୮ ମାସର ଶିଶୁପୁତ୍ରକୁ ଚେଙ୍କ

ଉମରକୋଟ,୬ା୨(ଡି.ଏନ.ଏ): ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଚେଙ୍କ ନ ଦେଇ ଆବଶ୍ୟକ ଚିକିତ୍ସା କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ତଥାପି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ ଶିଶୁଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦିଶାରୀ ଓ ଗୁଣିଆ ପାଖକୁ ନେଇ ଚେଙ୍କ ଚିକିତ୍ସା କରୁଛନ୍ତି। ଏଭଳି ଚେଙ୍କ ଚିକିତ୍ସା କରାଯାଇ ଏକ ୮ ମାସର ଶିଶୁପୁତ୍ରଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଛତିଶଗଡ ରାଜ୍ୟ ମାଙ୍କଡି ପଞ୍ଚାୟତ ବଡଗାଁର ଶ୍ରୀରାମ ରାଠୋର ଓ ସଂଯୁକ୍ତାଙ୍କ ୮ ମାସର ଶିଶୁପୁତ୍ରକୁ କିଛି ଦିନ ତଳେ ଜ୍ୱର ହୋଇଥିଲା। ଶିଶୁଟିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଜେଜେମା’ କଚିଲାବାଈ ଗଣ୍ଡ ଶିଶୁପୁତ୍ର ପେଟରେ ୩ଟି ଚେଙ୍କ ଦେଇଥିଲେ। କିନ୍ତୁ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଚିକିତ୍ସା ପାଇଁ ମା’ ଓ ବାପା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଶିଶୁପୁତ୍ରଟି ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପୀ ଅଶୋକଙ୍କ ଅଭିନବ କଳାକୃତି

ପୁରୀ ଅଫିସ ୧୭ା୩: ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ ମହାପାତ୍ର ଏକ ଅଭିନବ କଳାକୃତି ନିର୍ମାଣ କରିଛନ୍ତି। ସେ କାଠରେ କାରୁକାର୍ଯ୍ୟ ନିର୍ମାଣ କରି ୨୦୦୩ରେ...

‘ପିଏମ୍‌ ପୋଷଣ’ ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୧୭।୩(ବ୍ୟୁରୋ):୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପିଏମ୍‌ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ...

ଗୟଳ ଶିକାର: ଜଣଙ୍କୁ ଅଟକ ରଖିଛି ବନ ବିଭାଗ

ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ...

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି...

ମାହାଙ୍ଗା ଗଣହତ୍ୟା ମାମଲା: ଆଜି ସରିବ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ମାହାଙ୍ଗା,୧୬।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କ ଶନିବାର ରିମାଣ୍ଡ ଅବଧି ସରୁଛି। ହତ୍ୟାକାଣ୍ଡ ଉପରେ ପଚରାଉଚରା ଜାରି...

ଗୋଳାବାରୁଦ କାରଖାନା ନିଗମୀକରଣକୁ ବିରୋଧ

ସଇଁତଲା, ୨୦ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୱାକର୍‌ସର ୟୁନିୟନ ନଗମୀକରଣକୁ ବିରୋଧ କରିଛି। ଏଥିସହ ୟୁନିଅନ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ୧୨ଘଣ୍ଟାକୁ ବୃଦ୍ଧି...

ମହାନଦୀ ଗର୍ଭରେ ଠାବ ହୋଇଛି ଗୋପୀନାଥ ମନ୍ଦିର: ପୁନଃଉଦ୍ଧାର ସହ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୮।୬(ବ୍ୟୁରୋ): ନୟାଗଡ଼ ଜିଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ମହାନଦୀ ଗର୍ଭରେ ଠାବ ହୋଇଥିବା ୫ଶହ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର ସହ...

ଫାଣ୍ଡି ଭିତରେ ଗୁଳିକରି ଆତ୍ମହତ୍ୟା କଲେ ଯବାନ

ମାଲକାନଗିରି/କାଲିମେଳା,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ପଟେରୁଠାରେ ନିୟୋଜିତ ଥିବା ଜଣେ ଓଏସ୍‌ଏପି ଯବାନ ଶନିବାର ଫାଣ୍ଡି ଭିତରେ ନିଜ ସର୍ଭିସ୍‌ ବନ୍ଧୁକରୁ ନିଜକୁ...

Advertisement
Archives

Model This Week