୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା ଏଫ୍‌ଆଇଆର୍‌ ଲେଖାଚାଲିଛି ଉତ୍ତରାଖଣ୍ଡ କାଶୀପୁର ଜିଲା କୋତଓ୍ବାଲି ଥାନାରେ। ଇତିମଧ୍ୟରେ ୪ଦିନ ବିତିଗଲାଣି। ଏହାକୁ ଶେଷ କରିବାକୁ ଆହୁରି ୨-୩ ଦିନ ଲାଗିବ। ଉଭୟ ଇଂଲିଶ ଏବଂ ହିନ୍ଦୀରେ ଲେଖାଯାଉଥିବା ଏହି ଏଫ୍‌ଆଇଆର୍‌ ଏବେ ଥାନା କର୍ମଚାରୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି।
ଏତେ ଲମ୍ବା ଏଫ୍‌ଆଇଆର୍‌ ଲେଖାଯିବା ପଛର କାରଣ ଅଟଳ ଆୟୁଷ୍ମାନ ଯୋଜନାରେ ମହାଦୁର୍ନୀତି। ରାମନଗର ରୋଡ୍‌ସ୍ଥିତ ଏମ୍‌ପି ହସ୍ପିଟାଲ ଏବଂ ତହସିଲ ରୋଡ୍‌ରେ ଥିବା ଦେବକୀନନ୍ଦନ ହସ୍ପିଟାଲ ଏହି ସ୍କାମ୍‌ରେ ଫସିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ ଟିମ୍‌ର ଅଡିଟ୍‌ରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କଳାକାରନାମା ଧରାପଡ଼ିଛି।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜାଣତରେ ବଡ଼ଧରଣର ଅର୍ଥ ତୋଷରପାତ ହୋଇଛି। ରୋଗୀଙ୍କ ନାମରେ ମିଥ୍ୟ ବିଲ୍‌ କରାଯାଇଛି। ରୋଗୀଙ୍କୁ ଡିସ୍‌ଚାର୍ଜ କରି ଦିଆଯିବା ପରେ ବି ସେମାନେ ଚିକିତ୍ସାଧୀନ ଥିବା ଦର୍ଶାଯାଇ ବିଲ୍‌ କଟାଯାଇଛି। ଡାକ୍ତରଖାନା ଆଇସିୟୁରେ କ୍ଷମତାଠାରୁ ବହୁ ଗୁଣ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ରେଜିଷ୍ଟରରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ, ସାଧାରଣ ଡାଏଲିସିସ୍‌ କାର୍ଯ୍ୟରେ ଏମ୍‌ବିବିଏସ୍‌ ଡାକ୍ତର ନିୟୋଜିତ ହୋଇଥିବା ରିପୋର୍ଟ ଦିଆଯାଇଛି। ବିନା ଚିକିତ୍ସାରେ ବିଲ୍‌ ଆବେଦନ କରାଯାଇଛି, ଯାହାର ସୂଚନା ସମ୍ପୃକ୍ତ ରୋଗୀଙ୍କ ପାଖରେ ମଧ୍ୟ ନାହିଁ। ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଖୋଳତାଡ଼ରୁ ଏପରି ସାଂଘାତିକ ଦୁର୍ନୀତି ପଦାକୁ ଆସିଛି। ଏହାପରେ ଆୟୁଷ୍ମାନ ଯୋଜନାର ସହାୟକ ନିର୍ବାହୀ ଅଧିକାରୀ ଧନେଶ ଚନ୍ଦ୍ର ଦୁଇ ହସ୍ପିଟାଲ ସଞ୍ଚାଳକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏ ହସ୍ପିଟାଲ ବିରୋଧରେ ୬୪ ପୃଷ୍ଠା ଏବଂ ଅନ୍ୟଟି ପାଇଁ ୨୪ ପୃଷ୍ଠାର ଅଭିଯୋଗପତ୍ର ଦାଖଲ କରାଯାଇଛି। ହେଲେ ଏଫ୍‌ଆଇଆର୍‌ ଟାଇପ୍‌ କରିବା ଲାଗି ବ୍ୟବହୃତ ସଫ୍ଟଓ୍ବେର କ୍ଷମତା ୧୦ ହଜାର ଶବ୍ଦ ଭିତରେ ସୀମିତ। ତେଣୁ ସମସ୍ୟା ସୃଷ୍ଟି ହୋଇଛି। ଏ ନେଇ ଅତିରିକ୍ତ ଏସ୍‌ପି ଜଗଦୀଶ ଚନ୍ଦ୍ର କୁହନ୍ତି, ଏହା ହେଉଛି ଅଭିଯୋଗପତ୍ରର ମୂଳ କପି; ଯେଉଁଥିରେ ସମସ୍ତ ତଥ୍ୟ ରହିଛି। ଏଥିରେ ଯେପରି କୌଣସି ପ୍ରକାର ହଟଚମଟ ନ ହୁଏ ସେଥିପାଇଁ ସତର୍କତାର ସହ ଏହାକୁ ହାତରେ ଲେଖାଯାଉଛି। ଏଥିପାଇଁ ନିୟୋଜିତ ହୋଇଛନ୍ତି ଥାନାର ୪ କର୍ମଚାରୀ।
ଅନ୍ୟପଟେ ପୋଲିସର ସମସ୍ୟା କେବଳ ଏଫ୍‌ଆଇଆର୍‌ ଲେଖିବା ଭିତରେ ସୀମିତ ନାହିଁ। ଗୋଟିଏ ପୃଷ୍ଠା ଲିଖିତ ଅଭିଯୋଗର ତଦନ୍ତ ଏବଂ ଚାର୍ଜଶିଟ୍‌ ଦାଖଲ କରିବାକୁ ହାରାହାରି ୧୫ଦିନ ସମୟ ଲାଗିଥାଏ। ହେଲେ ଏତେ ବଡ଼ ଦୁର୍ନୀତିର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ୩ ମାସ ସମୟ ଦିଆଯାଇଛି, ଯାହା ଅସମ୍ଭବ ମନେହେଉଛି। ଏଫ୍‌ଆଇଆର୍‌ ଲେଖା ଶେଷ ହେବାପରେ ଏହାର ଚାର୍ଜଶିଟ୍‌ ଦାଖଲ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ଜବାବ ଦେଇଛି ଭାରତ

ନୂଆଦିଲ୍ଲୀ,୨୯ା୬(ପି.ଟି.): ଲଦାଖ ଉପରେ ଯେଉଁମାନେ ଖରାପ ନଜର ପକାଇଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯାଇଛି। ଭାରତ ବନ୍ଧୁତାକୁ ସମ୍ମାନ କରେ, ତେବେ କୌଣସି ପ୍ରକାର ଶତ୍ରୁତାର...

ମାଙ୍କଡ଼କୁ ଜେଲଦଣ୍ଡ !

ଲକ୍ଷ୍ନୌ, ୧୭।୬: ମଣିଷଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହେବା କଥା ଶୁଣାଅଛି। ତେବେ ମାଙ୍କଡ଼କୁ ଆଜୀବନ ଜେଲଦଣ୍ଡା ଦେଶ କରାଯିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।...

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା...

ମା’ ପାଇଁ ଦିନଟିଏ

ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରରେ ମଦର୍ସ ଡେ’ ବା ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। ଏହି ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ...

୧୦ ବର୍ଷ ହେଲା ଖରାପ ହୋଇ ନ ଥିବା ବର୍ଗର

ଆଜିକାଲି ଫାଷ୍ଟଫୁଡ୍‌ ସମସ୍ତଙ୍କୁ ପସନ୍ଦ। ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା...

ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ:ଭିଏଚ୍‌ପି

କୋଲକାତା,୭।୧୦:ଦୁର୍ଗାପୂଜା ଅବସରରେ କୋଲକାତା ପୂଜା ମଣ୍ଡପରେ ପୂଜା କରିବାକୁ ନେଇ ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜହାଁ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ବହୁ...

ସ୍ବାଧୀନତା ଦିବସରେ ଓ୍ବାଘା ବର୍ଡରରେ ମିଠା ଦିଆନିଆ ହେଲାନି

ନୂଆଦିଲ୍ଲୀ, ୧୪।୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟେଇ ଦିଆଯିବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ବର୍ଡରରେ...

ରାମ ରହିମଙ୍କୁ ପାରୋଲରେ ଆଣିବାକୁ ଚାହୁଁଛନ୍ତି ହରିୟାଣା ସରକାର

ଚଣ୍ଡିଗଡ଼,୨୫।୬: ବଳାତ୍କାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ଆତ୍ମଘୋଷିତ ବାବା ରାମ ରହିମ ସିଂ ପାରୋଲରେ ଆସିବାକୁ ଯେତିକି ବ୍ୟଗ୍ର ତାଙ୍କୁ ବାହାରକୁ ଆଣିବାକୁ ହରିୟାଣା...

Coronavirus Update

Archives

Model This Week

Why Dharitri