ଅଢେଇ ବର୍ଷରେ ଗଲାଣି ୯୬୨ଜଣଙ୍କ ଜୀବନ

ଛତ୍ରପୁର,୧୫ା୬(ଡି.ଏନ.ଏ)-ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ କେତେକ ମୁଖ୍ୟ ରାସ୍ତାରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି। ଫଳରେ ଅକାଳରେ କେତେଜଣଙ୍କ ଜୀବନ ଚାଲିଯାଉଛି। ଆଉ କେତେଜଣ ଗୁରୁତର ଆହତ ମଧ୍ୟ ହେଉଛନ୍ତି। ଦୁର୍ଘଟଣାକୁ ନେଇ ବିଭିନ୍ନ ସମୟରେ ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯାଇ କେଉଁଠି ହମ୍ପସ ତ କେଉଁଠି ରାସ୍ତାର ଡିଜାଇନ୍‌ ଠିକ୍‌ ନ ଥିବା ଦର୍ଶାଇ ତାହାର ପୁନଃନିର୍ମାଣ ପାଇଁ ଦାବି ହେଉଛି। ଆନ୍ଦୋଳନକୁ ଦବାଇକୁ ଯାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ସେ ସବୁ କାର୍ଯ୍ୟକାରୀ ହେଉଥିବା ସମ୍ପର୍କରେ ସ୍ପଷ୍ଟ ଜଣାପଡୁନି। ସେପଟେ ସରକାରୀ ରିପୋର୍ଟ ଅନୁଯାୟୀ ଗତ ୨ ବର୍ଷ ୫ ମାସ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ୯୬୨ ଜଣଙ୍କର ମୃତ୍ୟୁ ଘଟିଲାଣି। ୧୨୦୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ମଧ୍ୟ ହେଲେଣି। ଯାହାକି ଚିନ୍ତାଜନକ ବିଷୟ ହେଇଛି।
ସଡ଼କ ଦୁର୍ଘଟଣା ବଢୁଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରି ଏହାକୁ କମାଇବା ପାଇଁ କେତେକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟ ସଡକ ସୁରକ୍ଷା କମିଟି ଗଠନ ହୋଇଥିଲା। ଏହାପରେ ପ୍ରତି ଜିଲାରେ ଜିଲା ସଡ଼କ ସୁରକ୍ଷା କମିଟି ଗଠନ ମଧ୍ୟ ହୋଇଛି। ଏହି କ୍ରମରେ ଗଞ୍ଜାମ ଜିଲାରେ ମଧ୍ୟ ଜିଲା ସଡ଼କ ସୁରକ୍ଷା କମିଟି କାର୍ଯ୍ୟ କରୁଛି। ଜିଲାପାଳ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ସଭ୍ୟ ଭାବେ ନିଆଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଏହି କମିଟିର ଆବାହକ। ଜିଲାର ଛତ୍ରପୁରଠାରେ ଉକ୍ତ କମିିଟିର ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ଓ ରାସ୍ତା ମରାମତି ଓ ଡିଜାଇନ୍‌ ବଦଳାଇବା ପାଇଁ କୁହାଯାଉଛି। ମାତ୍ର ସେସବୁ କାର୍ଯ୍ୟକାରୀ ହେଉ ନ ଥିବାରୁ ଦୁର୍ଘଟଣା କମୁନି। ଏନ୍‌ଏଚ୍‌ଏଆଇ ମଧ୍ୟ ଜିଲାପାଳଙ୍କ ତାଗିଦ୍‌ ଶୁଣୁ ନ ଥିବା ଦେଖିବାକୁ ମିଳିଛି।
ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳଙ୍କ ପକ୍ଷରୁ ଜିଲା ସଡକ ସୁରକ୍ଷା କମିଟିକୁ ଦେଇଥିବା ରିପୋର୍ଟ ଅନୁସାରେ ଚଳିତବର୍ଷ ମେ ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୩୪୨ ଛୋଟ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଏନଏଚ୍‌-୧୬ରେ ହୋଇଥିବା ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ଏନଏଚ୍‌ରେ ୨୮, ରାଜ୍ୟ ରାଜପଥରେ ୧୦୨ ଏବଂ ଅନ୍ୟ ରାସ୍ତାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩୪ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଜିଲାରେ ୨୦୧୯ ଜାନୁୟାରୀରେ ଦୁର୍ଘଟଣାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଫେବୃୟାରୀରେ ୩୩, ମାର୍ଚ୍ଚରେ ୪୨, ଏପ୍ରିଲରେ ୩୩ ଓ ମେ ମାସରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୨୦୧୮ରେ ଜିଲାରେ ୭୩୮ଟି ଦୁର୍ଘଟଣାରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮୯ଜଣ ଗୁରୁତର ହୋଇଥିଲେ। ସେହିବର୍ଷ ଜାନୁୟାରୀରୁ ମେ ସୁଦ୍ଧା ୩୫୭ଟି ଦୁର୍ଘଟଣାରେ ୧୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୭ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୧୭ରେ ଜିଲାର ବିଭିନ୍ନ ସ୍ଥାନରେ ୭୧୬ ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫୫ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri