Posted inଫୁରସତ

ଅଗଷ୍ଟ କ୍ରାନ୍ତି ମୈଦାନ

ମୁମ୍ବାଇସ୍ଥିତ ଯେଉଁ ମୈଦାନ ବା ପଡିଆରେ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନର ନାରାବାଜି ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ଅଗଷ୍ଟ କ୍ରାନ୍ତି ମୈଦାନ ଭାବେ ଜଣାଗଲା। ଅନ୍ୟପକ୍ଷେ ଏହା ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ବି ପରିଚିତ…

୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ମୁମ୍ବାଇସ୍ଥିତ ଏକ ମୈଦାନ ବା ପଡିଆରେ ସାର୍ବଜନିନ ସମ୍ମିଳନୀରେ ଭାରତ ଛାଡ ଆନ୍ଦୋଳନର ନାରାବାଜି ଦେଇଥିଲେ। ଯେଉଁ ପଡିଆରୁ ଗାନ୍ଧିଜୀ ଏହି ଅଭିଯାନର ମୂଳଦୁଆ ପକାଇଥିଲେ, ତାହା ବର୍ତ୍ତମାନ ଅଗଷ୍ଟ କ୍ରାନ୍ତି ମୈଦାନ ନାଁରେ ଜଣାଶୁଣା। ତେବେ ଏହି ଅଗଷ୍ଟ କ୍ରାନ୍ତି ମୈଦାନଟି ପୂର୍ବରୁ ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ଜଣାଶୁଣାଥିଲା। କାରଣ ପୂର୍ବରୁ ଏହି ସ୍ଥାନରେ ଗାଈମାନଙ୍କୁ ଗାଧୁଆ ଯାଉଥିଲା। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ‘ଗୋ-ଓ୍ବାଲିୟା’ ଶବ୍ଦଟି ମରାଠୀ ଭାଷା ‘ଗାଏ’ ଏବଂ ‘ଓ୍ବାଲା’ରୁ ଉଦ୍ଧୃତ। ମରାଠୀ ଭାଷାରେ ‘ଗାଏ’ ଶଦ୍ଧର ଅର୍ଥ ଗାଈ ଏବଂ ‘ଓ୍ବାଲା/ଓ୍ବାଲି’ର ଅର୍ଥ ଗାଈର ମାଲିକ। ତେଣୁ ଏଠାରେ ଥିବା ପାଣିଟାଙ୍କି ପାଖରେ ଗାଈମାନଙ୍କୁ ଗାଧୋଇ ଦେବା ପାଇଁ ପୁର୍ବରୁ ଗାଈ ମାଲିକମାନେ ଏଠାରେ ଭିଡ଼ ଜମାଉଥିଲେ। ଏବେ ବି ସେହି ପାଣି ଟାଙ୍କି ଏହି ମୈଦାନ ନିକଟରେ ଥିବାର ଦେଖିବାକୁ ମିଳିଥାଏ। ତା’ଛଡ଼ା ଏହି ମୈଦାନଟି ଏକଦା ମୁମ୍ବାଇରେ ଚାଲୁଥିବା ଟ୍ରାମ୍‌ଗୁଡ଼ିକର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଷ୍ଟେଶନ ଥିଲା।

ମୈଦାନର ବର୍ତ୍ତମାନ ଅବସ୍ଥା
ବର୍ତ୍ତମାନ ଏହି ମୈଦାନଟି ପାଞ୍ଚ ଭାଗରେ ବିଭକ୍ତ। ତନ୍ମଧ୍ୟରୁ ସବୁଠୁ ବଡ଼ ଭାଗଟି ଖେଳ ପଡିଆରେ ପରିଣତ ହୋଇଛି, ଯେଉଁଠାରେ ମୁଖ୍ୟତଃ କ୍ରିକେଟ୍‌ ଖେଳାଯାଇଥାଏ। ଆଉ ବର୍ଷାଦିନେ ଫୁଟ୍‌ବଲ ଓ ଭଲିବଲ୍‌ ଖେଳିବା ପାଇଁ ଯୁବପିଢିଙ୍କର ଏଠାରେ ବେଶ୍‌ ଭିଡ଼ ଜମେ। ସେହିପରି ଆଉ ଏକ ଭାଗରେ ଛୋଟ ଛୋଟ ଛୁଆମାନଙ୍କ ଖେଳିବା ପାଇଁ ଛୋଟ ଖେଳପଡିଆଟିଏ ରହିଛି। ବୟସ୍କଙ୍କ ବସାଉଠା ପାଇଁ ଅନ୍ୟ ଏକ ଭାଗରେ ପାର୍କଟିଏ ବି ଗଢାଯାଇଛି। ଅନ୍ୟପକ୍ଷେ ନିକଟରେ ଥିବା ଫେଲୋଶିପ୍‌ ସ୍କୁଲ୍‌ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବି ଏହି ମୈଦାନରେ ଗୋଟେ ଭାଗ ଛଡ଼ାଯାଇଛି। ଶେଷରେ ଆଉ ଏକ ଭାଗରେ ସ୍ମାରକୀ ସ୍ତମ୍ଭକୁ ସ୍ଥାନ ଦିଆଯାଇଛି। ଆଉ ଏହି ସ୍ମାରକୀ ସ୍ତମ୍ଭ ନିକଟରେ ପ୍ରତିବର୍ଷ ସେହି କ୍ରାନ୍ତିକାରୀ ଘଟଣାକୁ ସ୍ମରଣ କରି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଲୋକମାନଙ୍କର ଏଠାରେ ବେଶ୍‌ ଭିଡ଼ ଜମେ।

କେବେ ଓ କେମିତି ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲିବାକୁ ଯାଇହେବ। ତେବେ ଖାସ୍‌ କରି ବିଭିନ୍ନ ସ୍ମରଣୀୟ ଦିବସ ସମୟରେ ଏଠାକୁ ଗଲେ ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ଉପଭୋଗ କରିବାର ସୁଯୋଗ ମିଳିବ। ସେହିପରି ଏଠାକୁ ଯିବାପାଇଁ ବି ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ଗ୍ରାଣ୍ଟ ରୋଡ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ। ସେହିପରି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ରେ ବି ଆସି ସହଜରେ ଏହି ମୈଦାନ ନିକଟରେ ପହଞ୍ଚତ୍ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri