୮ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକଅଫିସ,୩୧ା୫: ରବିବାର ସକାଳୁ ଚରମ୍ପା ଓଭରବ୍ରିଜ ନିକଟରୁ ୮୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ।
ସୂଚନାନୁଯାୟୀ, ଧଳା ଜହର କାରବାର ଭଦ୍ରକ ଜିଲାରେ ବ୍ୟାପକ ମାତ୍ରା ଚାଲିଛି । ଏହାକୁ ନଜରରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ସମ୍ପୂର୍ଣ୍ଣ ବ୍ରାଉନ ସୁଗାର ବେପାରୀଙ୍କ ଉପରେ ନଜର ରଖିଥିଲା। ଫଳରେ ଆଜି ଧରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ଏକ ବାଇକ୍‌ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ୍‌ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରି ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନ୍‌ ସୁଗାର ସହ ବାଇକ ଜବତ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦୁଇଜଣ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଭଦ୍ରକ ଓ ଯାଜପୁର ଜିଲାରେ ବ୍ୟବସାୟ କରୁଥିଲେ। ଲକ୍‌ଡାଉନ୍‌ ବେଳେ ମଦ ଦୋକାନ ବନ୍ଦ ଥିବାରୁ ଏମାନେ ଅଧିକ ସକ୍ରିୟ ହୋଇଥିଲେ ବୋଲି କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅବକାରୀ ନିରୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ୬ରୁ ଅପରାହ୍ନ ୫ ଦୋକାନ ଖୋଲା

ଖୋର୍ଦ୍ଧା ଅଫିସ,୩।୮ ଖୋର୍ଦ୍ଧା, ଜଟଣୀ ପୌର ପରିଷଦ ଏବଂ ବାଣପୁର ଓ ବାଲୁଗାଁ ଏନଏସିର ବ୍ୟବସାୟୀ ସଂଘ ସହିତ ରବିବାର ଜିଲାପାଳ ଶୀତାଂଶୁ କୁମାର ରାଉତ...

ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି...

ଫାଇଲ୍‌ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା ଅଫିସ,୧୩ା୪: କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ୍‌ ସଫେଇକୁ ଗୁରୁତ୍ୱ ଦିଆଯାଉଥିବା ବେଳେ...

ଓଡ଼ିଶାରେ ପାକିସ୍ତାନ ଲିଙ୍କ୍‌, ତଥ୍ୟ ଦେଇ ବନ୍ଧାହେଲେ ୩

ଭୁବନେଶ୍ୱର/ନୟାଗଡ଼,୧୪ା୫(ବ୍ୟୁରୋ/ଡି.ଏନ୍‌.ଏ.): ଓଟିପି ଶେୟାରିଂ ସ୍କାମ୍‌ ନେଇ ଏସ୍‌ଟିଏଫ୍‌ ଚଢ଼ାଉ କରି ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ...

କୁଶୁନୁପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ

ପଟ୍ଟାମୁଣ୍ଡାଇ,୩।୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ...

ମୌସୁମୀ ବର୍ଷାରେ ବେହାଲ ନୟାଗଡ଼ ସହର: ହଇରାଣ ହେଉଛନ୍ତି ଦୁଇସାହି ବାସିନ୍ଦା

ନୟାଗଡ଼ ଅଫିସ,୨୩ା୬- ଦୁଇଦିନ ଧରି ହୋଇଥିବା ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ୍‌ ହୋଇଛି ନୟାଗଡ଼ ସହର। ବିଶେଷ କରି ରତନପୁର ଓ ଲୋକନାଥ ନଗର ବାସିନ୍ଦା...

ଓଡ଼ିଶା ଆଶ୍ରମ ବିଦ୍ୟାଳୟରେ ବିଦ୍ୟୁତ୍‌ କାଟିଲା ଆନ୍ଧ୍ର

ପଟ୍ଟାଙ୍ଗି, ୨୦।୪: (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଦାବି କରୁଥିବା ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି...

Advertisement
Archives

Model This Week