ଅଧାପନ୍ତରିଆ ଆଶ୍ରୟସ୍ଥଳ

ଅନୁଗୋଳ ଅଫିସ୍‌, ୮ା୬:  କେହି ରହିବେନି ଖୋଲା ଆକାଶ ତଳେ। ବର୍ଷା, ଶୀତ କାକର ଭିଜା ରାତିରୁ ବାସହରାଙ୍କୁ ତ୍ରାହି ମିଳିବ। ଏପରି ମହତ୍‌ ଉଦ୍ଦେଶ୍ୟ ନେଇ ସରକାର ଆରମ୍ଭ କରିଥିଲେ ସେଲ୍ଟର ଫର ଅର୍ବାନ ହୋମଲେସ୍‌ (ଏସ୍‌ୟୁଏଚ୍‌) ଯୋଜନା। ଏଥିପାଇଁ ଟଙ୍କା ବରାଦ ହୋଇ ଆଶ୍ରୟସ୍ଥଳ ନିର୍ମାଣ ଶେଷ ହେବାକୁ ସମୟ ମଧ୍ୟ ଧାର୍ଯ୍ୟ କରାଗଲା। ହେଲେ ଧାର୍ଯ୍ୟ ସମୟକୁ ବର୍ଷେ ପୂରଣ ହୋଇସାରିଲେ ବି ଟଙ୍କା ଅଭାବରୁ ସାଧିତ ହୋଇପାରିନି ସରକାରଙ୍କ ଉଦ୍ଦେଶ୍ୟ। ଫଳରେ ଅନୁଗୋଳ ପୌରପାଳିକାରେ ଆଶ୍ରୟସ୍ଥଳ ନିର୍ମାଣ କାମ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି।
ସୂଚନାଯୋଗ୍ୟ, ୨୦୧୮ ଶେଷ ଆଡକୁ ସରକାର ଅନୁଗୋଳ ସହରରେ ଏସୟୁଏଚ୍‌ କାର୍ଯ୍ୟ ଆରମ୍ଭ ପାଇଁ ବ୍ୟବସ୍ଥା କରିଥିଲେ। ଏଥିପାଇଁ ବ୍ୟୟବରାଦ ହୋଇଥିଲା ୪୨ ଲକ୍ଷ ଟଙ୍କା। ୫୦ ବାସହରା ଲୋକଙ୍କ ରହିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୯ ମେ ସୁଦ୍ଧା କୋଠା କାମ ସମ୍ପୂର୍ଣ୍ଣ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ଏହି ଅବଧି ପୂରିବାକୁ ବର୍ଷେ ବିତିଥିଲେ ବି ଆଶ୍ରୟସ୍ଥଳକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିନାହିଁ। ଏସୟୁଏଚ୍‌ ଗୃହ ନିର୍ମାଣ ସରିଛି, କିନ୍ତୁ ଶେଷ ସ୍ପର୍ଶ ଦେବାକୁ ପୌରପାଳିକା ପକ୍ଷରୁ ଟଙ୍କା ଯୋଗାଯାଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଟଙ୍କା ଅନୁମୋଦନ ପାଇଁ ଏ ସଂକ୍ରାନ୍ତ ଫାଇଲ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ସହରର ଖାଲୁଆ ଅଞ୍ଚଳରେ ଗୃହ ନିର୍ମାଣ ଓ ଏଥିପାଇଁ ଯୋଜନାରେ ପରିବର୍ତ୍ତନ ହେବା ଯୋଗୁ ଅନୁମୋଦିତ ଅର୍ଥ ଶେଷ ହୋଇଛି। ଏ ବାବଦରେ ଉପରିସ୍ଥ ଅଧିକାରୀ ରିଭାଇଜ କରି ବୈଷୟିକ ମଞ୍ଜୁରି ଦେବା ପରେ ସରକାର ଟଙ୍କା ଯୋଗାଇବେ। ଏହା ପରେ ନିର୍ମାଣ ହୋଇଥିବା ଗୃହକୁ ଶେଷ ସ୍ପର୍ଶ ଦିଆଯିବା ସହ ବିଜୁଳି, ପାଣି, ବେଡ୍‌ ଆଦିର ବ୍ୟବସ୍ଥା କରାଯିବ। ରକ୍ଷଣାବେକ୍ଷଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଚୁକ୍ତି ଭିତ୍ତିରେ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଏସୟୁଏଚ୍‌ ଗୃହ ନିର୍ମାଣକୁ ନେଇ ପ୍ରଥମେ ବିବାଦ ଉପୁଜିଥିଲା। ଫଳରେ ବିଳମ୍ବ ହୋଇଛି। ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବା ସହ ଅନୁମୋଦନ ମଗାଯାଇଛି। ସେଠାରୁ ଅନୁମୋଦନ ମିଳିବା ପରେ ତୁରନ୍ତ କାର୍ଯ୍ୟ ଶେଷ ହେବ। ଶୀତ ଦିନ ପୂର୍ବରୁ ନିର୍ମାଣ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରହିଛି। ୨ ମାସ ମଧ୍ୟରେ ଘର ପ୍ରସ୍ତୁତ କରାଯାଇ ଲୋକଙ୍କୁ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri