୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଶୋଇବା ପାଇଁ କର୍ମଚାରୀଙ୍କୁ ଦିଆଯାଉଛି ଲକ୍ଷେ ଟଙ୍କା। କିନ୍ତୁ ଏଥିପାଇଁ ଆପଣ ଚୟନ ହେବା ଆବଶ୍ୟକ। ତେବେ ଏହି ଖବର ବିଦେଶରେ ନୁହେଁ ବରଂ ଭାରତର। ଆଜ୍ଞା ହଁ, ଶୁଣିବାକୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ସତ। କର୍ମଚାରୀଙ୍କ ପାଇଁ ଏଭଳି ଅଫର୍‌ ଆଣିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଅନ୍‌ଲାଇନ୍‌ ଫର୍ମ ଓ୍ବେକ୍‌ଫିଟ୍‌। ଅନ୍‌ଲାଇନ ସ୍ଲିପ୍‌ ସଲ୍ୟୁସନ୍‌ ଫର୍ମ ନିଜର ଏହି ପ୍ରୋଗ୍ରାମକୁ ଓ୍ବେକ୍‌ଫିଟ୍‌ ସ୍ଲିପ୍‌ ଇନ୍‌ଟର୍ଣ୍ଣସିପ୍‌ର ନାଁ ଦେଇଛି। ଆଉ ଏହି କାର୍ଯ୍ୟ ପାଇଁ କମ୍ପାନୀ ପକ୍ଷରୁ କିଛି ନିୟମ ଓ ସର୍ତ୍ତାବଳୀ ରଖାଯାଇଛି। ପ୍ରଥମେ ଏହି ଇନ୍‌ଟର୍ଣ୍ଣସିପ୍‌ ପାଇଁ ମାତ୍ର କେତେଜଣ ଲୋକଙ୍କୁ ଚୟନ କରାଯିବ। ଏହାପରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଛଣା ଉପରେ କର୍ମଚାରୀଙ୍କୁ ଶୋଇବାକୁ ପଡ଼ିବ। ଏଥିସହ ପ୍ରତିଦିନ ଆପଣଙ୍କୁ କିଭଳି ନିଦ ହେଲା, ଭଲ ନା ଖରାପ୍‌ ସେନେଇ ମଧ୍ୟ ସୂଚନା ଦେବାକୁ ପଡ଼ିବ।

କେବଳ ସେତିକି ନୁହେଁ, ପ୍ରଥମେ କମ୍ପାନୀ ଶୋଇବା ପାଇଁ କିଛି ଲୋକଙ୍କୁ କାଉନସିଲ୍‌ କରିବ। ତା’ପରେ ସେମାନଙ୍କର ଶୋଇବା ଶୈଳୀକୁ ଟ୍ରାକ୍‌ କରିବ। ଏହାପରେ ସେମାନଙ୍କୁ ଏକ୍ସପର୍ଟଙ୍କ ପରାମର୍ଶ ମଧ୍ୟ ଦିଆଯିବ। ଯେଉଁମାନେ ଶୋଇବାକୁ ଯିବେ ସେମାନଙ୍କର ନିଦର ରେକର୍ଡ କରାଯିବା ସହ ଶୋଇବା ଶୈଳୀ ଉପରେ ନଜର ମଧ୍ୟ ରଖାଯିବ। ଏଥିସହ ବିଜେତାଙ୍କୁ ସ୍ଲିପ୍‌ ଟ୍ରାକର ବି ଦିଆଯିବ। ତେବେ କମ୍ପାନୀ ନିୟମ ଅନୁଯାୟୀ ଏହି ସ୍କିମ୍‌ରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଶହେ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୯ଘଣ୍ଟା ଶୋଇବାକୁ ପଡ଼ିବ। ଆଉ ଏଥିପାଇଁ ସେହିମାନଙ୍କୁ ଚୟନ କରାଯିବ ଯେଉଁମାନେ ନିଦଠାରୁ ଆଉ କୌଣସି ଜିନିଷକୁ ଅଧିକ ଗୁରୁତ୍ୱ ଦେଇ ନ ଥାନ୍ତି। ଆଜିକାଲି ପ୍ରତିଦ୍ୱନ୍ଦିତା ସମୟରେ ସମସ୍ତେ କେବଳ ଦୌଡୁଛନ୍ତି। କାହାକୁ ଟିକେ ବିଶ୍ରାମ ନେବାକୁ ସମୟ ନାହିଁ। କାଳେ ବିଶ୍ରାମ ନେଲେ ଆଉ କିଏ ଆଗକୁ ପଳାଇବ। ଦୈନନ୍ଦିନ ଜୀବନରେ କାର୍ଯ୍ୟ ବ୍ୟସ୍ତତା ଓ ଚିନ୍ତା ଯୋଗୁ ବହୁ ଲୋକ ଭଲଭାବେ ଶୋଇ ପାରୁନାହାନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ୁଛି। ଏଥିପାଇଁ ଉକ୍ତ କମ୍ପାନୀ ଏହି ଇନ୍‌ଟର୍ଣ୍ଣସିପ୍‌ ପ୍ରୋଗ୍ରାମ ନେଇ ଆସିଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଲୋକମାନେ ଭଲଭାବେ ବିଶ୍ରାମ ବି ନେବେ ଆଉ ତାଙ୍କୁ କାମ କି ଘର ମଧ୍ୟ ଛାଡିବାକୁ ପଡ଼ିବ ନାହିଁ। ତା’ସହ ମୋଟା ଅଙ୍କର ଦରମା ମଧ୍ୟ ପାଇପାରିବେ। ଯଦି ଆପଣ ଏହି ଇନ୍‌ଟର୍ଣ୍ଣସିପ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ କମ୍ପାନୀର ଓ୍ବେବସାଇଟ https://www.wakefit.co/sleepintern କୁ ଯାଇ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟଦେବୀ ଥିଲେ ମା’ ଭଗବତୀ

ଅନେକ ଇତିହାସକାର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଗଙ୍ଗବଂଶ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ବୋଲି ସମ୍ଭାବନା କରିଛନ୍ତି। ‘ବାୟା ଚକଡ଼ା’ ଅନୁଯାୟୀ ଗଜପତି ନରସିଂହ ଦେବଙ୍କ...

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ ମହିଳା

ଥିରୁଭାନନ୍ତପୁରମ,୭।୩: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ କେରଳର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରସ୍ତୁତ ହୋଇଛନ୍ତି। ମାର୍ଚ୍ଚ ୮ ରବିବାର...

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ...

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ।...

ନଦୀକୁ ଖସିଲା ଟ୍ରେନ୍‌

ଭୋପାଳ,୧୦।୭: ମଧ୍ୟପ୍ରଦେଶର ଅନୁପପୁର ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଏକ ମାଲବାହୀ ଟେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୯ ବଗି ବିଶିଷ୍ଟ କୋଇଲା ବୋଝେଇ ଟ୍ରେନ୍‌...

‘ଆମେ ଜିତିଲୁ, ଭାଜପା ବିଧାୟକଙ୍କୁ କିଣିନେଲା’

ଭୋପାଳ,୨୩।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମଧ୍ୟପ୍ରଦେଶରେ ଅଛି। ଏଠାରେ ସେ ବୁରହାନପୁରରେ ଏକ ରାଲିରେ ସମ୍ବୋଧିତ କରି ଭାଜପାକୁ...

ପୋରବନ୍ଦରରୁ ୫ ସନ୍ଦିଗ୍ଧଙ୍କୁ ଗିରଫ କଲା ଗୁଜରାଟ ଏଟିଏସ

ପୋରବନ୍ଦର,୧୦।୬: ଗୁଜୁରାଟର ଏଟିଏସ ଟିମ ପୋରବନ୍ଦରରେ ଏକ ବଡ ଅପରେସନରେ ସଫଳତା ପାଇଛନ୍ତି। ଏଟିଏସ ଆଇଏସ ମଡ୍ୟୁଲ ପର୍ଦ୍ଦାଫାଶ କରିବାକୁ ଯାଇ ପୋରବନ୍ଦରରୁ ଜଣେ ମହିଳାଙ୍କ...

ଆର୍‌ଜେଡି ବିଧାୟକଙ୍କ ବିରୋଧରେ ଚାର୍ଜଶିଟ୍‌

ଆରା,୯ା୨(ପି.ଟି.): ନାବାଳିକା ବଳାତ୍କାର ମାମଲାରେ ଫେରାର ଥିବା ଆର୍‌ଜେଡି ବିଧାୟକ ଅରୁଣ ଯାଦବଙ୍କ ବିରୋଧରେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ସନ୍ଦେଶ...

Advertisement
Archives

Model This Week