ବିଳମ୍ବ ହୋଇଛି। ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବା ସହ ଅନୁମୋଦନ ମଗାଯାଇଛି। ସେଠାରୁ ଅନୁମୋଦନ ମିଳିବା ପରେ ତୁରନ୍ତ କାର୍ଯ୍ୟ ଶେଷ ହେବ। ଶୀତ ଦିନ ପୂର୍ବରୁ ନିର୍ମାଣ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରହିଛି। ୨ ମାସ ମଧ୍ୟରେ ଘର ପ୍ରସ୍ତୁତ କରାଯାଇ ଲୋକଙ୍କୁ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri