୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୯.୩୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଜ୍ୟ ସଭାରେ ସାଂସଦଙ୍କ ଦ୍ୱାରା ଆଗତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସୀତାରାମନ୍‌ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକର ଖରାପ ଋଣ ବା ଅନାଦାୟ ଋଣ ସମସ୍ୟାର ସମାଧାନ ଲାଗି ସରକାର ସମନ୍ବିତ ୪ଆର୍‌ ଷ୍ଟ୍ରାଟେଜି ଆପଣାଇଛନ୍ତି। ସେଗୁଡ଼ିକ ହେଲା ଏନ୍‌ପିଏର ରେକଗନାଇଜେଶନ ବା ଚିହ୍ନଟ କରିବା, ରିଜଲ୍ୟୁଶନ ଅର୍ଥାତ୍‌ ସମାଧାନ କରିବା, ରିକଭରୀ ଅର୍ଥାତ ଋଣ ଆଦାୟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନଃପୁଞ୍ଜିକରଣ ବା ରିକାପିଟାଲାଇଜେଶନ। ଆର୍‌ବିଆଇ ତଥ୍ୟ ଅନୁଯାୟୀ,୨୦୧୮ ମାର୍ଚ୍ଚରେ ଏନ୍‌ପିଏ ପରିମାଣ ୧୦,୩୬,୧୮୭ କୋଟି ଟଙ୍କାର ସର୍ବାଧିକ ସ୍ତର ଛୁଇଁଥିଲା। ଏହାପରେ ନୂଆ ପଦକ୍ଷେପ ମାନ ଗ୍ରହଣ କରାଯିବା ପରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏଥିରେ ୧,୦୨,୫୬୨ କୋଟି ଟଙ୍କା ହ୍ରାସ ପାଇ ୯,୩୩,୬୨୫ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୀତାରାମନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଦ୍ୱାରା ସଞ୍ଚୟ ହେବ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ,୪।୬: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭାରତୀୟ ସଡ଼କଗୁଡିକୁ ସାଇକେଲ ଲାଗି ଅନୁକୂଳ କରିବା ଲାଗି ଯୋଜନା ହେଉଛି। କାରଣ ଲକ୍‌ଡାଉନ ଯୋଗୁ ଲୋକମାନେ ପୁଣି ଥରେ...

୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌

ନୂଆଦିଲ୍ଲୀ,୧୩-୧୦: ଚଳିତ ମାସ ୨୨ରୁ ନୂଆ ଜିଏସ୍‌ଟି ଫାଇଲିଂ ଇଣ୍ଟରଫେସ୍‌ କାର୍ଯ୍ୟକ୍ଷମ ହେବ। ଜିଏସ୍‌ଟି ଫାଇଲିଂ ବ୍ୟବସ୍ଥାକୁ ଆହୁରି ସରଳୀକରଣ କରିବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା...

୫୪,୫୩୮ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା...

କୋଲ ଇଣ୍ଡିଆକୁ ଭାଙ୍ଗି ଗଠନ ହେବ ୫ କମ୍ପାନୀ

ନୂଆଦିଲ୍ଲୀ,୧୮-୭: କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ୱର ସର୍ବବୃହତ କୋଇଲା କମ୍ପାନୀ କୋଲ୍‌ ଇଣ୍ଡିଆ ଲିମିଟେଡକୁ ଭାଙ୍ଗି ୫ କମ୍ପାନୀ ଭାବେ ଏହାକୁ ଷ୍ଟକ ଏକ୍ସଚେଞ୍ଜରେ...

ଜିଡିପି ଅନୁମାନ ହ୍ରାସ କଲା ଆର୍‌ବିଆଇ

ମୁମ୍ବାଇ,୮-୮: ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା ଘାରିଛି ବୋଲି ସ୍ବୀକାର କରି ରିଜର୍ଭ ବ୍ୟାଙ୍କ ଜିଡିପି ଅନୁମାନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି...

ରିଲାଏନ୍ସ ରିଟେଲରେ ୫୫୩୧ କୋଟି ନିବେଶ କଲା ଆଡିଆ

ମୁମ୍ବାଇ:ଆବୁଧାବି ଇନ୍‌ଭେଷ୍ଟମେଣ୍ଟ ଅଥରିଟି(ଆଡିଆ) ରିଲାଏନ୍ସ ରିଟେଲରେ ନିବେଶ ଲାଗି ଆଗେଇ ଆସିଛି। ଏହି କମ୍ପାନୀ ୫,୫୧୩ କୋଟି ନିବେଶ କରିବ। ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ରିଟେଲରେ...

ନାଲ୍‌କୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର,୭-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ...

୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ, ୧୦।୯: ସେପ୍ଟେମ୍ବର ୧୨ରୁ ଯାତ୍ରା ଆରମ୍ଭ କରୁଥିବା ନୂଆ ୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ଟିକଟ ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତୀୟ...

Coronavirus Update

Archives

Model This Week

Why Dharitri