୫ ହଜାର ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ଆବଶ୍ୟକ ଶିକ୍ଷକ: ୯୦ ଅଧ୍ୟାପକ ପଦବୀରୁ ୫୫ ଖାଲି

ବ୍ରହ୍ମପୁର ଅଫିସ, ୧୧ା୯- ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଏବେ ଗୁରୁତ୍ୱ ହରାଇବାକୁ ବସିଛି ା ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବାରୁ ମହାବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ା ବିଗତ ଦିନରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା ପରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏହାକୁ ବହୁ ପଛକୁ ନେଇଯାଇଥିବା ଅଭିଯୋଗ ହୋଇଛି ା ବର୍ଷର ଦ୍ୱନ୍ଦ୍ୱ ପରେ ଖଲ୍ଲିକୋଟ ମହାବିଦ୍ୟାଳୟ କ୍ୟାମ୍ପସରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିବାଦ ଯୋଗୁ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ହୋଇ ପାରି ନ ଥିବାରୁ ଏବେ ଅଧ୍ୟାପକ ମରୁଡି ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଯାହା ଶିକ୍ଷାର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ସୂଚନା ପ୍ରକାରେ, ଉକ୍ତ ମହାବିଦ୍ୟାଳୟକୁ ୨୦୧୫ ମେ ମାସରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲା ା ପରବର୍ତ୍ତୀ ସମୟରେ ଘୋଷଣା କରାଯାଇଥିବା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦର୍ଶାଯିବା ଫଳରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା ା ଗୋଟିଏ ପଟେ ଖାଲିଥିବା ପଦବୀ ପୂରଣ ହୋଇ ନ ଥିବା ବେଳେ ବିଶ୍ୱବିଦ୍ୟାଳୟ ଘୋଷଣା ଓ ଦ୍ୱନ୍ଦ୍ୱ ଯୋଗୁ ୨୦୧୬ରେ ମହାବିଦ୍ୟାଳୟରେ ନୂତନ ଭାବେ ସୃଷ୍ଟି ହେବାକୁ ଥିବା ୪୦ ଅଧ୍ୟାପକ ପଦବୀ ପୂରଣ ନ ହୋଇ ବନ୍ଦ ହୋଇଯାଇଛି। ଏପରିକି ଗତ ୪ ବର୍ଷ ଧରି ୟୁଜିସିରେ ମହାବିଦ୍ୟାଳୟ ନାମ ରେଜିଷ୍ଟ୍ରେଶନ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି ା ବର୍ତ୍ତମାନ ୧୮ ବିଭାଗ ରହିଥିବା ବେଳେ ସେଥିରୁ ୧୬ଟିରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। କିନ୍ତୁ ଅନେକ ବିଭାଗରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି। ୧୮ ବିିଭାଗ ପାଇଁ ମୋଟ ୯୦ ଅଧ୍ୟାପକ ପଦବୀ ରହିଥିବା ବେଳେ ୫୫ ପଦବୀ ଖାଲିପଡିଛି। ସେଥିରୁ କମ୍ପ୍ୟୁଟର ସାଇନ୍ସ, ଅର୍ଥନୀତି, ହିନ୍ଦୀ, ଷ୍ଟାଟିଷ୍ଟିକ୍ସରେ ଅଧ୍ୟାପକ ପଦବୀ ସମ୍ପୂର୍ଣ୍ଣ ଖାଲି ପଡିଛି। ଏହା ବ୍ୟତୀତ ଅନ୍ୟାନ୍ୟ ବିଭାଗରେ ଅଧାରୁୁ ଅଧିକ ପଦବୀ ଖାଲି ପଡିଛି ା ଏହାବ୍ୟତୀତ ୨୦୧୩ରୁ ସୃଷ୍ଟି ହୋଇଥିବା ୧୧ ପ୍ରଫେସର ପଦବୀ ମଧ୍ୟ ଏଯାଏ ଖାଲି ପଡିଛି। ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ୨୦୧୬ରେ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ପଠାଯାଇଥିବା କୁହାଯାଇଛି ା ଚଳିତ ବର୍ଷ ସମସ୍ତ ମହାବିଦ୍ୟାଳୟରେ ଖାଲିଥିବା ପଦବୀରେ ଅଧ୍ୟାପକ ନିଯୁକ୍ତି ହୋଇଥିବା ବେଳେ ଖଲ୍ଲିକୋଟ ମହାବିଦ୍ୟାଳୟକୁ ଏଥିରୁ ବାଦ ଦିଆଯାଇଥିବା ଜଣାପଡିଛି। ବର୍ତ୍ତମାନ ଏଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି ା ଚଳିତ ବର୍ଷ ପ୍ରାୟ ୧୮୦୦ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି ା କିନ୍ତୁ ଏଠାରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ଯୋଗୁ ଏବେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ା ତୁରନ୍ତ ଖାଲିଥିବା ପଦବୀ ପୂରଣ ଦେଇ ବିଭିନ୍ନ ମହଲରେ ଦାବି ହୋଇଛି ା ଏ ସମ୍ପର୍କରେ ଅଧ୍ୟକ୍ଷା ଉତ୍ତମା ଜେନାଙ୍କୁ ପଚାରିବାରୁ ଅଧ୍ୟାପକ ନିଯୁକ୍ତି ସମ୍ପର୍କରେ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri