୮% ଜିଡ଼ିପି ବୃଦ୍ଧି ଜରୁରୀ: ରଙ୍ଗରାଜନ

ହାଇଦ୍ରାବାଦ,୧୩।୭: ଆସନ୍ତା ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଦେଶକୁ ୮% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ଏଥିସହିତ ଏ ଦିଗରେ ସ୍ପଷ୍ଟ ରୂପରେଖ ଜାରି କରିବା ମଧ୍ୟ ଜରୁରୀ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ ଶୁକ୍ରବାର ପ୍ରକାଶ କରିଛନ୍ତି।
ଏଠାରେ ଆଇସିଏଫ୍‌ଏଆଇର ଫାଉଣ୍ଡେଶନ ଫର୍‌ ଏଜୁକେଶନର ୯ମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ରଙ୍ଗରାଜନ କହିଛନ୍ତି ଯେ, ଆର୍ଥିକ ଅଭିବୃଦ୍ଧିକୁ ଦ୍ରୁତ ଗତିରେ ଆଗେଇ ନେବା ଲାଗି ନିବେଶ ଏକ ଡ୍ରାଇଭର ଭାବେ କାମ କରିବ। ଏଥିଲାଗି ନୀତିନିର୍ଦ୍ଧାରକଙ୍କୁ ନିବେଶ ବୃଦ୍ଧି ଲାଗି ଏକ ଅନୁକୂଳ ବାତାବରଣ ତିଆରି କରିବାକୁ ହେବ। ସେ କହିଛନ୍ତି ଯେ, ଦେଶ ନିକଟରେ ଉଚ୍ଚ ଜୀବନଯାପନ ମାନଦଣ୍ଡ ହାସଲ କରିବା ଏବେ ସବୁଠାରୁ ବଡ଼ ଆହ୍ବାନ ହେଲାଣି। ଆସନ୍ତା କିଛି ବର୍ଷ ଭିତରେ ଆମ ସମ୍ମୁଖରେ ୫ ଲକ୍ଷ ଡଲାର ଅର୍ଥନୀତିରେ ପହଞ୍ଚତ୍ବାର ଲକ୍ଷ୍ୟ ରହିଛି। ୮% ହାରରେ କିପରି ଅଭିବୃଦ୍ଧି ହାସଲ ସମ୍ଭବ ହେବ ସେଥିତ୍ପାଇଁ ଆମ ନିକଟରେ ଏକ ସ୍ପଷ୍ଟ ରୂପରେଖା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ସେକ୍ଟରକୁ ପିଏଲ୍‌ଆଇ ପ୍ୟାକେଜ, ୭.୫ ଲକ୍ଷଙ୍କୁ ମିଳିବ ନିଯୁକ୍ତି…

ନୂଆଦିଲ୍ଲୀ,୧୫।୯: ଅଟୋ ଏବଂ ଡ୍ରୋନ୍‌ ସେକ୍ଟର ପାଇଁ ପ୍ରଡକଶନ୍‌ ଲିଙ୍କ୍‌ ଇନସେନଟିଭ୍‌ (ପିଏଲ୍‌ଆଇ) ଯୋଜନା ଅନ୍ତର୍ଗତ ୫୭,୦୪୩ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ବୁଧବାର...

ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ...

ଖୋଲା ରହିବ ସବୁ ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ଖୋଲାରହିବ। ବ୍ୟାଙ୍କିଙ୍ଗ ସେବାରେ ଲୋକମାନଙ୍କୁ ଯେଭଳି କୌଣସି ଅସୁବିଧା ନ ଆସେ ସେ ଦିଗରେ...

ଆୟକର ହ୍ରାସ କିମ୍ବା ଜିଏସ୍‌ଟି ବୃଦ୍ଧି ନ ହେଉ: ପୂର୍ବତନ ସିଇଏ

ନୂଆଦିଲ୍ଲୀ,୧୨-୧୨: ଦେଶରେ କେବଳ ଆର୍ଥତ୍କ କାର୍ଯ୍ୟକଳାପ କମି ନାହିଁ ବରଂ ବର୍ତ୍ତମାନ ମାନ୍ଦାବସ୍ଥାର ଜଟିଳତା ଦେଇ ଘରୋଇ ବଜାର ଗତି କରୁଛି ବୋଲି ପୂର୍ବତନ ମୁଖ୍ୟ...

ପବଜୀ ମୋବାଇଲ ଗେମ୍‌ କାହିଁକି ହେଲାନି ବ୍ୟାନ୍‌ ଜାଣନ୍ତୁ

ସୋମବାର ଭାରତରେ ୫୯ଟି ଲୋକପ୍ରିୟ ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ ଆପ ଏବଂ ଶେୟାରଇଟ ସହିତ ଅନେକ...

ଦୀପାବଳି ପୂର୍ବରୁ ଅନ୍ଧାର ଆଶଙ୍କା…

ନୂଆଦିଲ୍ଲୀ,୧୧।୧୦: ଆଲୋକର ପର୍ବ ଦୀପାବଳିର ପୂର୍ବରୁ ଦେଶରେ ଅନ୍ଧାର ଘୋଟିବାକୁ ଯାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।...

ଜମ୍ମୁ-କଶ୍ମୀରକୁ ମିଳିବ ୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୮-୮: କେନ୍ଦ୍ର ସରକାର ପାର୍ଲାମେଣ୍ଟ ଜରିଆରେ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଛନ୍ତି। ତେବେ...

ଓ୍ବାରେନ ବଫେଟ୍‌ଙ୍କ କ୍ଷତି ୫୦ ବିଲିୟନ ଡଲାର

ଭୁବନେଶ୍ୱର,୩। ୫: କରୋନା ମହାମାରି ଯୋଗୁ ଓ୍ବାରେନ ବଫେଟଙ୍କ ବର୍କସାୟାର ହାଥାଓ୍ବେ ଇଙ୍କ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀକୁ ତ୍ରୈମାସିକ ୫୦ ବିଲିୟନ ଡଲାରର...

Advertisement
Archives

Model This Week