ଅଜାତିରେ ଖାଇ ଅଜେତ୍‌ ହେଇଥିଲେ: ଖଁଦ୍‌ ଦେବାକେ ମନାକଲେ ଜାତିଭାଇ

 

ଚିପିଲିମା, ୧୧।୨ (ଡି.ଏନ୍‌.ଏ.)-
ବିଗିଅଁାନ ଯୁଗ୍‌ରେ ବି ଅନେକ ଜାତି, ଧରମ୍‌, ସମାଜର ଲୋକ୍‌ ଅଁଧ୍‌ ବିଶୁଆସରେ ବଁାଧି ହେଇ ରହିଛନ୍‌। ଆଏଜ୍‌ ବି ଅନେକ ଲୋକ୍‌ ଫୁକାଝରା, ଗୁନିଗାରେଡ଼ି, ସାମାଜି ବାସଁଦ୍‌ ଲେଖେଁ ଅଁଧ୍‌ ବିଶୁଆସରେ ବିଶାସ୍‌ କରୁଛନ୍‌। ଏନ୍‌ତା ଗୁଟେ ତାଜା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ ବିଶାଖିଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ବିଶାଖିଣ୍ଡା ଗଁାର ଲକ୍ଷ୍ମଣ ଦୟାଲାଲ(୩୫) ଝନେ ଅଁଧ୍‌ ଆଏ। ସେ ବିହାଚୁରା ନାଇଁ ହେଇ। ଏନ୍‌ତାଥି ସେ ବୁଲି ବୁଲି ଭିଖ୍‌ ମାଗି ନିଜର ପେଟ୍‌ ପାଲୁଥିଲେ। ହେଲେ ଦିହିପା ଖରାପ ହେଲାରୁ ସେ ଦିନାକେତେ ହେଲା ସମ୍ବଲପୁର ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିଛିତ ହେଉଥିଲେ। ଚିକିଛାଧିନ ଅବସ୍‌ତାରେ ରଇବାର ତାକର ମୁର୍‌ତୁ ହେଇଥିଲା। ଡାକ୍‌ତରଖାନା କତୁରପକ୍ଷ ଘଟନା ବାବ୍‌ଦେ ତାକର ପରିବାର ଲୁକ୍‌କୁ ଖବର ଦେଇଥିଲେ। ହେଲେ ଲକ୍ଷ୍ମଣ ଭିଖ୍‌ ମାଗି ଅଜାତିରେ ଖାନାପିନା କରୁଥିଲେ। ଇଥିରଲାଗି ପରିବାର ଲୋକ୍‌ ତାକର ଶବ ସତ୍‌କାର କରବାର ତ ଦୂରର କଥା ମଲା ମୁହୁଁ ବି ନାଇଁ ଚାହୁଁ ବଲି ରୋକ୍‌ଠୋକ୍‌ ମନା କରିଥିଲେ। ଜାତିଭାଇ ବି ଲକ୍ଷ୍ମଣକଁର ଶବକେ ଖଁଦ୍‌ ଦେବାକେ ମନା କରିଥିଲେ। ଏନ୍‌ତାଥି ଶାସନ ଥାନା ପୁଲିସ ଗଁାକେ ଯାଇ ଜାତିଭାଇକୁ ବୁଝାଶୁଝା କରି ନିରାଶ ହେଇଥିଲେ। ଶେଷେ ଘଟନା ବାବ୍‌ଦେ ଥାନୀଅ ସରପଁଚ୍‌ ତଥା ଆଇନଜୀବୀ ସୁଶୀଲ କୁମାର ବାବୁ ଖବର ପାଇ ପୁଲସର ସାହାଯ୍‌ରେ ସମ୍ବଲପୁର ରାଜଘାଟରେ ଲକ୍ଷ୍ମଣକଁର ଶବ ସତ୍‌କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri