ଅଙ୍କ ବିଜ୍ଞାନରେ ନିର୍ବାଚନ ଫଳ

ସୁଧିରାଜ ରାଉତ

ମେ ୨୩ ତାରିଖକୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଅପେକ୍ଷା କରିଛି- ନିର୍ବାଚନ ଫଳାଫଳ କ’ଣ ହେବ। ଏହି ଫଳାଫଳ ଏକବିଂଶ ଶତାବ୍ଦୀରେ ଭାରତର ରୂପରେଖ ଏବଂ ବିଶ୍ୱରେ ଭାରତର ନେତୃତ୍ୱକୁ ସ୍ପଷ୍ଟ କରିବ। ବହୁ ଟି.ଭି. ଚ୍ୟାନେଲ ଏବଂ ଅନେକ ସଂସ୍ଥା ଦ୍ୱାରା ପରିଣାମ ସମ୍ପର୍କରେ ଜନମତ ସର୍ଭେ କରି ପୂର୍ବାନୁମାନ ପ୍ରକାଶ ପାଇସାରିଛି ଏବଂ ବହୁ ବିଦ୍ୱାନ ଜ୍ୟୋତିଷଶାସ୍ତ୍ରୀ ମଧ୍ୟ ଏହା ଉପରେ ମତ ରଖି ସାରିଛନ୍ତି। ଏହି ଆଲେଖ୍ୟ ମାଧ୍ୟମରେ ଅଙ୍କବିଜ୍ଞାନକୁ ଆଧାର କରି ୨୩ ତାରିଖରେ ପ୍ରକାଶିତ ହେବାକୁ ଥିବା ଫଳାଫଳ ସମ୍ପର୍କରେ ବିଚାର କରିବା।
୨୦୦୯ରେ ଭାଜପାରୁ ଅଲଗା ହୋଇ ବିଜେଡି ଏକା ନିର୍ବାଚନ ଲଢିଲା। ଜଣେ ବନ୍ଧୁ ଭୁବନେଶ୍ୱରରୁ ଫୋନ କଲେ ‘ଅଙ୍କ ବିଜ୍ଞାନ ଅନୁଯାୟୀ ଏହାର ପରିଣାମ କ’ଣ ହେବ?’ ମୁଁ ସହଜ ଉତ୍ତର ଦେଲି ବିଜେଡି ଯେତିକି ସିଟ୍‌ ଆଣିବ ଭାବିଛି ତା’ଠାରୁ ଢେର ଅଧିକ ଆଣି ସରକାର ଗଢ଼ିବ। ମେ ୧୬ ତାରିଖରେ ଏହା ପ୍ରକାଶ ପାଉଥିବାରୁ ନବୀନବାବୁଙ୍କ ପାଇଁ ଅତ୍ୟନ୍ତ ଶୁଭ। କାରଣ ନବୀନବାବୁଙ୍କ ଜନ୍ମ ତାରିଖ ୧୬। ପରିଣାମ ପ୍ରକାଶ ପାଇବା ପରେ ବନ୍ଧୁ ଫୋନ କରି ଆଶ୍ଚର୍ଯ୍ୟ ହେଲେ ଏବଂ କହିଲେ ଆମେ ସଂଖ୍ୟା ଗଢିଛୁ ଆମର ହିସାବ ପାଇଁ, ଗଣିତ ପାଇଁ। ଏହା କିଭଳି ଜୀବନ ଉପରେ ଏତେ ପ୍ରଭାବ ପକାଉଛି? କହିଲି-ଅନେକ ବିଦ୍ୱାନଙ୍କ ମତ ଅକ୍ଷର ଏବଂ ସଂଖ୍ୟାସବୁକୁ ଆମେ ଆବିଷ୍କାର କରିଛୁ, ଆଉ କିଛି ବିଦ୍ୱାନଙ୍କ ମତ ଆମେ ଏସବୁକୁ ଉଦ୍ଭାବନ କରିଛୁ। ମାଧ୍ୟାକର୍ଷଣ ଶକ୍ତିକୁ ଆମେ ଆବିଷ୍କାର କରିଛୁ, ଏହା ଯେଭଳି ଆମ ଜୀବନକୁ ପ୍ରଭାବିତ କରିଥାଏ, ସେହିପରି ଆମେ ଉଦ୍ଭାବନ କରିଥିବା ମୋବାଇଲ ଏହା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଥାଏ। ତେଣୁ ଗୁହ୍ୟ ଜ୍ଞାନୀମାନେ କହନ୍ତି, ଆମ ଜାଣତ ଅଜାଣତରେ ଏହି ସଂଖ୍ୟାଗୁଡିକ ଆମ ଜୀବନକୁ ପ୍ରଭାବିତ କରିଥାନ୍ତି। ୨୦୧୪ ନିର୍ବାଚନ ଫଳ ମେ ୧୬ରେ ପ୍ରକାଶ ପାଇଲା ଏବଂ ନବୀନବାବୁଙ୍କ ପାଇଁ ଶୁଭ ଫଳ ଦେଲା। ଏଥର କିନ୍ତୁ ୧୬ ନୁହେଁ ମେ ୨୩ ତାରିଖରେ ଫଳ ପ୍ରକାଶ ପାଇବ।
ଆଧୁନିକ ଭାରତର ଜନ୍ମ ତାରିଖ ୧୫, ସେହି ଦୃଷ୍ଟିରୁ ୬, ୧୫, ୨୪ ତାରିଖ ଭାରତ ପାଇଁ ସର୍ବଦା ଶୁଭ। ମଜାକଥା ଏହି ତାରିଖମାନଙ୍କରେ ଭାରତ ପ୍ରାୟତଃ କ୍ରିକେଟ କେବେ ହାରିନାହିଁ। ଏପରିକି ଅତ୍ୟନ୍ତ ଖରାପ ସ୍ଥିତିରେ ଥିବାବେଳେ ମଧ୍ୟ ଏହି ତାରିଖମାନଙ୍କରେ ଭାରତ ସର୍ବଦା ବିଜିତ ହୋଇଛି। ଆଉ ଏକ ଉଦାହରଣ- ଯିଶୁଖ୍ରୀଷ୍ଟ ଡିସେମ୍ବର ୨୫ରେ ଜନ୍ମ ହୋଇଥିଲେ, ନିଉଟନ, ଅଟଳବିହାରୀ ବାଜପେୟୀ ଏବଂ ବାବା ରାମଦେବ ମଧ୍ୟ ଏହି ଡିସେମ୍ବର ୨୫ରେ ଜନ୍ମ ହୋଇଛନ୍ତି ଏବଂ କେହି ବିବାହ କରିନାହାନ୍ତି। ଅଙ୍କ ବିଜ୍ଞାନ କହେ ୭, ୧୬ ଓ ୨୫ ତାରିଖ ବିବାହ ପାଇଁ ଅନୁକୂଳ ନୁହେଁ। ନବୀନବାବୁଙ୍କ ଜନ୍ମ ତାରିଖ ୧୬, ସେ ମଧ୍ୟ ଅବିବାହିତ। ଅଙ୍କ ବିଜ୍ଞାନ ଏଭଳି ଅନେକ ଗୁପ୍ତ ସତ୍ୟକୁ ପ୍ରକାଶ କରେ ଏବଂ ସମସ୍ୟାର ସମାଧାନ ମଧ୍ୟ କରେ। ଏହି ବିଜ୍ଞାନ ମୂଳତଃ ତିନୋଟି ଗଣନାକୁ ଆଧାର କରି ଭବିଷ୍ୟ ପ୍ରକାଶ କରିଥାଏ। ୧-ଜନ୍ମାଙ୍କ, ୨-ଭାଗ୍ୟାଙ୍କ, ୩-ନାମାଙ୍କ। ମନେକର ଜଣେ ବ୍ୟକ୍ତିର ଜନ୍ମ ତାରିଖ ୫ା୯ା୧୯୮୫। ଏହାଙ୍କ ଜନ୍ମାଙ୍କ ୫ ଅଟେ, ଭାଗ୍ୟାଙ୍କ- ୫+୯+୧+୯+୮+୫=୩୭=୧୦=୧। ନାମାଙ୍କ ହେଉଛି ଅକ୍ଷର ସବୁକୁ ଅଙ୍କରେ ପ୍ରକାଶ କରି ତା’ର ଯୋଗଫଳ କାଢିବା। ମନେକର Lagaan=୩+୧+୩+୧+୧+୫=୧୪। ଲଗନ୍‌ ଫିଲ୍ମ ଆମୀର ଖାଁଙ୍କୁ ଅସମ୍ଭବ ସଫଳତା ଏବଂ ନୂତନ ପରିଚୟ ଦେଇଥିଲା। ଏହାର କାରଣ ଆମୀର ଖାଁଙ୍କ ଜନ୍ମାଙ୍କ ୧୪। ଆଉ ଏକ ଉଦାହରଣ Burma=୨+୬+୨+୪+୧=୧୫। ଏହି ନାମ ଥିବା ବେଳେ ବର୍ମା ଏକ ଶାନ୍ତିପ୍ରିୟ ଓ ସୁନ୍ଦର ରାଷ୍ଟ୍ର ଥିଲା, କାରଣ ୧୫ ଏକ ଶୁଭ ନାମାଙ୍କ। ଯେବେଠୁ Myanmar=୪+୧+୧+୫ +୪+୧+୨=୧୮ ହେଲା ତାହା ବିଶୃଙ୍ଖଳା ଓ ବିଭୀଷିକାରେ ଭରିଗଲା। ନାମାଙ୍କ ୧୮ ଏକ ବିଭୀଷିକା ଏବଂ ଈଶ୍ୱରଙ୍କ କୃପାରୁ ନିଜକୁ ବଞ୍ଚିତ କରୁଥିବା ସଂଖ୍ୟା।
ବର୍ତ୍ତମାନ ନିର୍ବାଚନ ଫଳାଫଳକୁ ଆସିବା ଏବଂ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀଙ୍କୁ ବିଚାରକୁ ନେବା- ସେମାନଙ୍କ ଜନ୍ମାଙ୍କ, ଭାଗ୍ୟାଙ୍କ, ନାମାଙ୍କକୁ ନେଇ ୨୩ ତାରିଖରେ ପ୍ରକାଶ ହେବାକୁ ଥିବା ନିର୍ବାଚନ ଫଳାଫଳ କ’ଣ ହେବ। ରାହୁଲ ଗାନ୍ଧୀଙ୍କ ଜନ୍ମ ତାରିଖ ୧୯ା୬ା୧୯୭୦। ଏହି ଦୃଷ୍ଟିରୁ ଜନ୍ମାଙ୍କ ୧, ଭାଗ୍ୟାଙ୍କ ୬ ଓ ନାମାଙ୍କ ୩୬ ଅଟେ ଏବଂ ନାମାଙ୍କର ପିରାମିଡ ସଂଖ୍ୟା ୧୮। ୨୩ ତାରିଖକୁ ବିଚାରକୁ ନେଲେ ରାହୁଲଙ୍କ ଜନ୍ମାଙ୍କ, ଭାଗ୍ୟାଙ୍କ, ନାମାଙ୍କ ସହ ୨୩ ସଂଖ୍ୟା ଅଶୁଭ ନ ହେଲେ ମଧ୍ୟ ସେଭଳି ପ୍ରଭାବଶାଳୀ ଶୁଭ ଫଳଦେବାକୁ ସକ୍ଷମ ନୁହେଁ। ପ୍ରଭାବଶାଳୀ ଶୁଭ ଫଳ ବିନା ପ୍ରଧାନମନ୍ତ୍ରୀ ହେବା କ’ଣ ସମ୍ଭବ? ପୁନଶ୍ଚ ନାମ ପିରାମିଡ ସଂଖ୍ୟା ୧୮ ହେଉଥିବାରୁ ଏହା ତାଙ୍କୁ ସର୍ବଦା ଦୈବୀକୃପାରୁ ବଞ୍ଚିତ କରୁଛି। ଅନ୍ୟ ପକ୍ଷରେ ମୋଦିଙ୍କ ଜନ୍ମ ତାରିଖ ୧୭ା୯ା୧୯୫୦। ଏହି ଦୃଷ୍ଟିରୁ ଜନ୍ମାଙ୍କ ୮, ଭାଗ୍ୟାଙ୍କ ୫ ଏବଂ ନାମାଙ୍କ ୪୧। ଅଙ୍କ ବିଜ୍ଞାନ କହେ ୮,୧୭,୨୬ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ଶୁଭ ସଂଖ୍ୟା ୧ ଏବଂ ୫। ୧୭ରେ ଜନ୍ମିତ ମୋଦିଙ୍କ ପାଇଁ ୨୩=୫ ଶୁଭ ହେବ। ମୋଦିଙ୍କ ଭାଗ୍ୟାଙ୍କ ୫ ହେଉଥିବାରୁ ଏବଂ ନାମାଙ୍କ ୪୧=୫ ହେଉଥିବାରୁ ୨୩ ତାରିଖ ସମସ୍ତ ବିରୋଧ ସତ୍ତ୍ୱେ ତାଙ୍କୁ ପ୍ରଭାବଶାଳୀ ଶୁଭଫଳ ପ୍ରଦାନ କରିବ ଏବଂ ପୁନଶ୍ଚ ପ୍ରଧାନମନ୍ତ୍ରୀ କରିବ। ୫ ସଂଖ୍ୟାର ଅଧିପତି ଗ୍ରହ ବୁଧ ଅଟନ୍ତି। ମୋଦିଙ୍କ ଜନ୍ମ କୁଣ୍ଡଳୀରେ ବୁଧ ଉଚ୍ଚ, ଶକ୍ତିଶାଳୀ ହୋଇ ରହିଛନ୍ତି। ଏହି ୫ର ପ୍ରଭାବ ପାଇଁ ସେ ଶକ୍ତିଶାଳୀ ବକ୍ତା ଏବଂ ସଙ୍ଗଠକ ହୋଇପାରିଛନ୍ତି। ମୋଦିଙ୍କ ପିରାମିଡ୍‌ ସଂଖ୍ୟା ୨୫ ହେଉଥିବାରୁ ତାଙ୍କ ବୈବାହିକ ଜୀବନକୁ ଏହା ପ୍ରଭାବିତ କରିଛି। କେହି କେହି କହନ୍ତି ନରେନ୍ଦ୍ର ଦାମୋଦର ମୋଦି ଏହାଙ୍କ ଅସଲ ନାମ। କିରୋ, ସେତୁରମଣଙ୍କ ଭଳି ମହାନ ଅଙ୍କ ବିଜ୍ଞାନୀ କହନ୍ତି ପରିଚିତ ନାମ ହିଁ ଜୀବନକୁ ପ୍ରଭାବିତ କରିଥାଏ। ତେବେ ନରେନ୍ଦ୍ର ଦାମୋଦର ମୋଦି=୬୪ ସଂଖ୍ୟା ଅଟେ ଏହା ୪୬ ସଂଖ୍ୟା ଭଳି ଶକ୍ତିଶାଳୀ, ଶୁଭ ଏବଂ ପରାକ୍ରମ ସଂଖ୍ୟା। ତେଣୁ ମୋଦିଙ୍କ ପାଇଁ ଏହି ନାମ ମଧ୍ୟ ଅତ୍ୟନ୍ତ ଶୁଭ ପ୍ରଦାନକାରୀ।
ମମତା ବାନାର୍ଜୀଙ୍କ ଜନ୍ମ ତାରିଖ ୫ା୧ା୧୯୫୫। ଜନ୍ମାଙ୍କ ୫, ଭାଗ୍ୟାଙ୍କ ୮ ଏବଂ ନାମାଙ୍କ ମଧ୍ୟ ୫। ଏହା ଘୋଷଣା କରୁଛି ଭାଜପା ମମତା ଦିଦିଙ୍କ କୌଣସି କ୍ଷତି ଘଟାଇ ପାରିବ ନାହିଁ, ଯାହା ସମସ୍ତେ ଆଶା ରଖୁଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ ୫ ତାରିଖରେ ହୋଇଥିବାରୁ ଅଖିଳେଶ ଏବଂ ମାୟାବତୀଙ୍କ ମେଣ୍ଟ ଆଶାନୁରୂପ ଭାଜପାର କ୍ଷତି ଘଟାଇବାକୁ ସକ୍ଷମ ହେବନାହିଁ। ମଜା କଥା ସ୍ମୃତି ଇରାନୀଙ୍କ ଜନ୍ମ ୨୩ ତାରିଖ, ତେଣୁ ରାହୁଲଙ୍କୁ ହରାଇବା ମୋଟେ ଅସମ୍ଭବ ନୁହେଁ, ଅବଶ୍ୟ ସ୍ମୃତିଙ୍କ ନାମାଙ୍କ ଏତେ ଶକ୍ତିଶାଳୀ ନୁହେଁ।
ଏଥର ୧୬ ତାରିଖ ନୁହେଁ ୨୩ ତାରିଖରେ ନିର୍ବାଚନ ଫଳ ପ୍ରକାଶ ହେବ, ତେଣୁ ନବୀନବାବୁଙ୍କ ପାଇଁ ପୂର୍ବ ଦୁଇ ନିର୍ବାଚନ ଭଳି ମୋଟେ ସହଜ, ଶୁଭ ଘଟିବ ନାହିଁ। ନବୀନ ପଟ୍ଟନାୟକଙ୍କ ନାମାଙ୍କ ୪୯=୧୩=୪ ଅଟେ। ଜନ୍ମ – ୧୬ା୧୦ା୧୯୪୬, ତେଣୁ ଭାଗ୍ୟାଙ୍କ ୪। ୪ ଅଙ୍କ ନବୀନବାବୁଙ୍କ ଭାଗ୍ୟାଙ୍କ ଏବଂ ନାମାଙ୍କ ମଧ୍ୟ ଏବଂ ଏହି ସଂଖ୍ୟା ରାହୁ ଗ୍ରହଙ୍କୁ ବୁଝାଏ। ନବୀନବାବୁଙ୍କ ଜୀବନକୁ ସର୍ବାଧିକ ପ୍ରଭାବିତ କରିଛି ଏହି ୪ ଅର୍ଥାତ୍‌ ରାହୁ। ୧୬ ତାଙ୍କ ପାଇଁ ଶୁଭ ସଂଖ୍ୟା ଆଉ ୪ ଏବଂ ୨୩ ତାରିଖ ଅଶୁଭ ନ ହେଲେ ବି ୧୬ ଭଳି ପରିଣାମ ଦେବାକୁ ମୋଟେ ସକ୍ଷମ ନୁହେଁ। ପୁନଶ୍ଚ ୨୩ା୫ା୨୦୧୯ ସବୁ ମିଶିଲେ ୪ ଅଟେ। ଏସବୁକୁ ବିଚାର କଲେ ରାହୁଙ୍କ ଦୟାରୁ ନବୀନବାବୁ ସରକାର ଗଢିବା ପାଇଁ ସଂଖ୍ୟା ଯୋଗାଡ଼ କରିପାରନ୍ତି ସତ କିନ୍ତୁ ଶାସନ ବ୍ୟବସ୍ଥା ଏବଂ ନେତୃତ୍ୱ ବହୁ ସମସ୍ୟାପୂର୍ଣ୍ଣ ହୋଇରହିବ।
ଇନ୍ଦ୍ରାବତୀ, ନବରଙ୍ଗପୁର,
ମୋ-୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?