ଅତୀତର ସ୍ମୃତି

ଅଲେଖ ଚନ୍ଦ୍ର ମିଶ୍ର
ପୁରାତନ କଥାଟିଏ। ଗୋଟିଏ ଗାଁରେ ରହୁଥିଲେ ମା’ବାପା ଛେଉଣ୍ଡ ଭାଇଭଉଣୀ। ସେମାନେ ଅତି ଦରିଦ୍ର ଥିବାରୁ ଅଦୂରରେ ଥିବା ଜଙ୍ଗଲକୁ ଯାଇ ସେଠାରୁ ଯାହା କିଛି ସଂଗ୍ରହ କରନ୍ତି ତାକୁ ବିକ୍ରି କରି ଚଳନ୍ତି। ବିଶେଷକରି ବଣରେ ଥିବା ଓଉ ଗଛରୁ ଓଉ ତୋଳିଆଣି ଗାଁରେ ବିକ୍ରୟ କରନ୍ତି। ଭାଇଟି ଗଛ ଉପରେ ଚଢି ଓଉ ତୋଳେ। ତଳେ ପଡିଲେ ଓଉ ଛେଚଡା ହୋଇଯିବ ବୋଲି ଭଉଣୀ ତଳେ ଥାଇ ପିଠି ଦେଖେଇଦିଏ। ସବୁଯାକ ଓଉ ତାରି ପିଠି ଉପରେ ପଡେ। ଝିଅଟିର ଏପରି କଷ୍ଟକୁ ଲକ୍ଷ୍ୟ କରୁଥାନ୍ତି ବଣରେ ରହୁଥିବା ଜଣେ ଋଷି। ଦୁଃଖ ଓ ସହାନୁଭୂତିରେ ଅନ୍ତର ତାଙ୍କର ବିଳପି ଉଠେ। ବିଧିର ବିଧାନ ବିଚିତ୍ର। ଥରେ ସେ ଦେଶର ରାଜା ସେହି ବଣକୁ ପାରିଧି କରିବାକୁ ଆସି ଝିଅଟିକୁ ଦେଖିଲେ। ପ୍ରଥମ ଦର୍ଶନରୁ ତାକୁ ପସନ୍ଦ କରି ବିବାହ କଲେ ଏବଂ ଗରିବ ଝିଅଟି ରାଣୀ ବନିଗଲା। ବର୍ଷେ ପରେ ରାଜା ନୂତନ ରାଣୀଙ୍କ ସହିତ ସେହି ବନକୁ ପୁନରାୟ ଶିକାର କରିବାକୁ ଆସିଲେ। ବଣରେ ବୁଲୁ ବୁଲୁ ହଠାତ୍‌ ରାଣୀଙ୍କର ନଜର ପଡିଗଲା ସେଇ ପୁରୁଣା ଓଉଗଛ ଉପରେ। ସେଥିରେ ଫଳିଥିବା ଓଉଗୁଡିକୁ ଦେଖି ସେ କହିଲେ ଏ କି ଗଛ। ଏହାର ଫଳଗୁଡିକ ତ ଏତେ ବଡ ବଡ ହୋଇଛି। ଯଦି ଇଏ ମଣିଷ ଉପରେ ପଡିଯାଏ ସେ ମରିଯିବ। ଏଭଳି ଗଛକୁ ତୁରନ୍ତ ହାଣି ସଫା କରିଦିଅ। ରାଣୀଙ୍କର ହୁକୁମ ସଙ୍ଗେ ସଙ୍ଗେ ପାଳିତ ହେଲା। ଏ ଘଟଣାକୁ ଲକ୍ଷ୍ୟ କରୁଥିଲେ ସେଇ ବୁଢା ଋଷି ଜଣକ। ମନ ତାଙ୍କର ବିଦ୍ରୋହ କରି ଉଠୁଥିଲା। କିନ୍ତୁ ପରିସ୍ଥିତିର ଚାପରେ ପଡି କିଛି କହିପାରୁ ନ ଥିଲେ, କରି ପାରୁ ନ ଥିଲେ କିମ୍ବା ସହି ପାରୁ ନ ଥିଲେ। କ୍ରୋଧ ଓ ଘୃଣାରେ ରକ୍ତଚାଉଳ ଚୋବେଇ ନିଜର ଜଟାକୁ ରାମ୍ପି, ବିଦାରି ପକାଉଥିଲେ। ସେଥିପାଇଁ କଥା ରହିଯାଇଛି, ଋଷି ବାଳ ଛିଣ୍ଡେଇ ମରିବା।
ସେଦିନ ଯାହା କାହାଣୀରେ ପର୍ଯ୍ୟବସିତ ଥିଲା ଏବେ ତାହା ଏକ ସାଧାରଣ ଘଟଣା। ଅଭାବ, ଅବହେଳା, ଅସୁବିଧା, ଅନଟନ ଓ ଅତି ଦୁଃଖକଷ୍ଟରେ ବଢିଥିବା କିଛି ଲୋକ ଯେତେବେଳେ ଉନ୍ନତିର ଚରମ ସୀମାରେ ଉପନୀତ ହୁଅନ୍ତି ଆପଣାର ଇତିହାସ ଓ ପୂର୍ବାବସ୍ଥାକୁ ଅସମ୍ମାନଜନକ ଭାବି ଘୃଣା କରନ୍ତି ଏବଂ ଭୁଲିଯିବାକୁ ଚେଷ୍ଟା କରନ୍ତି। ଯେଉଁ ମହାନ୍‌ ଲୋକେ ଅତୀତର ଦୁରବସ୍ଥାକୁ ନିଜ ପ୍ରଗତିର ଚାବିକାଠି ବୋଲି ଭାବନ୍ତି ସେମାନଙ୍କର ସଂଖ୍ୟା ନଗଣ୍ୟ। ମାତାପିତାଙ୍କର ତ୍ୟାଗ ଯୋଗୁ ମଣିଷ ହୋଇଥିବା ସନ୍ତାନ ତାଙ୍କୁ ଅବହେଳା କରେ। ଏପରି କି ସହକର୍ମୀ କିମ୍ବା ବନ୍ଧୁ ମହଲରେ ତାଙ୍କର ପରିଚୟ ଗୋପନ ରଖିବାକୁ ପସନ୍ଦ କରେ। ଛାତ୍ରାବସ୍ଥାରେ ଯେଉଁ ସହପାଠୀର ସହାୟତା ତା’ର ଅନେକ ସମସ୍ୟା ଦୂର କରିଥାଏ, ପରବର୍ତ୍ତୀ ସମୟରେ ତାକୁ ଏଡେଇଯାଏ। ସାହି, ପଡିଶା, ସମ୍ପର୍କୀୟ, ବନ୍ଧୁବାନ୍ଧବ ଯେଉଁମାନଙ୍କର ସହଯୋଗ ବିନା ତାର ଜୀବନ ପରିପୂର୍ଣ୍ଣ ହୋଇ ନ ଥାନ୍ତା ସେମାନଙ୍କୁ ଭୁଲିଯାଏ। ହାଇସ୍କୁଲ ପରୀକ୍ଷାରେ ବିଶେଷ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ତାଙ୍କ ସହିତ ସାକ୍ଷାତ୍‌କାରରେ ନିଜର କୃତଜ୍ଞତା ଓ ଲକ୍ଷ୍ୟ ବିଷୟରେ ଯାହା କହିଥାନ୍ତି ପରବର୍ତ୍ତୀ ଜୀବନରେ ତାଙ୍କର ମନେ ପଡ଼େନା। ନିର୍ବାଚନ ପ୍ରଚାର ବେଳେ ଖରା, ବର୍ଷା, ଶୀତକାକର, ପାଣି କାଦୁଅରେ ପାଦରେ ଚାଲି ଘର ଘର ବୁଲୁଥିବା ନେତା ଜିତିଗଲା ପରେ ଏସି ଗାଡିରୁ ତଳକୁ ଓହ୍ଲାନ୍ତିନି କିମ୍ବା ଶୀତତାପ ନିୟନ୍ତ୍ରିତ ଘରୁ ବାହାରନ୍ତିନି।
ଏମାନେ ସମସ୍ତେ ଅତୀତକୁ ଅବମାନନା କରନ୍ତି। ମନେରଖିବା ଉଚିତ ଯେ ଅତୀତ ହିଁ ପ୍ରଗତିର ଭିତ୍ତିଭୂମି। ଅତୀତ ବିନା ବର୍ତ୍ତମାନ ଅନିଶ୍ଚିତ ଏବଂ ବର୍ତ୍ତମାନ ବିନା ଭବିଷ୍ୟତ ଅସ୍ପଷ୍ଟ। ଅତୀତରୁ ଶିକ୍ଷା ଲାଭ କରି ବର୍ତ୍ତମାନକୁ ସଜାଡିଲେ ଭବିଷ୍ୟତ ସୁଖକର ହୁଏ। ଆଦ୍ୟରେ ଦୁଃଖ ଓ ଅନ୍ତିମରେ ସୁଖ ଯେତିକି ଆନନ୍ଦଦାୟକ ଏହାର ବିପରୀତ ସେତିକି ଯନ୍ତ୍ରଣାଦାୟକ। ସୁଖ ସମୟରେ ବିଗତ ଦୁଃଖର ସ୍ମୃତି ସୁଖଭୋଗକୁ ଅଧିକ ଆବେଗମୟ କରିଥାଏ। ବର୍ତ୍ତମାନର ସୁଖ ଆନନ୍ଦ ଦିଏ। ତା ସହିତ ଅତୀତର ରୋମନ୍ଥନ ଆନନ୍ଦାଶ୍ରୁ ଆଣେ।
ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri