ଡାନିଶ୍‌ ସିଦ୍ଦିକିଙ୍କୁ ମରଣୋତ୍ତର ପୁଲିଜର

ନ୍ୟୁୟର୍କ,୧୧ା୫: ପରଲୋକଗତ ଫଟୋଜର୍ନାଲିଷ୍ଟ ଡାନିଶ ସିଦ୍ଦିକିଙ୍କ ସମେତ ୪ ଭାରତୀୟଙ୍କୁ ଫିଚର ଫଟୋଗ୍ରାଫି ବର୍ଗରେ ୨୦୨୨ ବର୍ଷ ଲାଗି ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟମାନେ ହେଲେ ସିଦ୍ଦିକିଙ୍କ ସହକର୍ମୀ ଆଦନାନ ଆବିଦି, ସନ୍ନା ଇର୍ଶାଦ ମାଟ୍ଟୁ ଏବଂ ଅମିତ୍‌ ଡାଭେ। ରଏଟର୍ସ ନ୍ୟୁଜ୍‌ ଏଜେନ୍ସି ପାଇଁ କାର୍ଯ୍ୟ କରୁଥିବା ଏହି ଫଟୋଜର୍ନାଲିଷ୍ଟମାନଙ୍କୁ ସୋମବାର ପୁଲିଜର ପୁରସ୍କାର ବିଜେତା ଘୋଷଣା କରାଯାଇଛି। ସେମାନେ ଭାରତରେ କୋଭିଡ୍‌ ମୃତ୍ୟୁ ଉପରେ ଉତ୍ତୋଳନ କରିଥିବା ଫଟୋ ଅନ୍ତରଙ୍ଗତା ଓ ବିପର୍ଯ୍ୟୟ ମଧ୍ୟରେ ଏକ ସନ୍ତୁଳନ ଚିତ୍ର ପ୍ରଦାନ କରିଥିଲା ବୋଲି ପୁଲିଜର ପ୍ରାଇଜ୍‌ ଓ୍ବେବ୍‌ସାଇଟରେ ଉଲ୍ଲେଖ କରାଯାଇଛି। ବ୍ରେକିଂ ନ୍ୟୁଜ୍‌ ଫଟୋଗ୍ରାଫି ବର୍ଗରେ ପ୍ରଦର୍ଶିତ ଉକ୍ତ ଫଟୋଗୁଡ଼ିକ ବିଚାରକଙ୍କୁ ପ୍ରଭାବିତ କରିଥିଲା। ୩୮ ବର୍ଷୀୟ ସିଦ୍ଦିକି ଗତବର୍ଷ ଜୁଲାଇରେ ନ୍ୟୁଜ୍‌ ଏଜେନ୍ସି ପାଇଁ ଆଫଗାନିସ୍ତାନରେ କାମ କରୁଥିବାବେଳେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ସେହି ସମୟରେ ସେ କାନ୍ଦାହାର ସହରର ସ୍ପିନ୍‌ ବୋଲ୍‌ଡାକ୍‌ ଜିଲାରେ ଆଫଗାନ ସେନା ଓ ତାଲିବାନ ମଧ୍ୟରେ ସଂଘର୍ଷର ଫଟୋ ସଂଗ୍ରହ କରୁଥିଲେ।
ସିଦ୍ଦିକି ଦ୍ୱିତୀୟ ଥର ପାଇଁ ପୁଲିଜର ପୁରସ୍କାର ବିଜୟୀ ହୋଇଛନ୍ତି। ୨୦୧୮ରେ ସେ ରଏଟର ଟିମ୍‌ ସହ ରୋହିଙ୍ଗ୍ୟା ସଙ୍କଟର ଚିତ୍ର ଉତ୍ତୋଳନ କରି ପୁରସ୍କୃତ ହୋଇଥିଲେ। ଏଥର ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ଆଫଗାନ ସଂଘର୍ଷ, ହଂକଂ ଆନ୍ଦୋଳନ ଏବଂ ଏସିଆ, ମଧ୍ୟପ୍ରାଚ୍ୟ ଓ ୟୁରୋପର ଅନେକ ବଡ଼ ଘଟଣାର ଫଟୋ ସଂଗ୍ରହ କରିଥିଲେ। ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ପରେ ୨୦୦୭ରେ ସେ ଜାମିଆର ଏଜେକେ ମାସ୍‌ କମ୍ୟୁନିକେଶନ ରିସର୍ଚ୍ଚ ସେଣ୍ଟରରୁ ଗଣଯୋଗାଯୋଗରେ ଡିଗ୍ରୀ ହାସଲ କରିଥିଲେ। ସିଦ୍ଦିକିଙ୍କ ସଫଳତାରେ ଆମେ ଗର୍ବିତ, ହେଲେ ତାଙ୍କୁ ମିସ୍‌ କରୁଛୁ ବୋଲି ତାଙ୍କ ବାପା ଅଖତର ସିଦ୍ଦିକି କହିଛନ୍ତି। ସେ ଦୁଃସାହସୀ ଓ ପେସାଦାର ଥିଲେ ଏବଂ ବିଶ୍ୱରେ ଦୁଃଖଯନ୍ତ୍ରଣା ପ୍ରତି ସହାନୁଭୂତିଶୀଳ ଥିଲେ ବୋଲି ଅଖତର ପୁଅଙ୍କ କାର୍ଯ୍ୟକୁ ମନେପକାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri