ଅଜଣା ରୋଗରେ ଶତାଧିକ ଗୋରୁ ଆକ୍ରାନ୍ତ

କୁଆମରା,୧୦ା୮(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଶତାଧିକ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ କ୍ରମେ ବିଭିନ୍ନ ଗ୍ରାମକୁ ବ୍ୟାପିବାର ଲାଗିଛି। ଏହି ରୋଗରେ ଗୋରୁଗୁଡିକ ପ୍ରଥମେ ଘୁମାଉଛନ୍ତି ଓ ପରେ ଦୁର୍ବଳ ହୋଇ ପଡୁଛନ୍ତି। ଦିନକ ପରେ ସେମାନଙ୍କ ଶରୀରରେ ଆବୁ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଜ୍ବର ହେବାରୁ ଗୋରୁ ଖିଆପିଆ ଛାଡ଼ି ପଡି ରହୁଛନ୍ତି। ଗୋଟିଏ ଗୋରୁକୁ ଏହି ରୋଗ ହେଲେ ନିକଟରେ ଥିବା ଅନ୍ୟ ଗୋରୁଙ୍କୁ ମଧ୍ୟ ବ୍ୟାପୁଛି। ତେବେ ଏହା ବସନ୍ତ ରୋଗ ବୋଲି ପ୍ରାଣୀ ଚିକିତ୍ସକ କହୁଥିବା ବେଳେ ଏହାର ପ୍ରତିଷେଧକ ଟୀକା କିମ୍ବା ଔଷଧ ପହଞ୍ଚି ନ ଥିବା କହିଛନ୍ତି। ଏହାର ନିରାକରଣ ପାଇଁ ପ୍ରତିଷେଧକ ଟୀକା ଯୋଗାଇ ଦେବାକୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଗୋ-ମଡକ ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri