ଅଖାଦ୍ୟ ଖାଉଛନ୍ତି ପର୍ଯ୍ୟଟକ, ପ୍ରଶାସନ ନୀରବ

ପୁରୀ ଅଫିସ, ୨୯ା୬: ଘୋଷ ଯାତ୍ର।କୁ ଆଉ ୫ ଦିନ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସଜେଇ ହେଲାଣି ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼। ସମସ୍ତ ହୋଟେଲ, ଲଜ୍‌ ମଠ ମାନଙ୍କରେ ଜମିଲାଣି ଭକ୍ତଙ୍କ ଭିଡ଼। ଅନ୍ୟପଟେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କେତେକ ଅସାଧୁ ବ୍ୟବସାୟୀ ନିମ୍ନମାନର ଖାଦ୍ୟ ସାମ୍ରଗୀ ବିକ୍ରି କରି ପର୍ଯ୍ୟଟକଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି। ଫୁଟଫାତ୍‌ ଠାରୁ ହୋଟେଲ ସବୁଠି ଚାଲିଛି ପର୍ଯ୍ୟଟକଙ୍କୁ ଶୋଷଣ। ଏ ସମ୍ପର୍କରେ ଜାଣି ମଧ୍ୟ ପ୍ରଶାସନ ନୀରବ ରହିଛି। ଅନ୍ୟପଟେ ସହରରେ ଛତୁ ଫୁଟିବା ଖୋଲିଥିବା ଉଠା ଦୋକାନ, ଫାଷ୍ଟଫୁଡ ସେଣ୍ଟର ତଥା କେତେକ ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ କୌଣସି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ଏନେଇ ପୌର ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଚଢ଼ାଉ କରାଯାଇନାହିଁ। ବିଗତ ବର୍ଷ ଅଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ, ଭକ୍ତ ଅସୁସ୍ଥ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତ୍ତି ନ ଘଟିବ କିଏ କହିବ। ଅଥଚ ବର୍ତ୍ତମାନ ସୁଦ୍ଧା ପୌର ପ୍ରଶାସନ ପକ୍ଷରୁ କୌଣସି ଖାଦ୍ୟଷ୍ଟଲରେ ଚଢ଼ାଉ କରାଯାଇନାହିଁ। ପ୍ରକାଶ ଯେ, ବଡଦାଣ୍ଡର ଦୁଇ ପାର୍ଶ୍ୱ ରାସ୍ତାକଡରେ ବର୍ଷ ତମାମ ଫୁଟଫାତ୍‌ ଦୋକାନ, ଫାଷ୍ଟଫୁଡ ଦୋକାନରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିଲେ ବି, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥାଏ। କେବଳ ରଥଯାତ୍ରା ଆସିଲେ, ପୌର ପ୍ରଶାସନ ପକ୍ଷରୁ ପକ୍ଷରୁ ଲୋକ ଦେଖାଣିଆ ଭାବେ ବିଭିନ୍ନ ହୋଟେଲ, ଫୁଟଫାତ୍‌ ଦୋକାନରେ ମାନଙ୍କରେ ଚଢାଉ କରାଯାଏ। ସାମାଜିକ କର୍ମୀ ପ୍ରସନ୍ନ କୁମାର ଦାଶ କୁହନ୍ତି, ସହରର ବିଭିନ୍ନ ଗଳିକନ୍ଦିରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଛି। ବିଶେଷ କରି ଗୁଣ୍ଡିଚାମନ୍ଦିର ଠାରୁ ମରିଚିକୋଟ ଛକ, ବେଳାଭୂମି ନିକଟରେ ଶହ ଶହ ଉଠା ଦୋକାନ ରହିଛି। ଦୈନିକ ନିମ୍ନମାନର ପଚାସଢ଼ା ଖାଦ୍ୟ ପର୍ଯ୍ୟଟକ ମାନଙ୍କୁ ବିକ୍ରି କରାଯାଉଛି। ଏହା ଜାଣି ମଧ୍ୟ ପ୍ରଶାସନ ଚୁପ୍‌ ବସିଛି। ଯୁବନେତା ଆଶୁତୋଷ ମିଶ୍ର କୁହନ୍ତି, ବର୍ଷସାରା ବଡଦାଣ୍ଡର ରାସ୍ତାର ଦୁଇ ପାର୍ଶ୍ୱରେ ୫ଶହରୁ ଊର୍ଦ୍ଧ୍ୱ ଚାଉମିନ, ଫାଷ୍ଟଫୁଡ ସେଣ୍ଟର ମାନଙ୍କରେ ନିମ୍ନ ଖାଦ୍ୟ ବିକ୍ରି କରୁଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ ହେଉଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏନେଇ ଜିଲାପାଳ ବଲୱନ୍ତ ସିଂ କୁହନ୍ତି, ଖାଦ୍ୟଷ୍ଟଲ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୬ ଜଣ ଫୁଡ ଇନିସ୍‌ପେକ୍ଟର ଦାୟିତ୍ୱରେ ନିୟୋଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଚଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri