‌କଟକଣାରେ ପାଳନ ହେଲା ଓଡ଼ିଆ ନବବର୍ଷ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା କଟକଣା ମଧ୍ୟରେ ବୁଧବାର ରାଜଧାନୀରେ ପାଳନ ହୋଇଛି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି। ଘରେ ଘରେ ଲୋକେ ପଣା ସଂକ୍ରାନ୍ତି ସହ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ କରିଛନ୍ତି। ତେବେ କରୋନା ସଂକ୍ରମଣ ପାଇଁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଶ୍ରୀ ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଆଦି ପ୍ରମୁଖ ମନ୍ଦିର ବାହାରୁ ହିଁ ଶ୍ରଦ୍ଧାଳୁ ମୁଣ୍ଡିଆ ମାରି ଫେରିଥିଲେ। ତେବେ କେତେକ ମନ୍ଦିରରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁମାନେ କରୋନା କଟକଣାକୁ ମାନି ମାସ୍କ ପରିଧାନ କରି ସାମାଜିକ ଦୂରତା ସହ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ମନ୍ଦିରରେ ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଟ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଉଥିଲା। ସେହିପରି ସହରର ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ଆୟୋଜିତ ହୋଇଥିଲା। କରୋନା ପାଇଁ ଦୁଇବର୍ଷ ହେଲା ଓଡ଼ିଆ ନବ ବର୍ଷ ପାଳନ ଫିକା ପଡ଼ିଥିଲା।
ପଣାରେ ମହକିଲା ରାଜଧାନୀ
ପରମ୍ପରା ଅନୁସାରେ ରାଜଧାନୀର ଘରେ ଘରେ ପଣା ପ୍ରସ୍ତୁତ କରାଯିବା ସହ ବୃନ୍ଦାବତୀଙ୍କ ସ୍ବତନ୍ତ୍ର ପୂଜାବିଧି ପୂରଣ କରାଯାଇଥିଲା। କେତେକ ମନ୍ଦିର ପରିସରରେ କରୋନା କଟକଣାକୁ ମାନି ଶୃଙ୍ଖଳାର ସହ ପଣା ବଣ୍ଟନ କରାଯାଇଥିଲା। ସେହିଭଳି ସାମାଜିକ କର୍ମୀମାନେ ଜଳଛତ୍ର ଓ ପଣା ବଣ୍ଟନ କରୁଥିବା ମଧ୍ୟ ନଜରକୁ ଆସିଥିଲା।
ମନ୍ଦିରରେ କଟକଣା ଯାଞ୍ଚ, ପଣା ବଣ୍ଟନ ବନ୍ଦ
ସଂକ୍ରମଣକୁ ଏଡ଼ାଇବା ପାଇଁ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ଭିଡ଼କୁ ଦୃଷ୍ଟିରେ ରଖି ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବିଭିନ୍ନ ମନ୍ଦିରରେ ଚଢ଼ାଉ କରାଯାଇଥିଲା। ଲିଙ୍ଗରାଜ ମନ୍ଦିର, କପିଲେଶ୍ୱର ମନ୍ଦିର, ତାରିଣୀ ମନ୍ଦିର, ୟୁନିଟ-୧ ହନୁମାନ ମନ୍ଦିର, ଶହୀଦନଗରସ୍ଥିତ ବିଷ୍ଣୁ ମନ୍ଦିରରେ ଚଢ଼ାଉ କରାଯାଇ କୋଭିଡ୍‌ କଟକଣା ଯାଞ୍ଚ କରାଯାଇଥିଲା। ଏଥିସହ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଥିବା ୨୫ରୁ ଊର୍ଦ୍ଧ୍ୱ ଜଳଛତ୍ର ଓ ପଣା ବଣ୍ଟନ ଷ୍ଟଲ୍‌ରେ ପହଞ୍ଚତ୍ ମାନ ଯାଞ୍ଚ କରିଥିଲା। ଏଥିସହ ପ୍ରଦର୍ଶନୀ ପଡ଼ିଆ ଓ ବାପୁଜୀ ନଗରରେ ଚଢ଼ାଉ କରି କୋଭିଡ୍‌ କଟକଣା ଉଲ୍ଲଂଘନ ହେଉଥିବାରୁ ପଣା ବଣ୍ଟନକୁ ବନ୍ଦ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri