Posted inଫୁରସତ

ଅଣ୍ଡର ଓ୍ବାଟର ପେଣ୍ଟିଂ

ପେଣ୍ଟିଂ ଏକ କଳା। ଏହା କାହାର ନିଶା ତ କେହି ଏହାକୁ ପେସା କରି ରୋଜଗାରର ମାଧ୍ୟମ ଭାବେ ବାଛି ନେଇଥାନ୍ତି । ତେବେ ଓଲ୍‌ଗା ବେଲ୍‌କା ନାମକ ଜଣେ ରୁଷୀୟ ପେଣ୍ଟର ନିଜ ନିଶାକୁ ଚରିତାର୍ଥ କରିବା ଲାଗି ଆଉ ଏକ ପାଦ ଆଗେଇ ଯାଇଛନ୍ତି । ସେ ପାଣି ଭିତରେ ଜଣେ ମଡେଲଙ୍କ ଚିତ୍ର ଆଙ୍କି ସାଉଁଟିଛନ୍ତି ଲୋକପ୍ରିୟତା। ଓଲ୍‌ଗା ରୁଷର ଜଣେ ପ୍ରସିଦ୍ଧ ପେଣ୍ଟର। ସେ ଅକ୍ସିଜେନ ମାସ୍କ ପିନ୍ଧି ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତି, ସମୁଦ୍ର ଭିତରର ସୁନ୍ଦର ଦୁନିଆକୁ ରଙ୍ଗତୂଳୀ ମାଧ୍ୟମରେ କାନଭାସ୍‌ ଉପରେ ଅତି ଜୀବନ୍ତ ଭାବେ ଆଙ୍କିପାରନ୍ତି। ଓଲ୍‌ଗା ଯେଉଁ କାନ୍‌ଭାସ ବ୍ୟବହାର କରନ୍ତି ତାହା ଓ୍ବାଟର ପ୍ରୁଫ୍‌ ହୋଇଥିବା ବେଳେ ପେଣ୍ଟିଙ୍ଗ ପାଇଁ ସେ ଅଏଲ ପେଣ୍ଟର ବ୍ୟବହାର କରିଥାନ୍ତି। ଯେହେତୁ ଅଏଲ ପେଣ୍ଟ ପାଣିରେ ମିଶିବ ନାହିଁ ତେଣୁ ଏହା ଅତି ସହଜରେ କାନଭାସ୍‌ ଉପରେ ଆଙ୍କି ହୋଇଯାଏ। ନିକଟରେ ସେ ଜଣେ ମଡେଲଙ୍କ ସହ ସମୁଦ୍ର ଭିତରେ ଏକ ଅଣ୍ଡର ଓ୍ବାଟର ପ୍ରୋଜେକ୍ଟ ସମାପ୍ତ କରି ସଫଳତା ସାଉଁଟିଛନ୍ତି । କିନ୍ତୁ ଏହି ପେଣ୍ଟିଂର ସବୁଠାରୁ ମଜା କଥା ହେଉଛି ପାଣି ଭିତରେ ଏତେ ସମୟ ଧରି ରହିବା ପାଇଁ ପେଣ୍ଟର ଏବଂ ମଡେଲଙ୍କୁ ୮ ରୁ ୧୦ କିଲୋ ଓଜନିଆ ବସ୍ତୁ ସହ ନିଜକୁ ବାନ୍ଧି ରଖିବାକୁ ପଡିଥିଲା ା ଫଳରେ ସେମାନେ ନିଜକୁ ସ୍ଥିର ରଖିପାରିଥିଲେ, ଯାହାଫଳରେ ପେଣ୍ଟିଂଟି ଅତି ସୁନ୍ଦର ଭାବେ ତିଆରି ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?