କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଗୋଟିଏ ସରଳରେଖାରେ ରହିବା ଯୋଗୁଁ ପୃଥିବୀ ପୃଷ୍ଠକୁ ସୂର୍ଯ୍ୟାଲୋକ ପଡ଼ିବ ନାହିଁ । ତେଣୁ ଦିନ ପାଲଟିଯିବ ରାତି । ଏହି ସଂପୂର୍ଣ୍ଣ ସୂର୍ଯ୍ୟୋପରାଗକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ରହିଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଗୁଜବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ଭିତରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଗୁଜବ ଘୂରି ବୁଲୁଛି ଯେ ସୂର୍ଯ୍ୟୋପରାଗ ବେଳେ ୭.୩ ସେକେଣ୍ଡ ପାଇଁ ଜିରୋ ଗ୍ରାଭିଟି ହୋଇଯିବ ଅର୍ଥାତ୍ ୭.୩ ସେକେଣ୍ଡ ପାଇଁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଶୂନ ହୋଇଯିବ । ଏଭଳି ଏକ ସ୍ଥିତି ସୃଷ୍ଟି କରିବା ପାଇଁ ବର୍ଷେ ହେଲା ନାସା କାଳେ ଅଭିଯାନ ଚଳାଇଥିଲା ଆଉ କାଲି ସେଇ ସମୟ ଆସୁଛି ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯଦିଓ ଆମେ ସମସ୍ତେ ଜାଣିଛେ ଯେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କେବେ ବି ଶୂନ ହୋଇପାରିବ ନାହିଁ । ଜିରୋ ଗ୍ରାଭିଟିର କୌଣସି ବୈଜ୍ଞାନିକ ଆଧାର ବି ନାହିଁ । ଏଭଳି କଳ୍ପନାଭିତ୍ତିକ ପରିସ୍ଥିତି କେବେ ପ୍ରକୃତରେ ଘଟିପାରିବ ନାହିଁ କିନ୍ତୁ ମାଧ୍ୟାକର୍ଷଣ ଶକ୍ତି ଶୂନ ହୋଇଗଲେ, ପୃଥିବୀରେ କେଉଁ ପ୍ରକାର ପରିବର୍ତ୍ତନ ହୋଇପାରେ ଆସନ୍ତୁ ଜାଣିବା ।

ମାଧ୍ୟାକର୍ଷଣ ଶୂନ ହେଲେ କ’ଣ ହେବ? ମଣିଷ ଓ ବସ୍ତୁ ଓଜନହୀନ ହୋଇଯିବେ, ମଣିଷମାନେ ଭାସିବା ଭଳି ଅନୁଭବ କରିବେ, ସମସ୍ତ ସାମଗ୍ରୀ ଭାସମାନ ଅବସ୍ଥାକୁ ଚାଲିଯିବେ, ନଦୀ-ସମୁଦ୍ରର ପାଣି ପୃଥିବୀ ପୃଷ୍ଠରେ ରହିପାରିବ ନାହିଁ, ପାଣି ଉପରକୁ ଉଠି ବିକ୍ଷିପ୍ତ ଭାବେ ଛିଟିକି ଯାଇପାରେ, ପୃଥିବୀର ବାୟୁମଣ୍ଡଳ ଉପରକୁ ବିସ୍ତାରିତ ହୋଇପାରେ ଓ
ମଣିଷ, ପାଣି, ବାୟୁ, ଢିଲା ବସ୍ତୁରେ ଭୟଙ୍କର ଅସ୍ଥିରତା ଆସିପାରେ।

ବୈଜ୍ଞାନିକ ଅନୁସନ୍ଧାନ କୁହେ, ପୃଥିବୀ ସ୍ବଳ୍ପ ସମୟ ପାଇଁ ମାଧ୍ୟାକର୍ଷଣ ଶକ୍ତି ଶୂନ୍ୟ ହେଲେ ଯେତିକି ବିପଦ, ମାଧ୍ୟାକର୍ଷଣ ଫେରିବା ସମୟ ତାଠାରୁ ଆହୁରି ବିପଜ୍ଜନକ କାରଣ ଭାସମାନ ଅବସ୍ଥାରେ ରହିଥିବା ମଣିଷ, ପାଣି, ବସ୍ତୁ, ବାୟୁ ମାଧ୍ୟାକର୍ଷଣ ଶକ୍ତି ଫେରିଲେ ପୃଥିବୀ ପୃଷ୍ଠକୁ ତ୍ବରିତ ବେଗରେ ଖସିବେ । ଆଉ ସେତେବେଳେ ଭୟଙ୍କର ଘର୍ଷଣ, ପାଣିର ଚଳନ, ଧୂଳି ଓ ବାୟୁର ଅସମ୍ଭବ ଅସ୍ଥିରତା ଅକଳ୍ପନୀୟ ଅଘଟଣ ଘଟାଇପାରେ । ତେବେ ନାସା ପକ୍ଷରୁ ଏକଥା ସ୍ପଷ୍ଟ କରିଦିଆଯାଇଛି ଯଏ କୌଣସି ପରିସ୍ଥିତିରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଶୂନ ହୋଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?